/odishatv-khabar/media/post_attachments/uploadimage/library/16_9/16_9_0/video_1625537963.jpg)
video
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଜଣେ ବାଇକ୍ ଚାଲାଉଥିବା ବ୍ୟକ୍ତି ଭୂସ୍ଖଳନରୁ ନିଜକୁ କିପରି ରକ୍ଷା କରିଥିଲେ। ଯାହା ଏହି ଭିଡିଓରେ ଦେଖିବାକୁ ମିଳୁଛି। ଚଳିତ ବର୍ଷ ଏପ୍ରିଲରେ ଇଣ୍ଡୋନେସିଆରେ ଏହି ଭୂସ୍ଖଳନ ଘଟିଥିଲା। ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Omg!!!! What a narrow escape for that biker pic.twitter.com/W9eX0kBZzd
— Nandini Idnani (@idnani_nandini) July 19, 2020
ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇଣ୍ଡୋନେସିଆର ଚିଆଙ୍ଗଜୁର ଏବଂ ସୁକାନଗରାରେ ଥିବା ବସ୍ତି ନିକଟରେ ଏପ୍ରିଲ ୯ରେ ଭୂସ୍ଖଳନ ହୋଇଥିଲା। ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ବାଇକ୍ ଯୋଗେ ରାସ୍ତାରେ ଯାଉଥିଲେ। ହଠାତ୍ ସେହି ସମୟରେ ଭୂସ୍ଖଳନ ହେଉଛି। ବ୍ୟକ୍ତି ଜଣଙ୍କ ନିଜ ଜୀବନ ବଞ୍ଚାଇବା ପାଇଁ ଚଲାଉଥିବା ବାଇକ୍କୁ ବୁଲେଇ ଦେଇ ତାକୁ ସେଠାରେ ଫୋପାଡ଼ି ସେହି ସ୍ଥାନରୁ ଦୌଡ଼ବାକୁ ଲାଗିଲେ। ସେ ବଞ୍ଚିଗଲେ କିନ୍ତୁ ବାଇକ୍ଟି ତଳେ ପୋତି ହୋଇଗଲା।
ଗତ ରବିବାର ଦିନ ଏହି ଭିଡିଓକୁ ନନ୍ଦିନୀ ଇଦାନୀ ନିଜ ଟ୍ୱିଟରରେ ଶେୟାର କରି ଲେଖିଛନ୍ତି, 'ହେ ଭଗବାନ! ବ୍ୟକ୍ତି ଜଣକ ଏତେ ନିକଟତର ହୋଇଥିଲେ, ଶେଷରେ ସେ ବଞ୍ଚିଗଲେ’। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ଭ୍ୟୁଜ୍ ମିଳିଥିବା ଜଣାପଡ଼ିଛି। ଲୋକମାନେ ବ୍ୟକ୍ତିଙ୍କର ବହୁତ ପ୍ରଶଂସା କରିଥିଲେ। ଏନେଇ ଜଣେ ୟୁଜର କହିଛନ୍ତି, ‘ଭଗବାନଙ୍କୁ ଧନ୍ୟବାଦ ଯେ ବ୍ୟକ୍ତି ଜଣଙ୍କ ସୁରକ୍ଷିତ ଅଛନ୍ତି’।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)