Advertisment

ଅଦରକାରୀ ପ୍ଲାଷ୍ଟିକରୁ ତିଆରି କଲେ ଆଶ୍ରୟ ସ୍ଥଳ

କେରଳ: ବ୍ୟବହାର ଅନୁପୋଯୋଗୀ ପ୍ଲାଷ୍ଟିକରୁ କିଛି ନୂଆକରି ଦେଖାଇଛନ୍ତି କେରଳ ଏର୍ଣ୍ଣାକୁଲମର ଯୁବକ। ଏଣେତେଣେ ଫିଙ୍ଗା ଯାଇଥିବା ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରି ଏର୍ଣ୍ଣାକୁଲମର କିଛି ଯୁବକ ନିର୍ମାଣ କରିଛନ୍ତି ଆଶ୍ରୟ ସ୍ଥଳ। ରାସ୍ତା ପାର୍ଶ୍ୱରେ ଏହି ଆଶ୍ରୟସ୍ଥଳ ରହିଛି। ଲୋକେ ଯେତେବେଳେ ବସ୍‌ରେ ଯାତ୍ରା କରିବାକୁ ବାହାରିବେ ଏଠାରେ ହିଁ ଅପେକ୍ଷା କରିପାରିବେ। ପ୍ଲାଷ୍ଟିକ୍ ବୋତଲରେ ତିଆରି ହୋଇଥିବା ଏହି ଆଶ୍ରୟ ସ୍ଥଳକୁ ବେଶ୍ ସୁନ୍ଦର ଭାବେ ସଜା ଯାଇଛି। କେବଳ ବୋତଲ ନୁହେଁ, ପୁରୁଣା […]

author-image
Mahasweta Baral
ଅଦରକାରୀ ପ୍ଲାଷ୍ଟିକରୁ ତିଆରି କଲେ ଆଶ୍ରୟ ସ୍ଥଳ

bottel

କେରଳ: ବ୍ୟବହାର ଅନୁପୋଯୋଗୀ ପ୍ଲାଷ୍ଟିକରୁ କିଛି ନୂଆକରି ଦେଖାଇଛନ୍ତି କେରଳ ଏର୍ଣ୍ଣାକୁଲମର ଯୁବକ। ଏଣେତେଣେ ଫିଙ୍ଗା ଯାଇଥିବା ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରି ଏର୍ଣ୍ଣାକୁଲମର କିଛି ଯୁବକ ନିର୍ମାଣ କରିଛନ୍ତି ଆଶ୍ରୟ ସ୍ଥଳ।

Advertisment

ରାସ୍ତା ପାର୍ଶ୍ୱରେ ଏହି ଆଶ୍ରୟସ୍ଥଳ ରହିଛି। ଲୋକେ ଯେତେବେଳେ ବସ୍‌ରେ ଯାତ୍ରା କରିବାକୁ ବାହାରିବେ ଏଠାରେ ହିଁ ଅପେକ୍ଷା କରିପାରିବେ। ପ୍ଲାଷ୍ଟିକ୍ ବୋତଲରେ ତିଆରି ହୋଇଥିବା ଏହି ଆଶ୍ରୟ ସ୍ଥଳକୁ ବେଶ୍ ସୁନ୍ଦର ଭାବେ ସଜା ଯାଇଛି।

କେବଳ ବୋତଲ ନୁହେଁ, ପୁରୁଣା ଟାୟାର ମଧ୍ୟ ଏଥିରେ ବ୍ୟବହୃତ ହୋଇଛି। ଟାୟାରକୁ ରଙ୍ଗ କରି ସେଥିରେ ନାନା ପ୍ରକାରର ଗଛ ମଧ୍ୟ ଲଗାଇଛନ୍ତି ଯୁବକମାନେ। ଏହା ଦ୍ୱାରା ପରିବେଶ ସୁରକ୍ଷା ନେଇ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ଦିଆଯାଇଛି।

Advertisment
Advertisment
Advertisment