Advertisment

ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ : ସକାଳ ୭ରୁ ମତଦାନ ଆରମ୍ଭ, ଭୋଟରଙ୍କ ଲମ୍ବା ଧାଡ଼ି

କୋଲକାତା : ଆଜି ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେଉଛି । ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛିଅ ଯାହା ସଂଧ୍ୟା ୬ଟା ଯାଏ ଚାଲିବ ।  ପଞ୍ଚମ ପର୍ଯ୍ୟାୟରେ ଆଜି ୬ଟି ଜିଲ୍ଲାର ୪୫ଟି ଆସନରେ ଭୋଟ୍ ଗ୍ରହଣ ହେଉଛି । ଆଜି ୩୯ ଜଣ ମହିଳାଙ୍କ ସମେତ ୩୧୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ୨୦୧୯ ଲୋକସଭା ନିର୍ବାଚନରେ ଏହି ସବୁ ନିର୍ବାଚନମଣ୍ଡଳୀରେ ବିଜେପି ଭଲ […]

author-image
Prangyan Parimita
ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ : ସକାଳ ୭ରୁ ମତଦାନ ଆରମ୍ଭ, ଭୋଟରଙ୍କ ଲମ୍ବା ଧାଡ଼ି

West-bengal-election

କୋଲକାତା : ଆଜି ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେଉଛି । ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛିଅ ଯାହା ସଂଧ୍ୟା ୬ଟା ଯାଏ ଚାଲିବ ।  ପଞ୍ଚମ ପର୍ଯ୍ୟାୟରେ ଆଜି ୬ଟି ଜିଲ୍ଲାର ୪୫ଟି ଆସନରେ ଭୋଟ୍ ଗ୍ରହଣ ହେଉଛି । ଆଜି ୩୯ ଜଣ ମହିଳାଙ୍କ ସମେତ ୩୧୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ୨୦୧୯ ଲୋକସଭା ନିର୍ବାଚନରେ ଏହି ସବୁ ନିର୍ବାଚନମଣ୍ଡଳୀରେ ବିଜେପି ଭଲ ପ୍ରଦର୍ଶନ କରିଥିବାରୁ ଆଜିର ମତଦାନ ମୁଖ୍ୟମନ୍ତ୍ରୀ ମମତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

Advertisment

ଜଲପାଇଗୁଡ଼ି, କାଲିମପଙ୍ଗ, ଦାର୍ଜିଲିଙ୍ଗ, ନଦିଆ, ଉତ୍ତର ୨୪ ପ୍ରଗଣା ଓ ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ଭୋଟିଂ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପଶ୍ଚିମବଙ୍ଗର ପାର୍ବତ୍ୟାଞ୍ଚଳ ଦାର୍ଜିଲିଂ ଓ କାଲିମପଙ୍ଗରେ ଏଥର ନୂଆ ସମୀକରଣ ଦେଖିବାକୁ ମିଳିଥିବାରୁ ଆଜିର ମତଦାନରେ ଏହା ପ୍ରତିଫଳିତ ହେବା ସମ୍ଭାବନା ରହିଛି । ଏହାପରେ ଏପ୍ରିଲ ୨୨ରେ ଷଷ୍ଠ, ଏପ୍ରିଲ ୨୬ରେ ସପ୍ତମ ଓ ଏପ୍ରିଲ ୨୯ରେ ଅଷ୍ଟମ ପର୍ଯ୍ୟାୟ ଭୋଟଗ୍ରହଣ ହେବ ।

ସେପଟେ ପଶ୍ଚିମବଙ୍ଗରେ ବାକିଥିବା ତିନି ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର କାଣ୍ଟ୍ଟଛାଣ୍ଟ କରିଛନ୍ତି ନିର୍ବାଚନ କମିଶନ । କରୋନା ସଂକ୍ରମଣ ବଢୁଥିବାରୁ ଏପ୍ରିଲ ୨୨, ୨୬ ଓ ୨୯ରେ ହେବାକୁ ଥିବା ନିର୍ବାଚନ ଲାଗି ପ୍ରଚାର କାଣ୍ଟଛାଣ୍ଟ କରାଯାଇଛି । ଏହିସବୁ ପର୍ଯ୍ୟାୟ ପାଇଁ ରାତି ୭ଟାରୁ ସକାଳ ୧୦ଟା ଯାଏ ପ୍ରଚାର କରାଯାଇ ପାରିବ ନାହିଁ । ଅର୍ଥାତ ଏହି ସମୟ ଭିତରେ କୌଣସି ଶୋଭାଯାତ୍ରା କି ନିର୍ବାଚନୀ ସଭା ହୋଇ ପାରିବ ନାହିଁ  । ଏହାସହ ଭୋଟ୍ ଗ୍ରହଣର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ରହିବ ।

Advertisment

ପୂର୍ବରୁ ଭୋଟ୍ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ରଖାଯାଉଥିଲା ହେଲେ କରୋନା ପାଇଁ ଏହାକୁ ୭୨ ଘଣ୍ଟାକୁ ବଢ଼ାଇ ଦିଆଯାଇଛି । ପ୍ରଚାର ବେଳେ ପ୍ରବଳ ଭିଡ଼ ହେଉଥିବାରୁ ନିର୍ବାଚନ କମିଶନ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହାର ଉଲ୍ଲଂଘନ ହେଲେ ଆଇନ ଅନୁସାରେ ଅପରାଧିକ କାର୍ଯ୍ୟେନୁଷ୍ଠାନ ସମେତ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।

ସେପଟେ ପଶ୍ଚିମବଂଗରେ ହେବାକୁ ଥିବା ବଳକା ବିଧାନସଭା ଆସନ ଗୁଡିକରେ ଭୋଟଗ୍ରହଣ ଗୋଟିଏ ପର୍ଯ୍ୟାୟରେ କରିବାକୁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି। ମହାମାରୀ ସମୟରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ୍ କରିଛନ୍ତି । କରୋନା ସଂକ୍ରମଣ ବଢୁଥିବାରୁ ବଳକା ବିଧାନସଭା ଆସନ ଗୁଡିକରେ ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ କରିବାକୁ ସେ ଦାବି କରିଛନ୍ତି ।

West Bengal Election 2021
Advertisment
Advertisment