/odishatv-khabar/media/post_attachments/uploadimage/library/16_9/16_9_0/kumbha_1623745116.jpg)
kumbha
ହରିଦ୍ୱାର : ଉତ୍ତରାଖଣ୍ଡର ହରିଦ୍ୱାରରେ ଆୟୋଜିତ କୁମ୍ଭମେଳାରେ କରୋନା ଯାଂଚ ନାଁରେ ଜାଲିଆତି । କୁମ୍ଭମେଳାରେ ପାଖପାଖି ଏକ ୧ ଲକ୍ଷ ଲୋକଙ୍କ କରୋନା ଯାଂଚରେ ଜାଲିଆତି କରାଯାଇଛି ଅର୍ଥାତ ଏକ ଲକ୍ଷ ଲୋକଙ୍କର ନକଲି କରୋନା ଟେଷ୍ଟ ହୋଇଛି । ଗୋଟିଏ ଠିକଣାରେ ଶହ ଶହ ଲୋକଙ୍କ କରୋନା ଯାଂଚ ହୋଇଥିବା ମିଡିଆ ରିପୋର୍ଟରେ ଜଣାପଡ଼ିଛି । ଏପରିକି ଅନେକ ଲୋକଙ୍କ ପଞ୍ଜିକରଣ ପାଇଁ ଗୋଟିଏ ନମ୍ବର ବ୍ୟବହାର କରାଯାଇଛି ।
ଫୋନ୍ ନମ୍ବର ବି ନକଲି ଓ ଠିକଣା ବି ନକଲି । କୁମ୍ଭମେଳାରେ ୫୦ ରୁ ଅଧିକ ଲୋକଙ୍କ ପଞ୍ଜିକରଣ ପାଇଁ ଗୋଟିଏ ଫୋନ୍ ନମ୍ବର ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଗୋଟିଏ ଆଣ୍ଟିଜେନ୍ ପରୀକ୍ଷଣ କିଟରେ ୭୦୦ରୁ ଅଧିକ ନମୂନା ପରୀକ୍ଷଣ କରାଯାଇଛି । ଟାଇମ୍ସ ଅଫ୍ ଇଣ୍ଡିଆ ସୂଚନା ଅନୁସାରେ ଦିଆଯାଇଥିବା ଠିକଣା ଓ ନାମ କାଳ୍ପନିକ ଅଟେ । ହରିଦ୍ୱାରର ‘ଘର ନମ୍ବର ୫’ ରୁ ପ୍ରାୟ ୫୩୦ ନମୁନା ନିଆ ଯାଇଥିବା ଜଣାପଡିଛି । ତେବେ ଏଇଠି ପ୍ରଶ୍ନ ଉଠୁଛି ଗୋଟିଏ ଘରେ ୫୦୦ ରୁ ଅଧିକ ଲୋକ ରହିପାରିବେ କି ?
ସେହିପରି କରୋନା ଟେଷ୍ଟିଂ ସମୟରେ ବିଚିତ୍ର ଠିକଣା ମଧ୍ୟ ଦିଆଯାଇଛି । କାନପୁର, ମୁମ୍ବାଇ, ଅହମ୍ମଦାବାଦ ଏବଂ ଅନ୍ୟାନ୍ୟ ସ୍ଥାନରୁ ୧୮ ଜଣ ଲୋକଙ୍କର ସମାନ ଫୋନ୍ ନମ୍ବର ଦିଆଯାଇଛି । କୁମ୍ଭମେଳା ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅର୍ଜୁନ ସିଂ କହିଛନ୍ତି , ସଂଗୃହିତ ନମୁନା ଗୁଡ଼ିକୁ ଦୁଇଟି ଘରୋଇ ଲ୍ୟାବରେ ଜମା କରିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା , ଯାହାର ଅନୁସନ୍ଧାନ ଚାଲିଛି । ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଅମିତ ନେଗି ଏହି ଘଟଣା ସମ୍ପର୍କରେ ଜାଣିବା ପରେ କହିଛନ୍ତି, ହରିଦ୍ୱାର ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ପଠାଯାଇଛି । ୧୫ ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)