Advertisment

ହାଥରସ ମାମଲା: ଶେଷରେ ସିବିଆଇ ତଦନ୍ତ ସୁପାରିଶ କଲେ ଯୋଗୀ ସରକାର

ଲକ୍ଷ୍ନୌ: ବହୁ ତର୍କ ବିତର୍କ ଓ ଚାରିଆଡ଼ୁ ସମାଲୋଚିତ ହେବା ପରେ ଶେଷରେ ହାଥରସ ଘଟଣାରେ ବଡ଼ ପଦକ୍ଷେପ ନେଇଛନ୍ତି ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର। ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।  मुख्यमंत्री श्री @myogiadityanath जी ने सम्पूर्ण हाथरस प्रकरण की जांच सीबीआई से कराए जाने के आदेश दिए […]

ଅଦ୍ୟତନ ହୋଇଛି
ହାଥରସ ମାମଲା: ଶେଷରେ ସିବିଆଇ ତଦନ୍ତ ସୁପାରିଶ କଲେ ଯୋଗୀ ସରକାର

yogi

Advertisment

ଲକ୍ଷ୍ନୌ: ବହୁ ତର୍କ ବିତର୍କ ଓ ଚାରିଆଡ଼ୁ ସମାଲୋଚିତ ହେବା ପରେ ଶେଷରେ ହାଥରସ ଘଟଣାରେ ବଡ଼ ପଦକ୍ଷେପ ନେଇଛନ୍ତି ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର। ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। 

Advertisment

ଟ୍ୱିଟ୍‌ରେ ଲେଖାଯାଇଛି "ହାଥରସ ଘଟଣାର ସମ୍ପୂର୍ଣ୍ଣ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।"

Advertisment

ହାଥରସ ଘଟଣାକୁ ନେଇ ଉତ୍ତର ପ୍ରଦେଶ ସରକାରଙ୍କୁ ଚାରିଆଡ଼ୁ ସାମାଲୋଚିତ ହେବାକୁ ପଡ଼ିଛି। ଜନତା ହେଉ କିମ୍ବା ରାଜନେତା ସମସ୍ତେ ଘଟଣାକୁ କଡ଼ା ନିନ୍ଦା କରିଥିଲେ। ଏହାପରେ ଚାପରେ ଆସି ସରାକାର ବାଧ୍ୟ ହୋଇ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଏହା ପୂର୍ବରୁ ଅନେକ ହାଇଭୋଲ୍‌ଟେଡ୍ ଡ୍ରାମା ଦେଖିବାକୁ ମିଳିଥିଲା। ଆଜି କଂଗ୍ରେସ ଦଳ ପକ୍ଷରୁ ରାହୁଲ୍ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ହାଥରସ ପୀଡ଼ିତାଙ୍କୁ ଭେଟିବାକୁ ଯାଇଥିଲେ। ସେଠି ପୋଲିସ ସହିତ ଅନେକ ତର୍କ ବିତର୍କ ହେବା ପରେ ଶେଷରେ ୫ ଜଣଙ୍କୁ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଅନୁମତି ଦିଆଯାଇଥିଲା। ତେବେ କଂଗ୍ରେସ କର୍ମୀ ଜିଦ୍ ଧରିବାକୁ ଲାଠି ଚାର୍ଜ କରିଥିଲା ପୋଲିସ। ଦଳୀୟ କର୍ମୀଙ୍କୁ ରକ୍ଷା କରିବା ପାଇଁ ନିଜେ ପୋଲିସର ଲାଠି ଧରି ପକାଇଥିଲେ ପ୍ରିୟଙ୍କା ଗାନ୍ଧି

Advertisment

ଅନ୍ୟପଟେ ପଶ୍ଚିମ ବଙ୍ଗଳାରେ ମଧ୍ୟ ହାଥରଶ ଘଟଣାକୁ ନେଇ ଯୋଗୀ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହିତ ଏକ ରାଲିର ଆୟୋଜନ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଲିକୁ ସମ୍ବୋଧନ କରି ବିଜେପିକୁ ବଡ଼ ପାଣ୍ଡେମିକ ପାର୍ଟିଂ ବୋଲି କହିଥିଲେ ମମତା।

ହାଥରସ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ଗତକାଲି ଯୋଗୀ ସରକାରଙ୍କୁ କଡ଼ା ଉପଦେଶ ଦେଇଥିଲେ ବିଜେପି ବରିଷ୍ଠ ନେତ୍ରୀ ଉମା ଭାରତୀ। ଏସବୁ ଘଟଣାରେ ଯୋଗୀ ସରକାର ଚାପରେ ଆସି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୁର୍ବରୁ ଏହି ଘଟଣାରେ ୫ ପୋଲିସ କର୍ମୀଙ୍କୁ ନିଲମ୍ଭିତ କରିଥିଲେ ଯୋଗୀ ସରକାର

ଘଟଣା କ୍ରମ...

ସେପ୍ଟେମ୍ବର ୨୯ ତାରିଖରେ ଦିଲ୍ଲୀର ସଫଦରଗଞ୍ଜ ହସ୍‌ପିଟାଲ୍‌ରେ ଜଣେ ପୀଡ଼ିତା ଯନ୍ତ୍ରଣାରେ ଛଟ୍‌ପଟ୍ ହୋଇ ପ୍ରାଣହାରିଦେଲେ। ତାଙ୍କ ମେରୁହାଡ଼ରେ ଲାଗିଥିଲା ଶକ୍ତ ଆଘାତ, ଦେହରେ କଟା ଚିହ୍ନ ସହିତ ବେକରେ ଥିଲା ଦାଗ। ଜିଭ କାଟିଦିଆଯାଇଛି ବୋଲି କୁହାଯାଉଥିଲା। ସେପ୍ଟେମ୍ବର ୧୪ ତାରିଖରେ ତାଙ୍କ ସହିତ ଅମାନୁଷିକ ଘଟଣା ଘଟାଇଥିଲେ ଦୁର୍ବୃତ୍ତ ! ପୀଡ଼ିତା ଗଣଦୁଷ୍କର୍ମ ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ସଫଦରଗଞ୍ଜ ହସ୍‌ପିଟାଲ୍‌ରେ ମୃତ୍ୟୁ ହେବା ପରେ ତରବରିଆ ଭାବେ ପ୍ରଶାସନ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରିଦେଇଥିଲା। ପରିବାର ଲୋକଙ୍କୁ ପୀଡ଼ିତାଙ୍କ ମୁହିଁ ସୁଦ୍ଧା ବି ଦେଖିବାକୁ ଦେଇନଥିଲା ବୋଲି ଅଭିଯୋଗ ହୋଇଛି।

ଏହାପରେ ସେପ୍ଟେମ୍ବର ୧୯ ତାରିଖରେ ଦୋଷୀଙ୍କୁ ଗିରଫ କରିଥିଲା ପୋଲିସ। ଏପର୍ଯ୍ୟନ୍ତ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ କିଛିଙ୍କୁ ଅଟକ ରଖିଛି ପୋଲିସ। ଏସ୍‌ପି ବିକ୍ରାନ୍ତଙ୍କ ବୀରଙ୍କ କହିବାନୁସାରେ, ଘଟଣା ଦିନ ପୀଡ଼ିତା ମାଙ୍କ ସହି କ୍ଷେତକୁ ଯାଇଥିଲେ। କିନ୍ତୁ ହଠାତ୍‌ ଝିଅକୁ ନ ପାଇବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଦେଇଥିଲେ। ଏହାପରେ କ୍ଷେତରେ ଝିଅର କ୍ଷତାକ୍ତ ଶରୀରକୁ ମୁମୂର୍ଷୁ ଅବସ୍ଥାରେ ଦେଖିବାକୁ ପାଇଥିଲେ ମା’।

ଘଟଣାରେ ପ୍ରଥମେ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଟର ଧାରା ୩୦୭ (ମୃତ୍ୟୁ ଉଦ୍ୟମ)ଲଗାଯାଇଥିଲା ପରେ ଗଣଦୁଷ୍କର୍ମ ପାଇଁ ୩୭୬ଡି ଧାରା ଲଗାଇଯାଇଛି। ଫାଷ୍ଟ-ଟ୍ରାକ କୋର୍ଟରେ ଏହା ବିଚାର କରାଯିବ ବୋଲି ଏସ୍‌ପି ପ୍ରକାଶ କୁମାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ