Advertisment

ଗ୍ଲେସିୟର୍ ଫାଟି ନାହିଁ ବରଫ ଅତଡ଼ା ଖସି ବନ୍ୟା ଆସିଥାଇପାରେ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ରବିବାର ସକାଳେ ଉତ୍ତରାଖଣ୍ଡରେ ଆସିଥିବା ପ୍ରକୃତିକ ବିପର୍ଯ୍ୟୟର କାରଣ ଗ୍ଲେସିୟର ବିସ୍ଫୋରଣ ନୁହେଁ ବରଂ ଲକ୍ଷ ଲକ୍ଷ ଟନ୍‌ ଓଜନର ବରଫ ଅତଡ଼ା ଖସିବାରୁ ହୋଇଥାଇପାରେ ବୋଲି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ କହିଛନ୍ତି। ଆଜି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏପରି କହିଛନ୍ତି ଶ୍ରୀ ରାୱତ। ବିପର୍ଯ୍ୟୟର କାରଣ ନେଇ ସେନା ଆଇଟିବିପି(ଇଣ୍ଡୋ ତବ୍ବତାନ ବର୍ଡର ପୋଲିସ)ଯବାନ ଓ ଇସ୍ରୋ ବୈଜ୍ଞାନିକଙ୍କ ସହିତ ଆଲୋଚନା କରିବା ପରେ ଏପରି ମନ୍ତବ୍ୟ ଦେଇଛନ୍ତି ଉତ୍ତରାଖଣ୍ଡ […]

ଗ୍ଲେସିୟର୍ ଫାଟି ନାହିଁ ବରଫ ଅତଡ଼ା ଖସି ବନ୍ୟା ଆସିଥାଇପାରେ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

uttarakhand

Advertisment

ନୂଆଦିଲ୍ଲୀ: ରବିବାର ସକାଳେ ଉତ୍ତରାଖଣ୍ଡରେ ଆସିଥିବା ପ୍ରକୃତିକ ବିପର୍ଯ୍ୟୟର କାରଣ ଗ୍ଲେସିୟର ବିସ୍ଫୋରଣ ନୁହେଁ ବରଂ ଲକ୍ଷ ଲକ୍ଷ ଟନ୍‌ ଓଜନର ବରଫ ଅତଡ଼ା ଖସିବାରୁ ହୋଇଥାଇପାରେ ବୋଲି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ କହିଛନ୍ତି। ଆଜି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏପରି କହିଛନ୍ତି ଶ୍ରୀ ରାୱତ।

Advertisment

ବିପର୍ଯ୍ୟୟର କାରଣ ନେଇ ସେନା ଆଇଟିବିପି(ଇଣ୍ଡୋ ତବ୍ବତାନ ବର୍ଡର ପୋଲିସ)ଯବାନ ଓ ଇସ୍ରୋ ବୈଜ୍ଞାନିକଙ୍କ ସହିତ ଆଲୋଚନା କରିବା ପରେ ଏପରି ମନ୍ତବ୍ୟ ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ।

ଏନେଇ ମଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଥିଲା ସେହି ସ୍ଥାନରେ ଗ୍ଲେସିୟର ନଥିଲା ବୋଲି ଇସ୍ରୋ ପଟୋ ଦେଖାଇଛି। କିନ୍ତୁ ଏହି ସ୍ଥାନରେ ବରଫ ଆଚ୍ଛାଦିତ ନହୋଇଥିବା ଏକ ଲଣ୍ଡା ପାହାଡ଼ ଦେଖାଯାଉଥିଲା। ତେବେ ପାହାଡ଼ର ଉପରିଭାଗରେ କିଛି ଦେଖାଯାଉଥିଲା। ତେଣୁ ଏହି ପାହାଡ଼ରୁ ବହୁ ଓଜନର ବରଫ ଅତଡ଼ା ଖସି ରିଷି ଗଙ୍ଗା ଓ ଧଉଳିଗଙ୍ଗାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥାଇପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ବୈଜ୍ଞାନିକଙ୍କ କହିବାନୁସାରେ, ଯେଉଁ ସ୍ଥାନରୁ ଏହି ବିପର୍ଯ୍ୟୟ ଆସିଲା ସେହିସ୍ଥାନରେ ଗ୍ଲେସିୟର ବିସ୍ଫୋରଣ ହୋଇନାହିଁ। ବରଂ ଲକ୍ଷ ଲକ୍ଷ ଟନ୍ ଓଜନର ବରଫ ଅତଡ଼ା ଖସିବାରୁ ଏପରି ହୋଇଥାଇପାରେ। ପ୍ରାଥମିକ ପର୍ଯ୍ୟାୟ ତଦନ୍ତରୁ ଏହା ଜଣାପଡ଼ିଛି ବୋଲି ଶ୍ରୀ ରାୱତ କହିଛନ୍ତି। ରବିବାର ହୋଇଥିବା ବର୍ଷାରେ ଏହି ଅଞ୍ଚଳରେ ବରଫପାତ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ରବିବାର ସକାଳେ ହଠାତ୍‌ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଅଳକାନନ୍ଦା ଏବଂ ଧଉଳିଗଙ୍ଗା(ଗଙ୍ଗା ନଦୀ ଶାଖା) ନଦୀରେ ଭୟଙ୍କର ବନ୍ୟା ସ୍ଥିତି ଦେଖାଦେଇଥିଲା। ଏଥିରେ ରିଷିଗଙ୍ଗା ଜଳ ବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟରତ ୧୫୦ ଶ୍ରମିକ ଭାସିଯାଇଥିବା ଅଉମାନ କରାଯାଉଛି। ବିପର୍ଯ୍ୟରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ନିଖୋଜ୍ ହୋଇଯାଇଥିଲେ। ବିପତ୍ତିକୁ ସାମ୍ନା କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା।

Advertisment

ଏଥିସହିତ ଘଟଣା ସମ୍ପର୍କରେ ମିଛ ଖବର ପ୍ରଚାର ନକରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ। ଘଟଣା ସ୍ଥଳରେ ଏବେବି ଉଦ୍ଧାର କାର୍ଯ୍ୟଜାରି ରହିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳ ବୁଲି ଦେଖିଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ। ସେ ଲେଖିଛନ୍ତି " ମୁଁ ଦେହରାଦୁନ୍‌ରୁ ପ୍ରଭାବିତ ଅଞ୍ଚଳକୁ ଯାଉଛି। ସେଠାରେ ରାତିରେ ରହିବି। ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଜୋର୍‌ସୋର୍‌ରେ ଜାରି ରହିଛି। ସରକାର ଏଥିରେ କୌଣସି ଢିଲା କରୁନାହାନ୍ତି। କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ସହାୟତା ମିଳୁଛି। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଏହି ଦୁର୍ଘଟଣାକୁ ବିକାଶ ବିରୋଧରେ କୌଣସି ପ୍ରପୋଗେଣ୍ଡା କରନ୍ତୁ ନାହିଁ।"

Uttarakhand Glacial Burst
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ