Advertisment

୬ କର୍ମଚାରୀ କରୋନା ଆକ୍ରାନ୍ତ; ଖୋଲିବାର ଅଳ୍ପ ସମୟରେ ପୁଣି ବନ୍ଦ ହେଲା କମ୍ପାନୀ

ନୋଏଡା: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାଠାରେ ଥିବା ଓପୋ ମୋବାଇଲ୍‌ ଫୋନ୍ କମ୍ପାନୀର ୬ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଘଟଣାଟି ସାମ୍ନାକୁ ଆସିବା ମାତ୍ରେ କାରଖାନାରେ ଭୟର ବାତାବରଣ ସୃଷ୍ଟି ହୋଇଥଲା ।ରିପୋର୍ଟ ଆସିବା ପରେ କାରଖାନାକୁ ବନ୍ଦ କରି ଦିଆଯାଇଛି।  କମ୍ପାନୀର କର୍ମଚାରୀମାନେ କହିଛନ୍ତି ଯେ, ସେମାନଙ୍କୁ ନୋଟିସ୍‌ ନହେବା ପର୍ଯ୍ୟନ୍ତ କାମକୁ ଆସିପାରିବେ ନାହିଁ। ଲକ୍‌ଡାଉନ୍‌ ପରେ କମ୍ପାନୀକୁ ବନ୍ଦ କରାଯାଇଥିଲା। ମେ’ ୮ରେ କମ୍ପାନୀ ଖୋଲାଯାଇ କାମ ଆରମ୍ଭ ହୋଇଥିଲା। […]

୬ କର୍ମଚାରୀ କରୋନା ଆକ୍ରାନ୍ତ; ଖୋଲିବାର ଅଳ୍ପ ସମୟରେ ପୁଣି ବନ୍ଦ ହେଲା କମ୍ପାନୀ

oppo

Advertisment

ନୋଏଡା: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାଠାରେ ଥିବା ଓପୋ ମୋବାଇଲ୍‌ ଫୋନ୍ କମ୍ପାନୀର ୬ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଘଟଣାଟି ସାମ୍ନାକୁ ଆସିବା ମାତ୍ରେ କାରଖାନାରେ ଭୟର ବାତାବରଣ ସୃଷ୍ଟି ହୋଇଥଲା ।ରିପୋର୍ଟ ଆସିବା ପରେ କାରଖାନାକୁ ବନ୍ଦ କରି ଦିଆଯାଇଛି। 

Advertisment

କମ୍ପାନୀର କର୍ମଚାରୀମାନେ କହିଛନ୍ତି ଯେ, ସେମାନଙ୍କୁ ନୋଟିସ୍‌ ନହେବା ପର୍ଯ୍ୟନ୍ତ କାମକୁ ଆସିପାରିବେ ନାହିଁ। ଲକ୍‌ଡାଉନ୍‌ ପରେ କମ୍ପାନୀକୁ ବନ୍ଦ କରାଯାଇଥିଲା। ମେ’ ୮ରେ କମ୍ପାନୀ ଖୋଲାଯାଇ କାମ ଆରମ୍ଭ ହୋଇଥିଲା। କିନ୍ତୁ କମ୍ପାନୀ ଖୋଲିବା ପରେ ୬ଜଣ କର୍ଚାମରୀ ପଜିଟିଭ ଥିବା ଜଣାପଡ଼ିଥିଲା। ଫଳରେ କାରଖାନାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି। ଏନେଇ କମ୍ପାନୀ ସ୍ପଷ୍ଟୀକରଣ ଦେଇ କହିଛି ଯେ, କେବଳ କରୋନାରେ ନେଗେଟିଭ୍‌ ଥିବା ବ୍ୟକ୍ତିମାନଙ୍କୁ ନେଇ ସମସ୍ତ ପ୍ରୋଟୋକଲ୍‌ ଅନୁସାରେ କାରଖାନାର କାର୍ଯ୍ୟ ଆରମ୍ଭ କରାଯିବ।

କମ୍ପାନୀ କହିଛି, ଆମର ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ରଖିବା ଏବଂ ପରିସରକୁ ଭାଇରସମୁକ୍ତ କରିବା ପାଇଁ ଆମେ କଡା ପଦକ୍ଷେପ ନେବାକୁ ଯାଉଛୁ। ସେ କହିଛନ୍ତି, ଏକ ସଂଗଠନ ଭାବରେ କମ୍ପାନୀର କର୍ମଚାରୀ ଏବଂ ନାଗରିକଙ୍କ ସୁରକ୍ଷା ହେଉଛି ଆମର ପ୍ରଥମ ଦାୟିତ୍ୱ। ଏପରି ପରିସ୍ଥିତିରେ, ଆମେ ଗ୍ରେଟର ନୋଏଡାରେ ଆମର ସମସ୍ତ ଉତ୍ପାଦନ କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ । କମ୍ପାନୀରେ କାର୍ଯ୍ୟରତ ୩୦ ହଜାରରୁ ଅଧିକ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଛି। ଯାହାର ଫଳାଫଳକୁ ଅପେକ୍ଷା କରାଯାଇଛି

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ