/odishatv-khabar/media/post_attachments/uploadimage/library/16_9/16_9_0/kumbh-mela_1623922965.jpg)
kumbh mela
ନୂଆଦିଲ୍ଲୀ: କୁମ୍ଭମେଳାରେ ଜାଲିଆତି କରି କରୋନା ଟେଷ୍ଟ ଅର୍ଥାତ୍ ନକଲି କରୋନା ଟେଷ୍ଟିଂ କରାଇଥିବା ଅଭିଯୋଗରେ ପ୍ରାଇଭେଟ୍ ଲାବ୍ରୋଟୋରୀ ଗୁଡ଼ିକ ବିରୋଧରେ ମାମଲା ରୁଜୁ ହେବ। ଏନେଇ ଉତ୍ତରାଖଣ୍ଡ ସରକାର ହରିଦ୍ୱାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ନିୟୋଜିତ ପ୍ରାଇଭେଟ୍ ଲାବ୍ରୋଟୋରୀ ବିଶେଷ କରି ଦିଲ୍ଲୀ ଓ ହରିୟାଣାର ଲାବ୍ରୋଟୋରୀ ଗୁଡ଼ିକ ଏହି କରୋନା ଟେଷ୍ଟ କରାଇଥିଲେ। ଏପ୍ରିଲ ୧ରୁ ୩୦ ତାରିଖରେ କୁମ୍ଭମେଳା ଅନୁଷ୍ଠିତ ହୋଇଥିଲା।
ରାଜ୍ୟ ସରକାରଙ୍କ ପ୍ରବକ୍ତା ସୁବୋଧ ଉନିୟାଲ୍ କହିଛନ୍ତି, କୁମ୍ଭମେଳା ବେଳେ କରୋନା ଟେଷ୍ଟିଂରେ ହୋଇଥିବା ଦୁର୍ନୀତିକୁ ନେଇ FIR ରୁଜୁ କରିବା ପାଇଁ ଉତ୍ତରାଖଣ୍ଡ ସରକାର ହରିଦ୍ୱାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ଟେଷ୍ଟିଂ କରାଇଥିବା ଦିଲ୍ଲୀ ଓ ହରିୟାଣାର ଲ୍ୟାବ୍ ଗୁଡ଼ିକ ବିରୋଧରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୁମ୍ଭମେଳା ସମୟରେ ହରିଦ୍ୱାରର ୫ଟି ସ୍ଥାନରେ କରୋନା ଟେଷ୍ଟିଂ କରାଯାଇଥିଲା। ଏଥିପାଇଁ ୨୨ଟି ପ୍ରାଇଭେଟ୍ ଲ୍ୟାବ୍କୁ ନିୟୋଜିତ କରାଯାଇଥିଲା।
ସୂଚନାଥାଉ କି, କୁମ୍ଭମେଳା ବେଳେ ୧ ଲକ୍ଷରୁ ଅଧିକ ଲୋକ ଜାଲିଆତି କରି କରୋନା ଟେଷ୍ଟ୍ କରାଇଥିଲେ। ଏଖବର ସାମ୍ନାକୁ ଆସିବା ପରେ ହରିଦ୍ୱାର ଜିଲ୍ଲା ପ୍ରଶାସନ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। କୁମ୍ଭମେଳାରେ ପାଖାପାଖି ଏକ ୧ ଲକ୍ଷରୁ ଅଧିକ ଲୋକଙ୍କ କରୋନା ଯାଞ୍ଚର ଜାଲିଆତି କରିଥିବା ଅଭିଯୋଗ ହୋଇଛି। ଏମାନଙ୍କର ନକଲି କରୋନା ଟେଷ୍ଟ ହୋଇଥିବା ଅଭିଯୋଗ ଆସିଛି। ଗୋଟିଏ ଠିକଣାରେ ଶହ ଶହ ଲୋକଙ୍କ କରୋନା ଯାଞ୍ଚ ହୋଇଥିବା ମିଡିଆ ରିପୋର୍ଟରେ ଜଣାପଡ଼ିଛି । ହରିଦ୍ୱାରରେ ଅନୁଷ୍ଠିତ କୁମ୍ଭମେଳାରେ ପ୍ରାୟ ୭୦ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା ବୋଲି କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)