Advertisment

ଉତ୍ତରାଖଣ୍ଡ ହିମ ପ୍ରଳୟ: ୭୦ ଘଣ୍ଟା ପରେ ବି ଟନେଲ ଭିତରେ ଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରୁନି

ଡେରାଡୁନ:  ଉତ୍ତରାଖଣ୍ଡ ଚମୋଲି ହୀମସ୍ଖଳନ ଘଟଣାକୁ ୭୦ ଘଣ୍ଟାରୁ ଅଧିକ ବିତିଲା । ହେଲେ ତପୋବନ ପାୱାର ପ୍ରୋଜେକ୍ଟର ଟନେଲରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇପାରିନି। ତେଣୁ ଧୀରେ ଧୀରେ ଆଶଙ୍କା ବଢୁଛି । ଏପଟେ ସେନା ସହାୟତାରେ ଜୋରସୋରରେ ଚାଲିଛି ଉଦ୍ଧାର କାମ । ହୀମସ୍ଖଳନ ସ୍ଥାନରେ ଫସି ରହିଥିବା ୧୮୦ରୁ ଅଧିକ ଶ୍ରମିକଙ୍କୁ ଠାବ ଲାଗି ଜୋରସୋରରେ ଚାଲିଛି ଉଦ୍ଧାର କାମ । ଯେତେ ଯେତେ ସମୟ ଗଡ଼ୁଛି, ସେହି ଅନୁଯାୟୀ ଉଦ୍ଧାରକାରୀ […]

ଉତ୍ତରାଖଣ୍ଡ ହିମ ପ୍ରଳୟ: ୭୦ ଘଣ୍ଟା ପରେ ବି ଟନେଲ ଭିତରେ ଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରୁନି

rescue opperation

Advertisment

ଡେରାଡୁନ:  ଉତ୍ତରାଖଣ୍ଡ ଚମୋଲି ହୀମସ୍ଖଳନ ଘଟଣାକୁ ୭୦ ଘଣ୍ଟାରୁ ଅଧିକ ବିତିଲା । ହେଲେ ତପୋବନ ପାୱାର ପ୍ରୋଜେକ୍ଟର ଟନେଲରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇପାରିନି। ତେଣୁ ଧୀରେ ଧୀରେ ଆଶଙ୍କା ବଢୁଛି । ଏପଟେ ସେନା ସହାୟତାରେ ଜୋରସୋରରେ ଚାଲିଛି ଉଦ୍ଧାର କାମ ।

Advertisment

ହୀମସ୍ଖଳନ ସ୍ଥାନରେ ଫସି ରହିଥିବା ୧୮୦ରୁ ଅଧିକ ଶ୍ରମିକଙ୍କୁ ଠାବ ଲାଗି ଜୋରସୋରରେ ଚାଲିଛି ଉଦ୍ଧାର କାମ । ଯେତେ ଯେତେ ସମୟ ଗଡ଼ୁଛି, ସେହି ଅନୁଯାୟୀ ଉଦ୍ଧାରକାରୀ ଟିମର ଚିନ୍ତା ବଢୁଛି । ଜେସିବିରେ ରାତି ତମାମ୍ ପଙ୍କ କାଦୁଅ କଢା ଚାଲିଥିଲେ ବି, କାମ ଆହୁରି ବହୁତ ବାକି ରହିଛି । ସେନା, ITBP, NDRF ଓ SDRF ଯବାନ ଲଗାତାର ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ, ଅଢ଼େଇ କିଲୋମିଟର ସୁଡ଼ଙ୍ଗର ମାତ୍ର ୧୨୦-୩୦ ମିଟର ଯାଏଁ ପହଞ୍ଚିବା ସମ୍ଭବ ହୋଇଛି ।

ନୌସେନାର ମରିନ୍ କମାଣ୍ଡୋଙ୍କୁ ରେସ୍କ୍ୟୁରେ ସାମିଲ କରାଯାଇପାରେ । ଭିତରର ସ୍ଥିତି କିଭଳି ଅଛି, ଚପରରେ ଉଡ଼ି ହାଇଦ୍ରାବାଦର ଏକ ଟିମ୍ ରିମୋଟ୍ ସେନ୍ସିଂ ଜରିଆରେ ଜାଣିବାକୁ ଚେଷ୍ଟା କରୁଛି । ଟନେଲ୍ ଭିତରକୁ ଶୀଘ୍ର ପହଞ୍ଚିବାକୁ ବିକଳ୍ପ ରାସ୍ତା ଖୋଜୁଛି ଇଞ୍ଜିନିୟରିଂ ଟିମ୍।

Advertisment

ସୂଚନାଥାଉ କି, ତପୋବନ ପାୱାର ପ୍ରୋଜେକ୍ଟରେ ପ୍ରାୟ ୨୦୦ ଶ୍ରମିକ କାମ କରୁଥିଲେ। ଗ୍ଲାସିଅର ଧସି ହୋଇଥିବା ଜଳପ୍ରଳୟରେ ଶ୍ରମିକମାନେ ‍ଫସି ଯାଇଥିଲେ। ଏନଡିଆରଏଫ ଓ ଏସ୍‌ଡିଆରଏଫ ଏମାନଙ୍କୁ ଉଦ୍ଧାର କରିବା କାମରେ ଲାଗିଥିଲେ। ବର୍ତ୍ତମାନସୁଦ୍ଧା ୩୨ ଶବ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ୨ ଜଣ ପୋଲିସ କର୍ମଚାରୀ ଅଛନ୍ତି।

Advertisment

ଅନ୍ୟପକ୍ଷେ ୱାଡିଆ ଇନଷ୍ଟିଚ୍ୟୁଟ ଅଫ ହିମାଲୟାନ ଜିଓଲଜିର ବୈଜ୍ଞାନିକ ପ୍ରାରମ୍ଭିକ ଆକଳନ କରି କହିଛନ୍ତି, ଦୁଇ ଦିନ ପୂର୍ବରୁ ଉତ୍ତରାଖଣ୍ଡରେ ଆକସ୍ମିକ ଭାବେ ବନ୍ୟ ଆସିବାର କାରଣ ଥିଲା ଝୁଲି ରହିଥିବା ଗ୍ଲାସିୟର ହଠାତ୍‌ ଧସି ଆସିଥିଲା। ଝୁଲି ରହିଥିବା ଗ୍ଲାସିୟର ଏମିତି ଏକ ହିମଖଣ୍ଡ ଯାହା ଅତ୍ୟଧିକ  ସ୍ଲୋପିଂ ବା ଗଡ଼ାଣିଆ ହୋଇ ରହିଲେ, ଉପରି ଭାଗ ଏମିତି ଧସି ଯାଇଥାଏ।  ଅନ୍ୟପକ୍ଷେ ୱାଡିଆ ଇନଷ୍ଟିଚ୍ୟୁଟ ଅଫ ହିମାଲୟାନ ଜିଓଲଜିର ନିର୍ଦ୍ଦେଶକ କଳାଚନ୍ଦ ସେନ କହିଛନ୍ତି, ଏଠାରେ ମଧ୍ୟ ଏପରି ହୋଇଥିଲା। ରୋନ୍ଥି ଗ୍ଲାସିଅ ନିକଟରେ ଝୁଲି ରହିଥିବା ଏକ ଗ୍ଲାସିଅର ଏହିପରି ଧସିଥିଲା ଯାହା ରୌନ୍ଥି/ମୃଗୁଧାନୀ ଚୌକି ନିକଟରେ ସମୁଦ୍ର ପୃଷ୍ଠରୁ ୬୦୬୩ ମିଟର ଉପରେ ଥିଲା। ତେବେ ୭ ତାରିଖ ହୋଇଥିବା ଚମୋଲି ହୀମସ୍ଖଳନ ଘଟଣାର ତଦନ୍ତ ପାଇଁ ଦୁଇଟି ଗବେଷକ ଟିମ୍‌ ଘଟଣାସ୍ଥଳକୁ ଯାଇଛନ୍ତି। ସେମାନେ ମଙ୍ଗଳବାର ହେଲିକପ୍ଟର ସର୍ଭେ କରିଥିଲେ।

Uttarakhand Glacial Burst
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ