/odishatv-khabar/media/post_attachments/uploadimage/library/16_9/16_9_0/verginity-test_1626176301.jpg)
verginity test
କୋହ୍ଲାପୁର : ଏକବିଂଶ ଶତାଦ୍ଦୀରେ ମହିଳାମାନେ ପୁରୁଷଙ୍କ କାନ୍ଧକୁ କାନ୍ଧ ମିଳାଇ କାମ କରିବା ସହ ଘର କଥା ବୁଝୁଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ମହାକାଶରେ ପହଞ୍ଚିଥିବା ମହିଳା ଆଜି ବି ସମାଜରେ ଉପକ୍ଷେତି ଆଉ ଅବହେଳିତ । ନାରୀ ଅଧିକାର କଥା କହୁଥିବା ଦେଶରେ ଏବେ ବି ହେଉଛି ସତୀତ୍ୱ ପରୀକ୍ଷା । ମହାରାଷ୍ଟ୍ରର କୋହ୍ଲାପୁରରେ ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଦୁଇ ଯୁବତୀଙ୍କୁ ବିବାହ ପରେ ଉଭୟଙ୍କର ସ୍ୱାମୀ ସତୀତ୍ୱ ପରୀକ୍ଷା କରାଇକୁ ବାଧ୍ୟ କରିଥିଲା । ତେବ ଏହି ଘୃଣ୍ୟ ସତୀତ୍ୱ ପରୀକ୍ଷାରେ ଜଣେ ଉଭଣୀ ଫେଲ ହୋଇଯାଇଥିଲେ । ଫଳରେ ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ନେବାକୁ ତାଙ୍କୁ ପଞ୍ଚାୟତ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଉଭୟ ସ୍ୱାମୀ, ଶାଶୁ ଏବଂ ପଞ୍ଚାୟତର କିଛି ସଦସ୍ୟଙ୍କ ସମେତ ଆଠ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଦୁଇ ଭଉଣୀ କୋହ୍ଲାପୁରର କଞ୍ଜରଭଟ୍ଟ ସମ୍ପ୍ରଦାୟର । ୨୦ ନଭେମ୍ବର ୨୦୨୦ରେ କର୍ଣ୍ଣାଟକର ବେଲଗାମରେ ଗୋଟିଏ ପରିବାରର ଦୁଇ ଭାଇଙ୍କୁ ସେମାନେ ବିବାହ କରିଥିଲେ। ଜଣେ ଭାଇ ସେନାରେ କାମ କରୁଥିବେ ବେଳେ ଆଉ ଜଣେ ଏକ ଘରୋଇ କମ୍ପାନୀରେ କାମ କରନ୍ତି । କଞ୍ଜରଭଟ୍ଟ ସମ୍ପ୍ରଦାୟର ହୋଇଥିବାରୁ ଉଭୟଙ୍କର ସମାନ ସମ୍ପ୍ରଦାୟର ପୁଅମାନଙ୍କ ସହିତ ସେମାନଙ୍କର ବିବାୟ ସ୍ଥିର ହୋଇଥିଲା । ବିବାହର କିଛି ଦିନ ପରେ ଦୁଇ ଭଉଣୀଙ୍କ ଶାଶୁ ସେମାନଙ୍କର କୁମାରୀତ୍ୱ ପରୀକ୍ଷା କରିଥିଲେ । ପରମ୍ପରା ଅନୁଯାୟୀ ଉଭୟ ଭଉଣୀଙ୍କୁ ଧଳା ଚାଦର ଦିଆଯାଇଥିଲା । ତେବେ ଜଣେ ଏଥିରେ ସଫଳ ହୋଇଥିବା ସହ ଆଉ ଜଣେ ସତୀତ୍ୱ ପରୀକ୍ଷାରେ ଫେଲ ମାରିଗଲେ ।
ସତୀତ୍ୱ ପରୀକ୍ଷାରେ ବିଫଳ ହେବା ପରେ ବିବାହ ପୂର୍ବରୁ ଅନ୍ୟ ପୁରୁଷଙ୍କ ସହ ତାଙ୍କର ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ତେବେ ଉଭୟ ଭଉଣୀଙ୍କ କହିବା ଅନୁସାରେ, ଏପ୍ରିଲ ୨୯ରେ ତାଙ୍କ ସ୍ୱାମୀ ଏବଂ ଶାଶୁ ତାଙ୍କଠାରୁ ଘର ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ମାଗିଥିଲେ। ତେବେ ତୁରନ୍ତ ବାପଘରୁ ଟଙ୍କା ନଆଣିଲେ ଘରେ ଉଭୟଙ୍କୁ ନପୂରାଇବାକୁ ଧମକ ଦେଇଥିଲେ ଶାଶୁଘର ଲୋକେ । ଏହା ବ୍ୟତୀତ ଉଭୟ ଭଉଣୀ ସ୍ୱାମୀ ଏବଂ ଶାଶୁଙ୍କ ଦ୍ୱାରା ଶାରୀରିକ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣା ପରେ ଘର ଛାଡି ବାପଘର କୋହ୍ଲାପୁର ଚାଲିଯିବାକୁ ଚାପ ପକାଉଥିଲେ ଶାଶୁଘର ଲୋକ ।
ଦୁଇ ଝିଅଙ୍କୁ ନ୍ୟାୟ ଦେବାକୁ ପଞ୍ଚାୟତ ନିକଟରେ ଗୁହାରୀ ଜଣାଇଥିଲେ ପୀଡ଼ିତାଙ୍କ ମା’ । ହେଲେ ବେଡ଼ି ଉପରେ କୋରଡ଼ା ପରି ପଞ୍ଚାୟତ ନ୍ୟାୟ ଦେବ ଦେବ କ’ଣ ଯୁବତୀଙ୍କ ମା’ଙ୍କଠାରୁ ୪୦ ହଜାର ଟଙ୍କା ଦାବି କରିଥିଲେ । ପଞ୍ଚାୟତ ଦାବି ଅନୁସାରେ ପୂରା ଟଙ୍କା ଦେଇଥିଲେ ଯୁବତୀଙ୍କ ମା’ । ଏହା ପରେ ଫେବୃଆରୀ ୨୦୨୧ରେ ଏହି ସମସ୍ୟାର ସମାଧାନ ପାଇଁ ପଞ୍ଚାୟତ ଏଭ ସଭାର ଆୟୋଜନ କରିଥିଲା । ଆଉ ସେଠାରେ ଦୁଇ ଭଉଣୀଙ୍କୁ ଛାଡ଼ପତ୍ର ନେବାକୁ ବାଧ୍ୟତାମୂଳକ ଭାବେ ନିର୍ଦ୍ଦେଶ ଦିଆଯାଇଥିଲା । କେବଳ ଏତିକି ନୁହେଁ, କୁମାରୀତ୍ୱ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନଥିବା ଭଉଣୀକୁ ଏବେ ସମାଜରୁ ବୈକଟ୍ କରାଯାଇଛି ।
ଶେଷରେ ଅନ୍ୟଉପାୟ ନପାଇ ମହାରାଷ୍ଟ୍ର ଅନ୍ଧଶ୍ରଦ୍ଧା ନିର୍ମୁଲାନ ସମିତି ନିକଟରେ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ମା’ । ଆଉ ସେମାନେ ପୀଡ଼ିତାଙ୍କୁ ସାଥୀରେ ନେଇ ପୋଲିସ ନିକଟରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ୮ ଏପ୍ରିଲ ସନ୍ଧ୍ୟାରେ ଏକ FIR ଦାଏର କରିଥିଲା ପୋଲିସ୍ । ଆଇପିସି ଏବଂ “Maharashtra Prohibition of People from Social Boycott” ଅଧିନିୟମ ଅନୁଯାୟୀ ପୋଲିସ ଏହି ମାମଲା ରୁଜୁ କରିଛି। ଏବେ ପୀଡ଼ିତାଙ୍କ ଦୁଇ ସ୍ୱାମୀ, ଶାଶୁ ଏବଂ ପଞ୍ଚାୟତର କିଛି ସଦସ୍ୟଙ୍କ ସମେତ ଆଠ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଘଟଣାର ଯାଂଚ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)