Advertisment

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

ନୂଆଦିଲ୍ଲୀ: ସଫଳତା ଦିଗରେ ଅଗ୍ରସର ହେଉଛି ଅକ୍ସଫୋର୍ଡ କରୋନା ଟିକା। ଏମିତିକି ଟିକା ନେବା ପରେ ବୟସ୍କ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ୁଥିବା ନେଇ ଆନ୍ତର୍ଜାତିକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଆଷ୍ଟ୍ରାଜେନ୍‌କା ସହ ମିଳିତ ସହଯୋଗରେ କୋଭିଡ୍-୧୯ ଟିକା କୋଭିସିଲ୍ଡ ପ୍ରସ୍ତୁତ କରୁଛି ଅକ୍ସଫୋର୍ଡ ୟୁନିଭରସିଟି। ପ୍ରାଥମିକ ପର୍ଯ୍ୟାୟରେ ଏହି ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ଅଧିକ ରିସ୍କରେ ରହୁଥିବା ବୟସ୍କଙ୍କ ଶରୀରରେ ଉଭୟ ଆଣ୍ଟିବଡି ଓ ଟି-ସେଲ୍ ବୃଦ୍ଧି ପାଉଥିବା ଗବେଷକମାନେ […]

ଅଦ୍ୟତନ ହୋଇଛି
ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

corona-vaccaine

Advertisment

ନୂଆଦିଲ୍ଲୀ: ସଫଳତା ଦିଗରେ ଅଗ୍ରସର ହେଉଛି ଅକ୍ସଫୋର୍ଡ କରୋନା ଟିକା। ଏମିତିକି ଟିକା ନେବା ପରେ ବୟସ୍କ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ୁଥିବା ନେଇ ଆନ୍ତର୍ଜାତିକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

Advertisment

publive-imageଆଷ୍ଟ୍ରାଜେନ୍‌କା ସହ ମିଳିତ ସହଯୋଗରେ କୋଭିଡ୍-୧୯ ଟିକା କୋଭିସିଲ୍ଡ ପ୍ରସ୍ତୁତ କରୁଛି ଅକ୍ସଫୋର୍ଡ ୟୁନିଭରସିଟି। ପ୍ରାଥମିକ ପର୍ଯ୍ୟାୟରେ ଏହି ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ଅଧିକ ରିସ୍କରେ ରହୁଥିବା ବୟସ୍କଙ୍କ ଶରୀରରେ ଉଭୟ ଆଣ୍ଟିବଡି ଓ ଟି-ସେଲ୍ ବୃଦ୍ଧି ପାଉଥିବା ଗବେଷକମାନେ ଜାଣିବାକୁ ପାଇଛନ୍ତି।

publive-imageଯାହାଦ୍ୱାରା ଆଗକୁ କରୋନା ଯୋଗୁଁ ଗୁରୁତର ଆକ୍ରାନ୍ତ ଓ ମୃତ୍ୟୁକୁ ରୋକି ହେବ ବୋଲି ବିଶ୍ୱାସ ଉପୁଜିଛି। ତାସହ ଏହି ଟିକା ମାନବ ଶରୀରରେ ସୁରକ୍ଷିତ ବୋଲି ମଧ୍ୟ ଅନୁଭବ ହେଲାଣି।

Advertisment

publive-imageସେପଟେ ଏହି ଟିକାର ସଫଳତା ଜାଣିବା ପରେ ଲଣ୍ଡନର ଏକ ହସ୍ପିଟାଲକୁ ଆସନ୍ତା ନେଭେମ୍ବର ୨ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିବା ଆନ୍ତର୍ଜାତିକ ଗଣମାଧ୍ୟମ ସନ୍ ନ୍ୟୁଜ ପେପରେ ଖବର ପ୍ରକାଶ ପାଇଛି।

publive-imageଯଦି ଏହି ଟିକା ସମ୍ପୂର୍ଣ୍ଣ ସଫଳ ହୁଏ, ତାହାଲେ ସାରା ବିଶ୍ୱରେ ଦଶ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଥିବା ମହାମାରୀ କରୋନା ଉପରେ ବିଜୟପ୍ରାପ୍ତ ହୋଇପାରେ।

Advertisment
ଆମେରିକାରେ ଅଷ୍ଟ୍ରେଜେନିକା ପୁଣି ଥରେ କରୋନା ଭାକ୍ସିନ୍ ପରୀକ୍ଷଣ ଆରମ୍ଭ କରିଛି। ୟୁଏସ୍ ନିୟାମକ ପକ୍ଷରୁ ଅନୁମୋଦନ ପରେ କରୋନା ଭାକ୍ସିନର ପରୀକ୍ଷଣ ଆରମ୍ଭ ହୋଇଥିବା କଂପାନି ପକ୍ଷରୁ କୁହାଯାଇଛି। କଂପାନିର ୟୁକେ ପରୀକ୍ଷଣରେ ଅଂଶଗ୍ରହଣ କରିଥିବା ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହେବା ପରେ ସେପ୍ଟେମ୍ବର ୬ ତାରିଖରୁ ଭାକ୍ସିନର ୟୁଏସ୍ ଟ୍ରାଏଲ ବନ୍ଦ ରହିଥିଲା।
ଅଷ୍ଟ୍ରାଜେନିକା ପିଏଲସି ହେଉଛି ବ୍ରିଟିଶ ବହୁରାଷ୍ଟ୍ରୀୟ ଫାର୍ମାସିୟୁଟିକାଲ୍ ଏବଂ ବାୟୋଫାର୍ମାସ୍‌ୟୁଟିକାଲ୍ କଂପାନି, ଯାହାର କେମ୍ବ୍ରିଜ୍, ୟୁନାଇଟେଡ୍ କିଙ୍ଗଡମ୍ ଏବଂ ସ୍ୱିଡେନ୍‌ରେ ମୁଖ୍ୟାଳୟ ରହିଛି।

publive-imageଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଭାରତରେ କୋଭିଡ୍ ଟିକାକରଣ। ହେଲେ ସବୁ କିଛି ଡିଜିଟାଲାଇଜ୍‌ଡ। କିନ୍ତୁ ଇଭିଏମ୍ ନୁହେଁ ଏଠି ଇଭିଆଇଏନ୍- ଅର୍ଥାତ୍ ଇଲେ୍ରୋନିକ୍ ଭ୍ୟାକ୍ସିନ୍ ଇଣ୍ଟେଲିଜେନ୍ସ ନେଟ୍ଓ୍ୱର୍କର ହେବ ବ୍ୟବହାର। ଏହି ଇଭିଆଇଏନ୍‌ରେ ରାଜ୍ୟଗୁଡ଼ିକରୁ ପ୍ରାଥମିକତା ଭିତ୍ତିରେ ଟିକାକରଣ ପାଇଁ ଆସିଥିବା ହିତାଧିକାରୀଙ୍କ ନାଁ ସହ, ଭ୍ୟାକ୍ସିନ୍ ଷ୍ଟକ୍, ବିତରଣ, ଶୀତଳୀକରଣ ଆଦି ବିଷୟରେ ବିସ୍ତୃତ ତଥ୍ୟ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ