Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନ ଓ ବହୁତ ଭଲ ନେତା-ଟ୍ରମ୍ପ

ୱାଶଂଟନ: ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଦେବାପାଇଁ ଭାରତ ଅନୁମତି ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମୋଦି ବହୁତ ଭଲ ଓ  ମହାନ ନେତା ବୋଲି କହିଛନ୍ତି ଟ୍ରମ୍ପ। କରୋନାରେ ସର୍ବାଧିକ ସକ୍ରଂମିତ ଦେଶ ଆମେରିକାର ରାଷ୍ଟପତି ‌ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆମରିକା ୨୯ ମିଲିୟନ ଔଷଧ କିଣିବ ଏବଂ ଏଥିରୁ ସବୁଠାରୁ ଅଧିକ ଭାରତ ଯୋଗାଇବ। କରୋନା ଭାଇରସର ବିପଦ ଏବେ ସାରା ବିଶ୍ୱକୁ ଘାରିଛି। ଆମେରିକାରେ […]

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନ ଓ ବହୁତ ଭଲ ନେତା-ଟ୍ରମ୍ପ

modi

Advertisment

ୱାଶଂଟନ: ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଦେବାପାଇଁ ଭାରତ ଅନୁମତି ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମୋଦି ବହୁତ ଭଲ ଓ  ମହାନ ନେତା ବୋଲି କହିଛନ୍ତି ଟ୍ରମ୍ପ। କରୋନାରେ ସର୍ବାଧିକ ସକ୍ରଂମିତ ଦେଶ ଆମେରିକାର ରାଷ୍ଟପତି ‌ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆମରିକା ୨୯ ମିଲିୟନ ଔଷଧ କିଣିବ ଏବଂ ଏଥିରୁ ସବୁଠାରୁ ଅଧିକ ଭାରତ ଯୋଗାଇବ।

Advertisment

କରୋନା ଭାଇରସର ବିପଦ ଏବେ ସାରା ବିଶ୍ୱକୁ ଘାରିଛି। ଆମେରିକାରେ ଏଯାବତ ୧୨,୮୫୪ ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିଛି। ଅନ୍ୟପଟେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଏବେ ରୋକିବା ପାଇଁ ଆମେରିକା ପ୍ରାଥମିକ ପଦକ୍ଷେପ ନେଉଛି। ଏଥିପାଇଁ ଆଣ୍ଟି ମାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ଉପରେ ଗୁରୁତ୍ୱ ଦେଇଛି ଆମେରିକା। ଏହି ଔଷଧ ଭାରତରେ ପ୍ରସ୍ତୁତ ହୁଏ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ନିକଟରେ ଭାରତ ସରକାର ଏହି ଔଷଧ ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି।

ଶନିବାର ମୋଦି ଏବଂ ଟ୍ରମ୍ପ ଫୋନରେ କଥା ହୋଇଥିଲେ। କରୋନା ମୁକାବିଲା ନେଇ ଦୁଇ ଦେଶ ପରସ୍ପରକୁ ସହଯୋଗ କରିବା ବୋଲି ଦୁଇ ନେତା ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ପଠାଇବା ପାଇଁ କହିଥିଲେ ଟ୍ରମ୍ପ। ଯଦିଓ ଏହି ଔଷଧ କରୋନାର ପ୍ରତିଷେଧକ କିମ୍ୱା ଔଷଧ ନୁହେଁ ହେଲେ କିଛି ଆକ୍ରାନ୍ତ ଏହି ଔଷଧରେ ସୁସ୍ଥ ହେଉଛନ୍ତି। ଆମେରିକାର ସ୍ୱାସ୍ଥ୍ୟ ବିଭାଗ ଏ ନେଇ ଟ୍ରମ୍ପଙ୍କୁ ପରାମର୍ଶ ଦେବା ପରେ ସେ ଭାରତକୁ ଏହି ଔଷଧ ମାଗିଥିଲେ। ଆମେରିକା ୨୯,୦୦୦,୦୦୦‬ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଡୋଜ୍ ଔଷଧ ମାଗିଛି। ଏହି ଔଷଧକୁ ଟ୍ରମ୍ପ ନିଜେ ଖାଇବେ ବୋଲି ମଧ୍ୟ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ