Advertisment

ମସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାକୁ ପ୍ରୟାସ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଜୈଶ୍ ଏ ମହମ୍ମଦର ମୁଖ୍ୟ ମସୁଦ ଆଝାରକୁ ବ୍ଲାକ୍ ଲିଷ୍ଟେଡ୍ କରିବାକୁ ପୁଣି ପ୍ରୟାସ ଆରମ୍ଭ ହୋଇଛି। ବ୍ରିଟେନ ଓ ଫ୍ରାନ୍ସ ସହାୟତାରେ ଆମେରିକା ଏହି ଚେଷ୍ଟା କରୁଛି। ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାକୁ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ମସୁଦ ବିରୋଧରେ ଭ୍ରମଣ କଟକଣା ଓ ଆର୍ଥିକ କଟକଣା ଲଗାଇବାକୁ ଏଥିରେ ଉଲ୍ଲେଖ କରାଯାଇଛି। ତା’ ସଂପତ୍ତି ବ୍ୟାଜ୍ୟାପ୍ତି କରିବା ଲାଗି ମଧ୍ୟ ପ୍ରସ୍ତାବ ରହିଛି। କେବଳ ଏତିକି ନୁହେଁ, […]

ମସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାକୁ ପ୍ରୟାସ

Untitled-1

Advertisment

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଜୈଶ୍ ଏ ମହମ୍ମଦର ମୁଖ୍ୟ ମସୁଦ ଆଝାରକୁ ବ୍ଲାକ୍ ଲିଷ୍ଟେଡ୍ କରିବାକୁ ପୁଣି ପ୍ରୟାସ ଆରମ୍ଭ ହୋଇଛି। ବ୍ରିଟେନ ଓ ଫ୍ରାନ୍ସ ସହାୟତାରେ ଆମେରିକା ଏହି ଚେଷ୍ଟା କରୁଛି। ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାକୁ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ମସୁଦ ବିରୋଧରେ ଭ୍ରମଣ କଟକଣା ଓ ଆର୍ଥିକ କଟକଣା ଲଗାଇବାକୁ ଏଥିରେ ଉଲ୍ଲେଖ କରାଯାଇଛି। ତା’ ସଂପତ୍ତି ବ୍ୟାଜ୍ୟାପ୍ତି କରିବା ଲାଗି ମଧ୍ୟ ପ୍ରସ୍ତାବ ରହିଛି। କେବଳ ଏତିକି ନୁହେଁ, ଚିଠା ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି ଯେ, ଆତଙ୍କବାଦୀକୁ ଅସ୍ତ୍ରଶସ୍ତ୍ର ପ୍ରଦାନ, ଆର୍ଥିକ ସହାୟତା ପ୍ରଦାନ ସହିତ ରଣନୀତି ପ୍ରସ୍ତୁତ କରିବାରେ ମସୁଦ ସାହାଯ୍ୟ କରୁଛି।

Advertisment

ମସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପରେ ସେ କଳା ତାଲିକାଭୁକ୍ତ ହେବ। ଏହାଫଳରେ ତା’ ଉପରେ ଅନେକ କଟକଣା ଲାଗିବ। ଏହି ଚିଠା ପ୍ରସ୍ତାବ ପ୍ରସ୍ତୁତି ପରେ ଆମେରିକାରେ ବୈଦେଶିକ ସଚିବ ମାଇକ ପମ୍ପିଓ ଚୀନକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମୁସଲମାନଙ୍କ ପ୍ରତି ଚୀନ୍‌ର ଛଳନାପୂର୍ଣ୍ଣ ବ୍ୟବହାର ବିଶ୍ୱ ସହ୍ୟ କରିପାରିବ ନାହିଁ।

ଚୀନ ଲକ୍ଷ ଲକ୍ଷ ମୁସଲମାନଙ୍କ ଉପରେ ଅତ୍ୟାଚାର ଚଲାଇ ଥିବା ବେଳେ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଛନ୍ତି ପମ୍ପିଓ। ମସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାର ପ୍ରସ୍ତାବ ଉପରେ ୩ ଥର ଚୀନ୍‌ ଭିଟୋ ପ୍ରୟୋଗ କରି ଅଟକାଇବାକୁ ସକ୍ଷମ ହୋଇଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ