Advertisment

ହକିରେ ପିଟୁଥିଲେ ସୁଶୀଲ, ତଳେ ଲହୁଲୁହାଣ ହୋଇ ପଡ଼ିରହିଥିଲେ ସାଗର

ଦିଲ୍ଲୀ : ସାଗର ହତ୍ୟାକାଣ୍ଡର ଅଭିଯୁକ୍ତ ଅଲମ୍ପିକ୍ ବିଜେତା ରେସଲର୍ ସୁଶୀଲ କୁମାରଙ୍କ ଏକ ଫଟୋ ସାମ୍ନାକୁ ଆସିଛି । ହାତରେ ହକି ଧର ସୁଶୀଲ କୁମାର ସାଗରକୁ ମାଡ଼ ମାରୁଥିବା ଏଥିରେ ସ୍ପଷ୍ଟ ଦେଖିବାକୁ ମିଳୁଛି । ଏହି ଫଟୋ…

author-image
Prangyan Parimita
ଅଦ୍ୟତନ ହୋଇଛି
ହକିରେ ପିଟୁଥିଲେ ସୁଶୀଲ, ତଳେ ଲହୁଲୁହାଣ ହୋଇ ପଡ଼ିରହିଥିଲେ ସାଗର

su

ଦିଲ୍ଲୀ : ସାଗର ହତ୍ୟାକାଣ୍ଡର ଅଭିଯୁକ୍ତ ଅଲମ୍ପିକ୍ ବିଜେତା ରେସଲର୍ ସୁଶୀଲ କୁମାରଙ୍କ ଏକ ଫଟୋ ସାମ୍ନାକୁ ଆସିଛି । ହାତରେ ହକି ଧର ସୁଶୀଲ କୁମାର ସାଗରକୁ ମାଡ଼ ମାରୁଥିବା ଏଥିରେ ସ୍ପଷ୍ଟ ଦେଖିବାକୁ ମିଳୁଛି । ଏହି ଫଟୋ ସେହି ଭିଡିଓ କ୍ଲିପରରୁ ନିଆଯାଇଛି, ଯାହା ସୁଶୀଲ କୁମାରଙ୍କ ସହଯୋଗୀ ଘଟଣା ଘଟୁଥିବା ସମୟରେ ମୋବାଇଲରେ ରେକର୍ଡ କରୁଥିଲେ । ଦିଲ୍ଲୀ ପୋଲିସର କ୍ରାଇମ୍ ବ୍ରାଞ୍ଚ ଟିମ୍ ରିମାଣ୍ଡରେ ନେଇ ସୁଶୀଲ କୁମାର ଓ ତାଙ୍କ ସାଥୀ ଅଜୟ ବକ୍କରୱାଲାଙ୍କୁ ଲଗାତାର ପଚରାଉଚରା କରୁଛନ୍ତି । ହେଲେ ସୁଶୀଲ ଗୋଟିଏ କଥାରେ ଅଡ଼ି ବସିଛନ୍ତି । ସେ ସାଗରଙ୍କୁ ମାରିନାହାନ୍ତି, କେବଳ ତାଙ୍କୁ ଓ ତାଙ୍କ ସାଥୀଙ୍କୁ ଡରାଇବା ପାଇଁ ଚାହୁଁଥିଲେ ।

Advertisment

ତେବେ ବର୍ତ୍ତମାନ ସୁଶୀଲ ଘଟଣା ସମୟର ଫଟୋ ଦେଖିବା ପରେ ଚୁପ୍ ହୋଇଯାଇଛନ୍ତି । ପଚରାଉଚରା ସମୟରେ ପୋଲିସ ସୁଶୀଲଙ୍କୁ ସେହି ଦିନ ରାତ୍ରିର ଏକ ଛୋଟ ଭିଡିଓ କ୍ଲିପ୍ ଦେଖାଇଛନ୍ତି, ଯାହା ସୁଶୀଲ କୁମାର ନିଜ ସହଯୋଗୀଙ୍କ ଦ୍ୱାରା ଉତ୍ତୋଳନ କରାଇଥିଲେ । ଭିଡିଓ ଫୁଟେଜରେ ଦେଖିବାକୁ ମିଳୁଛି ସୁଶୀଲ କୁମାର ହକି ଷ୍ଟିକ୍ ଧରି ସାଗର ଧନକରଙ୍କୁ ମାଡ଼ ମାରୁଛନ୍ତି । ସାଗର ଧନକର ମାଡ଼ ଖାଇ ଭୂଇଁରେ ଲହୁଲୁହାଣ ହୋଇ ପଡ଼ିରହିଛନ୍ତି । ଘଟଣାସ୍ଥଳରେ ସାଗରଙ୍କ ସହ ତାଙ୍କର କିଛି ସହଯୋଗୀ ମଧ୍ୟ ଉପସ୍ଥିତ ଅଛନ୍ତି ।

ସୂଚନାଯୋଗ୍ୟ ପ୍ରତିଶୋଧର ନିଆଁରେ ସାଗର ଧନକର ଜୀବନ ଯାଇଥିବା ଜଣାପଡ଼ିଛି । ମେ ୪ ତାରିଖ ରାତିରେ ସାଗର ଧନଖରଙ୍କୁ ଛତ୍ରସାଲ ଷ୍ଟାଡିୟମରେ ହତ୍ୟା କରାଯାଇଥିଲା । ତେବେ କୌଣସି ସାଧାରଣ ଝଗଡ଼ା ନୁହେଁ ବରଂ ପ୍ରତିଶୋଧର ଭାବନା ନେଇ ଏହି ଷଡ଼ଯନ୍ତ୍ରର ମୂଳଦୁଆ ପଡ଼ିଥିଲା । ଘଟଣା ଦିନ କୁଖ୍ୟାତ ଗ୍ୟାଙ୍ଗଷ୍ଟର କାଲା ଜଠେଡିଙ୍କ ଭଣଜା ସୋନୁ, ରବିନ୍ଦ୍ର ଏବଂ ଅନ୍ୟ କିଛି ଲୋକ ଦିଲ୍ଲୀର ମଡେଲ ଟାଉନ ଫ୍ଲାଟକୁ ନେଇ ରେସଲର ସୁଶୀଲଙ୍କ ସହ ଝଗଡା କରିଥିଲେ। ସେମାନେ ଏକାଠି ହୋଇ ସାର୍ଟର କଲର ଧରି ସୁଶୀଲଙ୍କୁ ନାଲି ଆଖି ଦେଖାଇଥିଲେ ।

Advertisment

ଝଗଡ଼ା ପରେ ଉତକ୍ଷିପ୍ତ ହୋଇ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲେ ସୁଶୀଲ କୁମାର । ରାଗରେ ସେମାନଙ୍କୁ ପାନେ ଦେବା ପାଇଁ ଚିନ୍ତା କରିଥିଲେ । ଏଥିପାଇଁ ରେସଲର, କୁଖ୍ୟାତ ନୀରଜ ବାୱାନା ଏବଂ ଅସୌଦା ଗ୍ୟାଙ୍ଗର କିଛି ଗୁଣ୍ଡାଙ୍କର ସହଯୋଗ ଲୋଡ଼ିଥିଲେ । ସୁଶୀଲ କିଛି ଘଣ୍ଟା ମଧ୍ୟରେ ହରିୟାଣାରୁ ଗୁଣ୍ଡା ଡକାଇଥିଲେ ଆଉ ସେହି ରାତିରେ ସୋନୁଙ୍କ ସମେତ ତାଙ୍କ ସାଥୀଙ୍କୁ ଜୋରରେ ମାଡ଼ ମାରିଥିଲେ । ଏଥିରେ ୨୩ ବର୍ଷୀୟ ସାଗର ଧନକର ଗୁରୁତର ଆହତ ହୋଇଥିଲେ ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

Wrestler Sushil Kumar
Advertisment
Advertisment