/odishatv-khabar/media/post_attachments/uploadimage/library/16_9/16_9_0/UP_1623298056.jpg)
UP
ଆଲିଗଡ : ‘ଝିଅମାନଙ୍କୁ ମୋବାଇଲ୍ ଦେବା ଉଚିତ୍ ନୁହେଁ, ଏଥିପାଇଁ ଅପରାଧ ବଢ଼ୁଛି । ମହିଳାଙ୍କ ପ୍ରତି ହେଉଥିବା ଅପରାଧ କମାଇବାକୁ ହେଲେ ଝିଅକୁ ଜଗିବା ମା’ର କର୍ତ୍ତବ୍ୟ’ । ଏପରି ବିବାଦୀୟ ବୟାନ୍ ଦେଇ ଚର୍ଚ୍ଚାରେ ଉତ୍ତରପ୍ରଦେଶ ମହିଳା ଆୟାଗ ସଦସ୍ୟ । ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ ଦେଶ ପାଇଁ ସବୁଠାରୁ ପ୍ରମୁଖ ସମସ୍ୟା ଭିତରୁ ଗୋଟିଏ । ଲଗାତାରେ ସମାଜ ଏ ଦିଗରେ କାମ କରୁ ବୋଲି ପରମାର୍ଶ ଦିଆଯାଉଛି । ଧୀରେ ଧୀରେ ସମାଜର ବିଚାରଧାରାରେ ପରିବର୍ତ୍ତନ ଆସୁଥିବା ବେଳେ ମହିଳା ଆୟୋଗ ସଦସ୍ୟଙ୍କ ମାନସିକତାରେ କିନ୍ତୁ ପରିବର୍ତ୍ତନ ଆସିନି । ମୋବାଇଲ ବ୍ୟବହାର ହିଁ ମହିଳାଙ୍କ ପାଇଁ ବିପଦପୂଣ୍ଣ ସାଜିଛି ବୋଲି ସେ କହିଛନ୍ତି ।
ଝିଅଙ୍କ ମୋବାଇଲ ବ୍ୟବହାର ଉପରେ ଆପତ୍ତି ଉଠାଇଛନ୍ତି ଉତ୍ତରପ୍ରଦେଶ ମହିଳା ଆୟୋଗ ସଦସ୍ୟ ମୀନା କୁମାରୀ । ମହିଳାଙ୍କ ପ୍ରତି ବଢ଼ୁଥିବା ଅପରାଧକୁ ଦୃଷ୍ଟିରେ ରଖି ସମାଜକୁ ଗମ୍ଭୀର ହେବାକୁ ପଡ଼ିବ । ଏପରିସ୍ଥିତିରେ ମୋବାଇଲ ଏବ ବଡ଼ ସମସ୍ୟା ହୋଇ ଉଭା ହୋଇଛି ବୋଲି ମତ ପ୍ରକାଶ କରିଛନ୍ତି । ଝିଅମାନେ ଘଣ୍ଟା ଘଣ୍ଟା ଧରି ମୋବାଇଲ ବ୍ୟବହାର କରୁଛନ୍ତି । ପୁଅଙ୍କ ସହ ମିଳାମିଶା କରିବା ସହ ବସାଉଠା କରୁଛନ୍ତି । ଝିଅ ମାନେ ମୋବାଇଲ ବ୍ୟବହାର କରୁଥିଲେ ପରିବାର ଲୋକ ତାଙ୍କର ମୋବାଇଲ ଚେକ୍ କରିବା ଆବଶ୍ୟକ । କାରଣ ଝିଅମାନେ କାହା ସହ ଘଣ୍ଟା ଘଣ୍ଟା ଗପୁଛନ୍ତି, ସେ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାନଥାଏ । ମୋବାଇଲରେ ଗପି ଗପି ଶେଷର ପୁଅ ସହ ଝିଅ ଫେରାର ହୋଇଯାଏ ପରି ମନ୍ତବ୍ୟ ଦେଇଛନ୍ତି ମୀନା କୁମାରୀ ।
ବଢ଼ୁଥିବା ଅପରାଧକୁ ଦୃଷ୍ଟିରେ ରଖି ଝିଅମାନଙ୍କୁ ମୋବାଇଲ ନଦେବାକୁ ଅପିଲ କରିଛନ୍ତି ଉତ୍ତରପ୍ରଦେଶ ମହିଳା ଆୟୋଗ ସଦସ୍ୟ । ଯଦି ମୋବାଇଲ ଦେଉଛନ୍ତି ତେବେ ମନିଟରିଂ କରିବା ଜରୁରୀ । ଏଥିପାଇଁ ମା’ ଉପରେ ରହିଛି ଗୁରୁଦାୟିତ୍ୱ । ଝିଅ ବିଗିଡ଼ିଗଲେ ସେଥିପାଇଁ ମା’ ଦାୟୀ ବୋଲି ସେ କହିଛନ୍ତି । ମହିଳାଙ୍କ ପ୍ରତି ସମାଜରେ ଅପରାଧ ବଢ଼ୁଥିବା ବେଳେ ଏପରି ସମ୍ବଦେନଶୀଳ ମାମଲା ଉପରେ ମହିଳା ଆୟୋଗଙ୍କ ଏପରି ବୟାନ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)