/odishatv-khabar/media/post_attachments/uploadimage/library/16_9/16_9_0/12boys_1625441148.jpg)
12boys
ଡେରାଡୁନ୍: ଉତ୍ତରାଖଣ୍ଡର ରାମନଗରରେ ରହୁଥିବା ୧୨ ବର୍ଷର ସନ୍ନି ଏବେ ଲୋକମାନଙ୍କ ପାଇଁ ଉଦାହରଣ ପାଲଟିଛି। ବାହାଦୂର ସନ୍ନି ପାଣିରେ ଭାସିଯାଉଥିବା ଜଣେ ଯୁବକଙ୍କ ଜୀବନ ରକ୍ଷା କରି ଚର୍ଚ୍ଚାରେ ଆସିଛନ୍ତି।
ଖବର ଅନୁଯାୟୀ, ଘଟଣାଟି ଗତ ରବିବାର ଦିନ ଘଟିଥିଲା। ଯୁବକ ଜଣଙ୍କ ବେକାରୀ ଥିବାରୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ। ଫଳରେ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା। ଏନେଇ ସେ ରାମନଗରର କୋସି ବାଇପାସ୍ ବ୍ରିଜ୍ ଉପରେ ଚଢ଼ି ନଦୀକୁ ଡେଇଁ ପଡିଥିଲେ। ଏପରି ପରିସ୍ଥିତିରେ ସନ୍ନି ସେଠାରେ ଉପସ୍ଥିତିରେ ଥିଲେ। ସଙ୍ଗେ ସଙ୍ଗେ ଦେବଦୂତ ସାଜି ସନ୍ନି ନଦୀକୁ ଡେଇଁ ପଡ଼ି ଯୁବକଙ୍କୁ ରକ୍ଷା କରିଥିଲେ। ଏଥି ସହ ସନ୍ନି ନିଜ ସାହସିକତାକୁ ପ୍ରମାଣ କରି ଦେଖାଇଛନ୍ତି ଯେ ଟିକିଏ ପରିଶ୍ରମ ଦ୍ୱାରା କାହାର ଜୀବନ ରକ୍ଷା ହୋଇପାରୁଛି।
ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି। ନଦୀର ଦ୍ରୁତ ସ୍ରୋତରେ ସନ୍ନି ଯୁବକଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ। ସନ୍ନିଙ୍କ ଏଭଳି ସାହାସିକତାକୁ ଦେଖି ପାଖରେ ଥିବା ଅନ୍ୟମାନେ ସନ୍ନିଙ୍କୁ ସହଯୋଗ କରିଥିଲେ। ପରେ ଯୁବକଙ୍କୁ ପାଣିରୁ ବାହାର କରିଥିଲେ।
ଲୋକଙ୍କ ସାହାଯ୍ୟରେ ଯୁବକଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି। ସନ୍ନିଙ୍କ ଏଭଳି କାର୍ଯ୍ୟକୁ ଚାରିଆଡେ ପ୍ରଶଂସା କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)