/odishatv-khabar/media/post_attachments/uploadimage/library/16_9/16_9_0/19_1626698200.jpg)
19
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଚଳନ୍ତା ବସ୍ରେ ଦିଲ୍ଲୀର ଜଣେ ୧୯ ବର୍ଷର ଯୁବତୀକୁ କରୋନା ସନ୍ଦେହ କରି ବସ୍ କଣ୍ଡକ୍ଟର ତଳକୁ ଠେଲି ଦେଇଛନ୍ତି। ଫଳରେ ଘଟଣା ସ୍ଥଳରେ ହିଁ ଯୁବତୀଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଦିଲ୍ଲୀ ମହିଳା ଆୟୋଗ ଉତ୍ତରପ୍ରଦେଶ ପୋଲିସକୁ ନୋଟିସ ଜାରି କରିଛନ୍ତି। ଜୁଲାଇ ୧୫ ସୁଦ୍ଧା ପୋଲିସକୁ ଉତ୍ତର ଦେବା ପାଇଁ ମହିଳା ଆୟୋଗ କହିଛନ୍ତି।
ଦିଲ୍ଲୀର ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ମଥୁରାର ଏସଏସପିଙ୍କୁ ପଠାଇଥିବା ନୋଟିସରେ କହିଛନ୍ତି ଯେ ଦିଲ୍ଲୀର ମାଣ୍ଡାଭାଲିର ୧୯ ବର୍ଷର ଯୁବତୀଙ୍କ ମୃତ୍ୟୁ ବିଷୟରେ ମିଡିଆ ରିପୋର୍ଟରୁ ଜାଣିବାକୁ ପାଇଛି। ଖବର ଅନୁଯାୟୀ, ଯୁବତୀ ଜଣଙ୍କ ୟୁପିର ମଥୁରାରେ ବସ୍ ଯୋଗେ ଯାତ୍ରା କରୁଥିଲେ। ସେହି ବସ୍ର ଡ୍ରାଇଭର ଓ କଣ୍ଡକ୍ଟର ଦୁହେଁ ଯୁବତୀଙ୍କୁ କରୋନା ହୋଇଥିବା ସନ୍ଦେହ କରି ତାଙ୍କୁ ମଥୁରା ଟୋଲ ପ୍ଲାଜା ନିକଟରେ ବସ୍ରୁ ଠେଲି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଯୁବତୀଙ୍କ ସହିତ ତାଙ୍କ ପରିବାର ଲୋକେ ମଧ୍ୟ ବସ୍ରେ ଥିଲେ।
ଦିଲ୍ଲୀ ମହିଳା ଆୟୋଗ ପୋଲିସକୁ କହିଛନ୍ତି ଯେ ଏହା ଏକ ଗୁରୁତର ବିଷୟ। ତୁରନ୍ତ ପୋଲିସ ଘଟଣାର ତଦନ୍ତ କରିବା ଆବଶ୍ୟକ। ଯଦି ଅଭଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ, ତେବେ ଏହାର କାରଣ ଦର୍ଶାଇ ଜୁଲାଇ ୧୫ ସୁଦ୍ଧା ପୋଲିସକୁ ଉତ୍ତର ଦେବା ପାଇଁ ମହିଳା ଆୟୋଗ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)