Advertisment

ପ୍ରଳୟରେ ସାହା ହେଲା ମୋବାଇଲ୍, ଜୀବନ ବଞ୍ଚାଇ ଦେଲା କ୍ଷଣିକ ସିଗ୍‌ନାଲ୍‌

ନୂଆଦିଲ୍ଲୀ: ତପୋବନ ଅଞ୍ଚଳରେ ଏକ ଭୂତଳ ସୁଡ଼ଙ୍ଗରେ ପ୍ରାୟ ୩୦୦ ମିଟର ଭିତରକୁ ଯାଇ ସେମାନେ କାମ କରୁଥିଲେ। ହଠାତ୍‌ ମାଡ଼ି ଆସିଲା ପ୍ରଳୟ। ଆଖି ସାମ୍ନାରେ ନାଚୁଥିଲା ମୃତ୍ୟୁ। ଯେ କୌଣସି ସମୟରେ କୋଳେଇ ନେବ। ତଥାପି ବଞ୍ଚିବାର ଶେଷ ପ୍ରୟାସ କରିବାକୁ ସେମାନେ ଛାଡ଼ି ନ ଥିଲେ। ଭାଗ୍ୟ ଆଉ ଭଗବାନ ବି ସାଥ ଦେଇଥିଲେ। କ୍ଷଣିକ ମୋବାଇଲ ସିଗ୍‌ନାଲ ବଞ୍ଚାଇ ଦେଲା ସେମାନଙ୍କର ଜୀବନ। ଏମିତି ଥିଲା ଉତ୍ତରାଖଣ୍ଡ ହିମପ୍ରଳୟରୁ ବର୍ତ୍ତି ଯାଇଥିବା […]

ପ୍ରଳୟରେ ସାହା ହେଲା ମୋବାଇଲ୍, ଜୀବନ ବଞ୍ଚାଇ ଦେଲା କ୍ଷଣିକ ସିଗ୍‌ନାଲ୍‌

mobile

Advertisment

ନୂଆଦିଲ୍ଲୀ: ତପୋବନ ଅଞ୍ଚଳରେ ଏକ ଭୂତଳ ସୁଡ଼ଙ୍ଗରେ ପ୍ରାୟ ୩୦୦ ମିଟର ଭିତରକୁ ଯାଇ ସେମାନେ କାମ କରୁଥିଲେ। ହଠାତ୍‌ ମାଡ଼ି ଆସିଲା ପ୍ରଳୟ। ଆଖି ସାମ୍ନାରେ ନାଚୁଥିଲା ମୃତ୍ୟୁ। ଯେ କୌଣସି ସମୟରେ କୋଳେଇ ନେବ। ତଥାପି ବଞ୍ଚିବାର ଶେଷ ପ୍ରୟାସ କରିବାକୁ ସେମାନେ ଛାଡ଼ି ନ ଥିଲେ। ଭାଗ୍ୟ ଆଉ ଭଗବାନ ବି ସାଥ ଦେଇଥିଲେ। କ୍ଷଣିକ ମୋବାଇଲ ସିଗ୍‌ନାଲ ବଞ୍ଚାଇ ଦେଲା ସେମାନଙ୍କର ଜୀବନ। ଏମିତି ଥିଲା ଉତ୍ତରାଖଣ୍ଡ ହିମପ୍ରଳୟରୁ ବର୍ତ୍ତି ଯାଇଥିବା ଜଣେ ଶ୍ରମିକଙ୍କ ଛାତିଥରା ଅନୁଭୂତି।

Advertisment

ଉତ୍ତରାଖଣ୍ଡ ଚମୋଲିର ତପୋବନ ଅଞ୍ଚଳରେ ଟନେଲ୍ ଭିତରେ କାମ କରୁଥିଲେ ଶ୍ରମିକ। ୧୨ ଫୁଟ୍ ଉଚ୍ଚ ଓ ୧୫ ଫୁଟ୍ ଚଉଡ଼ା ଓ ୧.୬ କିଲୋମିଟର ଲମ୍ବର ଏହି ସୁଡ଼ଙ୍ଗର ସମ୍ମୁଖ ଅଂଶ ଭୂସ୍ଖଳନ ଯୋଗୁ ବୋହି ଆସିଥିବା ମାଟି ଓ ଆବର୍ଜନାରେ ପୋତି ହୋଇ ଯାଇଥିଲା। ଫଳରେ ସୁଡ଼ଙ୍ଗ ଭିତରେ ଶ୍ରମିକମାନେ ଫସି ରହିଥିଲେ ।

ଭୂତଳ ସୁଡ଼ଙ୍ଗର ପ୍ରାୟ ୩୦୦ ମିଟର ଭିତରକୁ ସେମାନେ କାମ କରୁଥିଲେ । ଦିନ ପ୍ରାୟ ୧୦ଟା ବେଳେ ହଠାତ୍ ବାହାରୁ ଲୋକେ ଚିତ୍କାର କରୁଥିବା ଶୁଣିବାକୁ ମିଳିଲା । ଲୋକମାନେ ଶ୍ରମିକମାନଙ୍କୁ ଟନେଲ୍‌ରୁ ବାହାରି ଆସିବାକୁ ଚିତ୍କାର କରୁଥିଲେ । ହେଲେ କେହି କିଛି ବୁଝିବା ଆଗରୁ ରାକ୍ଷସ ଭଳି ମାଡ଼ି ଆସିଲା ପାଣି ଓ ପଙ୍କକାଦୁଅର ପ୍ରଖର ସ୍ରୋତ। କେହି କିଛି କରିବାର ସମୟ ନଥିଲା  କି ଉପାୟ ବି ନଥିଲା । ସମସ୍ତେ ପଙ୍କ କାଦୁଅରେ ପୋତି ହୋଇଯାଇଥିଲେ ଟନେଲ୍ ଭିତରେ ।

Advertisment

ଟନେଲ୍ ଭିତରେ ପ୍ରାୟତଃ ମୋବାଇଲ ସିଗ୍ନାଲ ମଧ୍ୟ ଆସେନି । ତେଣୁ ସେମାନେ ସେଠି ଫସିଛନ୍ତି ବୋଲି ବାହାରକୁ ଜଣାଇବାର ଉପାୟ ନଥିଲା । ଯେତେବେଳେ ପାଣି ସ୍ଥିର ହେଲା ଓ ସେମାନେ ଟିକିଏ ଫାଙ୍କା ସ୍ଥାନ ପାଇଲେ, ଜଣେ ଶ୍ରମିକ ଲାଲ୍ ବାହାଦୁର ନିଜ ମୋବାଇଲ୍‌ରେ ଅଳ୍ପଟିକେ ସିଗ୍ନାଲ ଆସୁଥିବା ଦେଖିଥିଲେ । କାଳ ବିଳମ୍ବ ନକରି ସେ ନିଜ ଉପରିସ୍ଥ ଅଧିକାରୀଙ୍କୁ ଫୋନ୍ ଲଗାଇ ନିଜ ସ୍ଥିତି ବିଷୟରେ ଜଣାଇଲେ ।

ତା’ ପରେ ଆଉ ସିଗ୍‌ନାଲ ନ ଥିଲା। କେହି ଆସି ନ ଥିଲେ ଉଦ୍ଧାର କରିବାକୁ।  ଦିନ ୧୦ଟାରୁ ସାଢେ ୫ଟା ବିତିଲା। ସେମିତି ଟନେଲ ଭିତରେ ଫସି ରହିଥାନ୍ତି । ଆଉ ବାହାର ଦୁନିଆ ଦେଖିପାରିବେ, ସେ ଆଶା ଛାଡ଼ି ଦେଇଥିଲେ ସେମାନେ। ହେଲେ ହଠାତ୍ ଦେବଦୂତ ଭଳି ଦେଖାଦେଲେ ଆଇଟିବିପିର ଯବାନ ।   ମୃତ୍ୟୁର ଟନେଲ୍ ଭିତରୁ ଟାଣି ଆଣିଲେ ଜୀବନ ଆଡ଼କୁ । ଜଣଙ୍କୁ ନୁହେଁ, ୧୧ ଜଣ ଶ୍ରମିକଙ୍କୁ ଟେନଲ ଭିତରୁ ଉଦ୍ଧାର କରାଯାଇ ପାରିଛି। ଉଦ୍ଧାର ପରେ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

Advertisment

ପ୍ରଳୟ ବେଳେ ସାହା ହୋଇଥିଲା ମୋବାଇଲ୍ । ଭଗବାନଙ୍କ ଆଶୀର୍ବାଦ ପରି କ୍ଷଣିକ ପାଇଁ ଆସିଥିଲା ସିଗ୍ନାଲ । ତେଣୁ ଦୀର୍ଘ ୭ ଘଣ୍ଟା ପରେ ମରଣମୁହଁରୁ ସେମାନେ ଉଦ୍ଧାର ପାଇଗଲେ କହିଛନ୍ତି ଉଦ୍ଧାର ପାଇଥିବା ଶ୍ରମିକମାନେ।

Uttarakhand Glacial Burst
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ