bus
ଲକ୍ଷ୍ନୌ: ହଠାତ୍ କିଛି ଲୋକ ଆସିଲେ, ବସ୍ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ତଳକୁ ଓହ୍ଲାଇ ଦେଇ ୩୪ ପାସେଞ୍ଜର ଥିବା ବସ୍କୁ ନିଜେ ଡ୍ରାଇଭ୍ କରି ନେଇଗଲେ। ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ଆଗ୍ରାରେ। ଏହାପରେ ବସ୍ ହାଇଜ୍ୟାକ୍ ହୋଇଗଲା ବୋଲି ଚାରିଆଡ଼େ ପ୍ରଚାର ହୋଇଗଲା। ସୋସିଆଲ୍ ମିଡିଆରେ ବି ନାନା ପୋଷ୍ଟ ଦେଖିବାକୁ ମିଳିଲା। ଲ ଆଣ୍ଡ ଅର୍ଡର ମ୍ୟାନେଜ୍ କରିବରେ ଉତ୍ତର ପ୍ରଦେଶ ସରକାର ଫେଲ୍ ମାରିଥିବା ନାନା ସାମାଲୋଚନା ମଧ୍ୟ ହେଲା। କିନ୍ତୁ ବାସ୍ତବ ଘଟଣା ଥିଲା ଏମିତି...
ଏହି ବସ୍ଟି ଉତ୍ତର ପ୍ରଦେଶର ଗୁରୁଗ୍ରାମରୁ ମଧ୍ୟ ପ୍ରଦେଶର ପନ୍ନା ଅଞ୍ଚଳକୁ ଯାଉଥିଲା। ହଠାତ୍ କିଛି ପ୍ରାଇଭେଟ୍ ଫାଇନାନ୍ସ କମ୍ପାନୀର କର୍ମଚାରୀ ଆସି ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଓହ୍ଲାଇ ଯାତ୍ରୀ ଭର୍ତ୍ତି ବସ୍କୁ ନିଜେ ଡ୍ରାଇଭ୍ କରି ନେଇ ଯାଇଥିଲେ।
ଅଗ୍ରା ପୁଲିସ ମୁଖ୍ୟ ବବ୍ଲୁ କୁମାରଙ୍କୁ ସୂଚନା ଅନୁସାରେ, ବସ୍ ଡ୍ରାଇଭର ଓ କଣ୍ଡକ୍ଟର ଆସି ଥାନାରେ ଅଭିଯୋଗ କରିଥିଲେ। ଫାଇନାନ୍ସ କମ୍ପାନୀ କର୍ମଚାରୀମାନେ ବାଧା ସୃଷ୍ଟ କରିଥିବାରୁ କମ୍ପାନୀ ଏଥିପାଇଁ ଦାୟୀ । ଏହି ଘଟଣାରେ ପୁଲିସ ଏକ ମାମଲା ରୁଜ୍ଜୁ କରିଥିବା ସେ ସୂଚନା ଦେଇଛନ୍ତି।
ଘଟଣା ଘଟିବାର କିଛି ସମୟରେ ପରେ ବସ୍ଟି ପାସେଞ୍ଜର ଖାଲିଥିବା ଅବସ୍ଥାରେ ଉତ୍ତର ପ୍ରଦେଶର ଇଟାୱା ଅଞ୍ଚଳର ମିଳିଥିଲା। ତେବେ ପାସେଞ୍ଜରଙ୍କ ସମ୍ପର୍କରେ ସୂଚନା ନେବାରୁ ଜଣା ପଡ଼ିଥିଲା ଯେ କର୍ମାଚାରୀମାନେ କିଛିବାଟ ଡ୍ରାଇଭ୍ କରିବା ପରେ ସେମାନଙ୍କୁ ବସ୍ରୁ ଓହ୍ଲାଇ ଅନ୍ୟ ଏକ ବସ୍ ଯିବାକୁ କହିଥିଲେ, ଓ ଯାତ୍ରୀମାନେ ସମସ୍ତେ ନିଜ ସ୍ତାନର ପହଞ୍ଚିଯାଇଛନ୍ତି ବୋଲି ବବଲୁ କୁମାର କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ବସ୍ ମାଲିକଙ୍କ ପରିବାର ଲୋକଙ୍କ ସହିତ କଥା ହୋଇଥିଲୁ। କିଛି ଦିନ ତଳେ ଟଙ୍କା ପାଇଁ କିଛି ଲୋକ ତାଙ୍କ ଘରକୁ ଆସିଥିବା ସେମାନେ କହିଥିଲେ। ତେବେ ଘଟଣାର ତଦନ୍ତ ଚାଲିଛି। ଏହି ଘଟଣାରେ ଉତ୍ତର ପ୍ରଦେଶର ସରକାରଙ୍କ ତରଫରୁ ମଧ୍ୟ ସୂଚନା ଦିଆଯାଇଥିଲା।
ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ଜାରି ହୋଇଥିବା ଷ୍ଟେଟ୍ମେଣ୍ଟରେ କୁହାଯାଇଥିଲା ଯେ ବସ୍ ମାଲିକଙ୍କ ମୃତ୍ୟୁ ହୋଇଯିବାରୁ ଫାଇନାନ୍ସ କମ୍ପାନୀ ଭରସା ନ କରି ବେଆଇନ୍ ଭାବେ ବସ୍କୁ ସିଜ୍ କରିଥିଲା। ଯାହା ଉଚିତ ନଥିଲା। କିନ୍ତୁ ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bus-1_1625414733.jpg)