Advertisment

ହଠାତ୍‌ ବ୍ୟକ୍ତି ଜଣଙ୍କ ଉପରକୁ ଉଠି ପବନରେ ବସିପଡ଼ୁଛନ୍ତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ମ୍ୟାଜିକ୍‌ ଭିଡିଓଗୁଡିକ ସୋସିଆଲ ମିଡିଆରେ ଖୁବ୍‌ ଜୋରେ ଭାଇରାଲ ହେବାରେ ଲାଗିଛି। କିଛି ଲୋକ ମ୍ୟାଜକ୍‌ର ଟ୍ରିକ୍‌ କୁ ମଧ୍ୟ ଜାଣିଦେଇଥାନ୍ତି। ଏଥର ପୂର୍ବତନ ବାସ୍କେଟବଲ ଖେଳାଳି ରେକ୍ସ ଚାପମ୍ୟାନ୍‌ ଏକ ଯାଦୁ ଭିଡିଓ ଶେୟାର କରିଛନ୍ତି। ଏବେ ଭିଡିଓଟି ଭାଇରାଲ ହେବାରେ ଲାଗିଛି। ବ୍ୟକ୍ତି ଜଣକ ହଠାତ୍‌ ଉପରକୁ ଉଠି ହାୱାରେ ବସି ପଡ଼ୁଛନ୍ତି। Come for the magic — stay til the end to see a guy get […]

author-image
Mahasweta Baral
ହଠାତ୍‌ ବ୍ୟକ୍ତି ଜଣଙ୍କ ଉପରକୁ ଉଠି ପବନରେ ବସିପଡ଼ୁଛନ୍ତି, ଦେଖନ୍ତୁ ଭିଡିଓ

football

ନୂଆଦିଲ୍ଲୀ: ମ୍ୟାଜିକ୍‌ ଭିଡିଓଗୁଡିକ ସୋସିଆଲ ମିଡିଆରେ ଖୁବ୍‌ ଜୋରେ ଭାଇରାଲ ହେବାରେ ଲାଗିଛି। କିଛି ଲୋକ ମ୍ୟାଜକ୍‌ର ଟ୍ରିକ୍‌ କୁ ମଧ୍ୟ ଜାଣିଦେଇଥାନ୍ତି। ଏଥର ପୂର୍ବତନ ବାସ୍କେଟବଲ ଖେଳାଳି ରେକ୍ସ ଚାପମ୍ୟାନ୍‌ ଏକ ଯାଦୁ ଭିଡିଓ ଶେୟାର କରିଛନ୍ତି। ଏବେ ଭିଡିଓଟି ଭାଇରାଲ ହେବାରେ ଲାଗିଛି। ବ୍ୟକ୍ତି ଜଣକ ହଠାତ୍‌ ଉପରକୁ ଉଠି ହାୱାରେ ବସି ପଡ଼ୁଛନ୍ତି।

Advertisment

ଭିଡିଓରେ ଦେଖିବାକୁ ମିଳୁଛି ଯେ ବ୍ୟକ୍ତି ଜଣଙ୍କ ରାସ୍ତା ଉପରେ ଏକ ଛାଲ ଆକୃତିର ଆସନ ପକାଇ ହାତରେ ବାଡ଼ି ଖଣ୍ଡେ ଧରି ହାୱାରେ ବସିଛନ୍ତି। ବ୍ୟକ୍ତିଙ୍କୁ ଦେଖିବା ପାଇଁ ତାଙ୍କ ଚାରିପାଖରେ ଲୋକମାନେ ଠିଆ ହୁଅନ୍ତି। କିଛି ଲୋକ ନିଜ ମୋବାଇଲ୍‌ରେ ବ୍ୟକ୍ତିଙ୍କ ଭିଡିଓ ସୁଟିଂ କରିବା ଆରମ୍ଭ କରନ୍ତି। ଏମିତି କିଛି ମିନିଟ୍‌ ବ୍ୟକ୍ତି ଜଣଙ୍କ ହାୱାରେ ବସିବା ପରେ ପୁଣି ତଳକୁ ଆସି ଯୋଗମୁଦ୍ରାରେ ବସିପଡ଼ନ୍ତି। ସେହି ସମୟରେ ସାଇକେଲ ଚଳାଉଥିବା ଜଣେ ବ୍ୟକ୍ତି ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ସାଇକେଲ ଚଳାଇବା ବନ୍ଦ କରି ଦେଉଛି। ବ୍ୟକ୍ତି ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ତାଙ୍କ ଆଡ଼କୁ ଚାହିଁ ରହିଛନ୍ତି।

Advertisment

ଏହି ଭିଡିଓକୁ ରେକ୍ସ ଚାପମ୍ୟାନ୍ ଜୁଲାଇ ୧୪ରେ ଶେୟାର କରିଥିଲେ। ସେ କ୍ୟାପସନରେ ଲେଖିଛନ୍ତି, ‘ଯାଦୁ କରିବା ପାଇଁ ଆସ, ଶେଷ ପର୍ଯ୍ୟନ୍ତ ଦେଖ, ଜଣେ ବ୍ୟକ୍ତି ଏହି ଯାଦୁକୁ ଦେଖି ତାଙ୍କର କେମିତି ହୋସ୍‌ ଉଡ଼ିଗଲା।’ ଭିଡିଓଟିରେ ଏପର୍ଯ୍ୟନ୍ତ୧୪ଲକ୍ଷରୁ ଅଧିକ ଭିଜ୍ୟୁ ମିଳିଥିବା ଜଣାପଡ଼ିଛି। ତା’ସହିତ ୨୬ ହଜାରରୁ ଅଧିକ ଲାଇକ୍‌ ଓ ୬ହଜାରରୁ ଅଧିକ ରି-ଟ୍ୱିଟ୍‌ ମିଳିଥିବା ଜଣାପଡ଼ିଛି।

ଲୋକମାନେ ଭିଡିଓ ଦେଖିବା ପରେ ବ୍ୟକ୍ତିଙ୍କ ଯାଦୁର କୌଶଳ ଧରିଥିଲେ।  ଜଣେ ୟୁଜର ଏକ ଫଟୋ ପୋଷ୍ଟ କରି କହିଛନ୍ତି ଯେ ବ୍ୟକ୍ତି କିପରି ଆରାମରେ ବସିପାରିବେ। ଦେଖିବା ଲୋକେ ସହଜରେ ଅନୁମାନ କରିପାରିବେ ନାହିଁ।

ଅନ୍ୟ ଜଣେ ୟୁଜର ଏହା ଉପରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଏ ଯେ ବ୍ୟକ୍ତି କିପରି ସହଜରେ ହାୱାରେ ବସିପାରିବ।

Advertisment
Advertisment