trump
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇ ସାରିଛି। ଜୋ ବାଇଡେନ ବହୁମତ ପାଇ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଟ୍ରମ୍ପ ହାର ମାନିବାକୁ ପ୍ରସ୍ତତ ନୁହଁନ୍ତି। ଶୁଣିବାକୁ ମିଳୁଛି, ଯେଉଁଦିନ ଟ୍ରମ୍ପ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ସେହିଦିନଠାରୁ ଗିରଫଦାରି ପାଇଁ ଓଲଟା ଗଣତି ଆରମ୍ଭ କରିବେ। ତାଙ୍କ ବିରୋଧରେ ଏମିତି ଅନେକ ମାମଲା ରହିଛି ଯେଉଁଥିପାଇଁ ସେ ପଦରୁ ଇସ୍ତଫା ଦେବା ପରେ ପରେ ଜେଲ ଯାଇପାରନ୍ତି।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଟ୍ରମ୍ପଙ୍କ କାର୍ଯ୍ୟକାଳ ସମୟରେ ହୋଇଥିବା ଦୁର୍ନୀତିର ତଦନ୍ତ କରାଯାଇଛି। ଏଥିରୁ ଯାହା ଜଣାପଡ଼ିଛି, ରାଷ୍ଟ୍ରପତି ପଦରୁ ହଟିବା ପରେ ଅପରାଧିକ କାର୍ଯ୍ୟନୁଷ୍ଠାନ ବ୍ୟତୀତ କଠିନ ଆର୍ଥିକ ସ୍ଥିତିକୁ ମଧ୍ୟ ଟ୍ରମ୍ପଙ୍କୁ ସାମ୍ନା କରିବାକୁ ପଡ଼ିପାରେ। ରାଷ୍ଟ୍ରପତି ପଦରେ ରହିଥିବାରୁ ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ରୁଜୁ ହୋଇ ପାରିବ ନାହିଁ। ଏହାର ଫାଇଦା ନେଇ ଏହି ସମସ୍ୟାରୁ ମୁକୁଳିବାକୁ ଚାହୁଁଛନ୍ତି ଟ୍ରମ୍ପ।
ଆମେରିକା ମିଡିଆ ରିପୋର୍ଟ ଅନୁଯାୟୀ,ଜେଲ ନ ଗଲେ ମଧ୍ୟ ଟ୍ରମ୍ପଙ୍କୁ କଠିନ ଆର୍ଥିକ ସ୍ଥିତି ଦେଇ ଗତି କରିବାକୁ ପଡ଼ିବ । ଏହି ରିପୋର୍ଟ ଅନୁସାରେ ଆସନ୍ତା ୪ ବର୍ଷ ଭିତରେ ଟ୍ରମ୍ପଙ୍କୁ ୩୦ କୋଟି ଡଲାରରୁ ଅଧିକ ଋଣ ସୁଝିବାକୁ ପଡ଼ିବ। ଅନ୍ୟପକ୍ଷେ ତାଙ୍କର ନିଜର ବ୍ୟବସାୟିକ ସ୍ଥିତି ମଧ୍ୟ ଭଲ ନାହିଁ। ଏପରି ପରିସ୍ଥିତିରେ ୩୦ କୋଟି ଡଲାର ଋଣ ସୁଝିବା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ।
ଟ୍ରମ୍ପଙ୍କ ଆଲୋଚକମାନେ କହନ୍ତି, ରାଷ୍ଟ୍ରପତି ପଦ ତାଙ୍କର ଆଇନ ଏବଂ ଆର୍ଥିକ ସମସ୍ୟା ଉପରେ ଏକ କବଚ ପରି କାମ କରୁଥିଲା। ହେଲେ ପଦରୁ ହଟିଲେ ଏହି ସମସ୍ୟାରେ ଛନ୍ଦ ହୋଇ ପଡ଼ିବେ। ଅନ୍ୟପକ୍ଷେ ଟ୍ରମ୍ପ ଏପରି ଅଭିଯୋଗକୁ ଖଣ୍ଡନ କରିବା ସହ ଏହାକୁ ଶତ୍ରୁପକ୍ଷଙ୍କ ଷଡଯନ୍ତ୍ର ବୋଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/trump-2_1625131833.jpg)