Advertisment

ଏଠି କିଏ ପଶୁ, ମଣିଷ ନା ମାଙ୍କଡ଼?

t

author-image
Mahasweta Baral
ଅଦ୍ୟତନ ହୋଇଛି
ଏଠି କିଏ ପଶୁ, ମଣିଷ ନା ମାଙ୍କଡ଼?

monk

ନୂଆଦିଲ୍ଲୀ: ପିଲିଭୀତର ମିଥୀ ସଇଦୁଲ୍ଲାଗଞ୍ଜ ଗ୍ରାମରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ କିଛି ଗ୍ରାମବାସୀ ଏକ ମାଙ୍କଡ଼ ଧରିଥିଲେ। ପ୍ରଥମେ ମାଙ୍କଡ଼କୁ ମନଇଛା ପିଟିଥିଲେ। ତା’ପରେ ମାଙ୍କଡ଼ ଉପରେ କଳା ରଙ୍ଗ ପକାଇଥିଲେ। ମାଙ୍କଡ଼ ସହିତ ଏଭଳି ବର୍ବରତା ବେଳର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।बंदर के साथ हुई बर्बरता, पहले पीटा फिर डाला काला रंग, 6 गिरफ्तार

Advertisment

ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମାଙ୍କଡ଼ଟିକୁ ଏକ ଦୌଡ଼ିରେ ବାନ୍ଧି ତା’ର ବେକକୁ ଚାପି ଦିଆଯାଉଛି। ନିଜ ଜୀବନକୁ ବଞ୍ଚାଇବା ପାଇଁ ମାଙ୍କଡ଼ଟି ବିକଳରେ ସେଠାରେ ପଳେଇବାକୁ ଚେଷ୍ଟା କରୁଛି, କିନ୍ତୁ ଯାଇପାରୁନି। ମାଙ୍କଡ଼ ପାଖରେ ଉପସ୍ଥିତ ଥିବା ଲୋକମାନେ ତାକୁ ବାରମ୍ୱାର ମାଡ଼ ମାରୁଛନ୍ତି। ମାଙ୍କଡ଼ର ବିକଳ ଅବସ୍ଥା ଦେଖି ସେମାନେ ଖୁବ୍‌ ଜୋରରେ ହସୁଛନ୍ତି। ତା’ପରେ ମାଙ୍କଡ଼ ଉପରେ କଳା ରଙ୍ଗ ପକାଉଛନ୍ତି। ତଥାପି ମାଙ୍କଡ଼ଟି ହାର ମାନିନଥିଲା। ଜୀବନ ବଞ୍ଚାଇବା ପାଇଁ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା।

ଭିଡିଓଟି ଦୁଇ କିମ୍ୱା ତିନି ସପ୍ତାହ ପୂର୍ବର ବୋଲି ଅନୁମାନ କରାଯାଉଛି। ଯେତେବେଳେ ଏହି ଭିଡିଓର ଅନୁସନ୍ଧାନ କରାଯାଇଥିଲା, ଏହା ଜୁଲାଇ ୧୩ ବୋଲି ଜଣାପଡ଼ିଥିଲା। ଭିଡିଓଟି ଭାଇରାଲ ହେବା ପରେ ପ୍ରଶାସନ ଜାଣିବାକୁ ପାଇଥିଲା। ଏନେଇ ସ୍ଥାନୀୟ ପ୍ରଶାସନ ଅଭିଯୁକ୍ତକୁ ଗିରଫ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ୬ ଜଣ ଗ୍ରାମବାସୀଙ୍କ ଉପରେ ୬୦ହଜାର ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଛି।बंदर के साथ हुई बर्बरता, पहले पीटा फिर डाला काला रंग, 6 गिरफ्तार

Advertisment

ଭିଡିଓରେ ମାଙ୍କଡ଼ ପ୍ରତି ହୋଇଥିବା ଅତ୍ୟାଚାରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୋସିଆଲ ମିଡିଆରେ ଏଭଳି ଅସାମାଜିକ କାର୍ଯ୍ୟ କରିଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରଯାଉଛି। ଏନେଇ ଡିଏଫଓ କହିଛନ୍ତି ଯେ ଦୋଷୀଙ୍କୁ କୌଣସି ପରିସ୍ଥିତିରେ କ୍ଷମା କରାଯିବ ନାହିଁ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment
Advertisment