Advertisment

ବିକାଶର ସହଯୋଗୀକୁ ଏନକାଉଣ୍ଟର୍

ଲକ୍ଷ୍ନୌ: ଉତ୍ତରପ୍ରଦେଶ କାନପୁର ଚୌବେପୁରରେ ୮ ପୋଲିସ କର୍ମୀଙ୍କୁ ନିର୍ମମ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେର ଜଣେ ସହଯୋଗୀକୁ ଏନକାଉଣ୍ଟର କରାଯାଇଛି। ବିକାଶର ସହଯୋଗୀ ଅମର ଦୁବେ ହମିରପୁର ନିକଟରେ ଥିବା ଖବର ପାଇ ଏସଟିଏଫ୍ ପକ୍ଷରୁ ଚଢଉ କରାଯାଇଥିଲା। ଅଭିଯୁକ୍ତ ଅମର ଦୁବେ ପାଲଟା ଆକ୍ରମଣ କରିବାରୁ ଏସଟିଏଫ୍ ଟିମ୍ ଏନକାଉଣ୍ଟର କରିଥିଲା। ପୋଲିସ କର୍ମୀଙ୍କୁ ହତ୍ୟା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କୁ ଗିରଫ କରାଯିବା ସହ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ […]

author-image
Ranjeet Kumar Jena
ବିକାଶର ସହଯୋଗୀକୁ ଏନକାଉଣ୍ଟର୍

amar-dubey

ଲକ୍ଷ୍ନୌ: ଉତ୍ତରପ୍ରଦେଶ କାନପୁର ଚୌବେପୁରରେ ୮ ପୋଲିସ କର୍ମୀଙ୍କୁ ନିର୍ମମ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେର ଜଣେ ସହଯୋଗୀକୁ ଏନକାଉଣ୍ଟର କରାଯାଇଛି। ବିକାଶର ସହଯୋଗୀ ଅମର ଦୁବେ ହମିରପୁର ନିକଟରେ ଥିବା ଖବର ପାଇ ଏସଟିଏଫ୍ ପକ୍ଷରୁ ଚଢଉ କରାଯାଇଥିଲା।

Advertisment

ଅଭିଯୁକ୍ତ ଅମର ଦୁବେ ପାଲଟା ଆକ୍ରମଣ କରିବାରୁ ଏସଟିଏଫ୍ ଟିମ୍ ଏନକାଉଣ୍ଟର କରିଥିଲା। ପୋଲିସ କର୍ମୀଙ୍କୁ ହତ୍ୟା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କୁ ଗିରଫ କରାଯିବା ସହ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ପୋଲିସ୍ ଏବେ ବିକାଶର ପରିବାର ଲୋକଙ୍କ ସଂପର୍କରେ ଲଗାତର ତଥ୍ୟ ସଂଗ୍ରହ କରିବାରେ ଲାଗିଛି।

ପୋଲିସ ଜୁଲାଇ ୨ ତାରିଖରେ କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ଧରିବାକୁ ଯାଇଥିବା ବେଳେ ଆମ୍ବୁସରେ ଫସିଯାଇଥିଲେ ପୋଲିସ କର୍ମୀ। ଏଥିରେ ୮ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିଲେ।

Advertisment
Advertisment
Advertisment