Advertisment

‘ବନ୍ଦେ ମାତରମ୍‌’କୁ ଇସ୍‌ଲାମ୍‌ ବିରୋଧୀ କହିଲେ ସାଂସଦ

ନୂଆଦିଲ୍ଲୀ: ଦେଶପ୍ରେମ ଭିତ୍ତିକ ସ୍ଲୋଗାନ୍ ‘ବନ୍ଦେ ମାତରମ୍’ ଉଚ୍ଚାରଣ କରିବାକୁ ମନା କରିବା ସହ ଏହାକୁ ଇସ୍‌ଲାମ୍ ବିରୋଧୀ କହିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଶାଫିକର ରହମାନ୍ ବାର୍କ। ଆଜି ସଂସଦ ଗୃହରେ ଲୋକସଭା ସାଂସଦ ଭାବରେ ଶପଥ ନେବାପରେ ଶାଫିକର କହିଛନ୍ତି, ବନ୍ଦେ ମାତରମ୍ ବିଷୟରେ କହିଲେ, ଏହା ଇସ୍‌ଲାମ୍ ବିରୋଧୀ ମୁଁ ଏହାକୁ ଉଚ୍ଚାରଣ କରିପାରିବିନି। ଆଉ ସେ ଏହି ମନ୍ତବ୍ୟ ଦେଇ ନିଜ ଆସନକୁ ଚାଲଯିବାକୁ ଏତେ ବ୍ୟସ୍ତ ହୋଇପଡ଼ିଥିଲେ ଯେ ପରମ୍ପରା […]

author-image
Mihir Pattnayak
‘ବନ୍ଦେ ମାତରମ୍‌’କୁ ଇସ୍‌ଲାମ୍‌ ବିରୋଧୀ କହିଲେ ସାଂସଦ

h7

ନୂଆଦିଲ୍ଲୀ: ଦେଶପ୍ରେମ ଭିତ୍ତିକ ସ୍ଲୋଗାନ୍ ‘ବନ୍ଦେ ମାତରମ୍’ ଉଚ୍ଚାରଣ କରିବାକୁ ମନା କରିବା ସହ ଏହାକୁ ଇସ୍‌ଲାମ୍ ବିରୋଧୀ କହିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଶାଫିକର ରହମାନ୍ ବାର୍କ। ଆଜି ସଂସଦ ଗୃହରେ ଲୋକସଭା ସାଂସଦ ଭାବରେ ଶପଥ ନେବାପରେ ଶାଫିକର କହିଛନ୍ତି, ବନ୍ଦେ ମାତରମ୍ ବିଷୟରେ କହିଲେ, ଏହା ଇସ୍‌ଲାମ୍ ବିରୋଧୀ ମୁଁ ଏହାକୁ ଉଚ୍ଚାରଣ କରିପାରିବିନି। ଆଉ ସେ ଏହି ମନ୍ତବ୍ୟ ଦେଇ ନିଜ ଆସନକୁ ଚାଲଯିବାକୁ ଏତେ ବ୍ୟସ୍ତ ହୋଇପଡ଼ିଥିଲେ ଯେ ପରମ୍ପରା ମୁତାବକ ସ୍ୱାକ୍ଷର କରିବାକୁ ଭୁଲିଯାଇଥିଲେ।

Advertisment

ତାଙ୍କର ଏପରି ମନ୍ତବ୍ୟ ପରେ ଗୃହରେ ‘ବନ୍ଦେ ମାତରମ୍’ ଏବଂ ‘ଜୟ ଶ୍ରୀରାମ’ ନାରାରେ ଗୃହ ପ୍ରକମ୍ପିତ ହୋଇଥିଲା। ଏହା ପୂର୍ବରୁ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଆସାଦୁଦ୍ଦିନ୍‌ ଓୱେସି ଶପଥ ନେବା ସମୟରେ ‘ଭାରତ ମାତା କୀ ଜୟ’ ଏବଂ ‘ବନ୍ଦେ ମାତରମ୍’ ଆଦି ନାରା ଦିଆଯାଇଥିଲା।

ଶାଫିକର ୨୦୧୩ ମସିହାରେ ମଧ୍ୟ ବିବାଦକୁ ଆସିଥିଲେ। ଗୃହରେ ‘ବନ୍ଦେ ମାତରମ୍’ ଗାନ କରାଯିବା ସମୟରେ ସେ ଗୃହ ଛାଡ଼ି ପଳାଇଥିଲେ। ଏହାପରେ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା।

Advertisment
Left Top
Advertisment
Advertisment