Advertisment

ଆସନ୍ତାବର୍ଷ ଆରମ୍ଭରୁ ମିଳିବ କରୋନା ଭ୍ୟାକସିନ୍!

ନୂଆଦିଲ୍ଲୀ: କରୋନା ଭ୍ୟାକସିନ୍ କେବେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ, ତାକୁ ନେଇ ସବୁଠି ପ୍ରଶ୍ନ। ଏବେ ଏହି କରୋନା ଭ୍ୟାକସିନକୁ ନେଇ ବଡ଼ କଥା ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ। ରାଜ୍ୟସଭାରେ ହର୍ଷବର୍ଦ୍ଧନ କହିଛନ୍ତି, ‘କରୋନା ଭାଇରସ୍ ଭ୍ୟାକସିନ୍ ଆସନ୍ତାବର୍ଷ ଆରମ୍ଭରୁ ଭାରତରେ ଉପଲବ୍ଧ ହୋଇପାରେ।’ ଭାରତରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ଲକ୍ଷ ଟପିଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି। ହର୍ଷବର୍ଦ୍ଧନ କହିଛନ୍ତି, […]

ଅଦ୍ୟତନ ହୋଇଛି
ଆସନ୍ତାବର୍ଷ ଆରମ୍ଭରୁ ମିଳିବ କରୋନା ଭ୍ୟାକସିନ୍!

harsh-vardhan

Advertisment

ନୂଆଦିଲ୍ଲୀ: କରୋନା ଭ୍ୟାକସିନ୍ କେବେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ, ତାକୁ ନେଇ ସବୁଠି ପ୍ରଶ୍ନ। ଏବେ ଏହି କରୋନା ଭ୍ୟାକସିନକୁ ନେଇ ବଡ଼ କଥା ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ। ରାଜ୍ୟସଭାରେ ହର୍ଷବର୍ଦ୍ଧନ କହିଛନ୍ତି, 'କରୋନା ଭାଇରସ୍ ଭ୍ୟାକସିନ୍ ଆସନ୍ତାବର୍ଷ ଆରମ୍ଭରୁ ଭାରତରେ ଉପଲବ୍ଧ ହୋଇପାରେ।' ଭାରତରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ଲକ୍ଷ ଟପିଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି।

Advertisment

ହର୍ଷବର୍ଦ୍ଧନ କହିଛନ୍ତି, ଅନ୍ୟ ଦେଶ ଭଳି ଭାରତ ମଧ୍ୟ ଭ୍ୟାକସିନ୍ ପ୍ରସ୍ତୁତି ପାଇଁ ଜୋରଦାର ପ୍ରୟାସ ଚଳାଇଛି। ଭାରତରେ ୩ଟି ଅଲଗା ଅଲଗା ଭ୍ୟାକସିନର ଟ୍ରାଏଲ୍ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଏକ ସମୂହ ବିଶେଷଜ୍ଞ ଏହା ଉପରେ କାମ କରୁଛନ୍ତି। ଆଶା କରୁଛୁ ଯେ ଆସନ୍ତାବର୍ଷ ଆରମ୍ଭରୁ ଭାରତରେ ଭ୍ୟାକସିନର ଉପଲବ୍ଧ ହେବ।

ହର୍ଷବର୍ଦ୍ଧନ ଆହୁରି କହିଛନ୍ତି, କରୋନା ମହାମାରୀ ପ୍ରକୋପରୁ ରକ୍ଷା ପାଇବା ପାଇଁ ସରକାର ସବୁ ପ୍ରଭାବୀ ପଦକ୍ଷେପ ଉଠାଉଛନ୍ତି, ଯେଉଁକାରଣରୁ ସଂକ୍ରମଣରୁ ମୃତ୍ୟୁହାର ଅନ୍ୟ ଦେଶ ତୁଳନାରେ ବହୁତ କମ୍।

Advertisment

ସୂଚନାଯୋଗ୍ୟ, ଭାରତରେ ଜାଇଡସ୍ କାଡିଲା ଓ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଭ୍ୟାକସିନର ପ୍ରଥମ ପର୍ଯ୍ୟାୟ ସମ୍ପୂର୍ଣ୍ଣ ଶେଷ ହୋଇଛି। ସେହିପରି ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆଠାରୁ ଅନୁମତି ପାଇବା ପରେ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ପୁଣିଥରେ ଟ୍ରାଏଲ୍ ଆରମ୍ଭ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ