/odishatv-khabar/media/post_attachments/uploadimage/library/16_9/16_9_0/imran_1625360253.jpg)
imran
ନୂଆଦିଲ୍ଲୀ: ବିଶ୍ୱ ସମୁଦାୟ ଆଗରେ ପୁଣି ଥରେ ପାକିସ୍ତାନର ପୋଲ୍ ଖୋଲିଛି। ଦୁଇ ଭାରତୀୟଙ୍କୁ ଆତଙ୍କବାଦୀ ଆଖ୍ୟା ଦେବା ପାଇଁ ହୀନ ପ୍ରୟାସ କରି ବିଫଳ ହୋଇଛି ପାକିସ୍ତାନର ଇମ୍ରାନ ସରକାର। ଦୁଇ ଭାରତୀୟଙ୍କୁ ଆତଙ୍କବାଦୀ ଘୋଷଣା ପାଇଁ ପାକ୍ ଚକ୍ରାନ୍ତ କରି ଜାତିସଂଘ ସୁରକ୍ଷା ପରିଷଦରେ ଆଣିଥିବା ପ୍ରସ୍ତାବ କାଟ୍ ଖାଇଛି।
ଆମେରିକା, ଜର୍ମାନୀ, ଫ୍ରାନ୍ସ, ୟୁକେ ଓ ବେଲଜିୟମ ଭଳି ଭାରତର ବନ୍ଧୁ ରାଷ୍ଟ୍ରମାନେ ପାକିସ୍ତାନର ଏହି ଉଦ୍ଦେଶ୍ୟମୂଳକ ହୀନ ପ୍ରୟାସ ବିରୋଧରେ ସ୍ୱର ଉଠାଇବା ସହ ତାଗିତ ଓ ଚେତାବନୀ ମଧ୍ୟ ଦେଇଛନ୍ତି। ଏହା ସହ ବିଶ୍ୱ ଦରବାରରେ ପୁଣି ଥରେ ମିଛୁଆ ପ୍ରମାଣିତ ହୋଇଛି ପାକିସ୍ତାନ।
ପାକିସ୍ତାନ ୨୦୧୯ରେ ଚାରି ଭାରତୀୟଙ୍କୁ ଆତଙ୍କବାଦୀ ପ୍ରମାଣିତ କରିବା ପାଇଁ ଜୋର୍ ଲଗାଇ ଦେଇଥିଲା। ଏପରିକି ୪ଜଣ ଭାରତୀୟ ନାଗରିକ କଥିତ ଭାବେ ରାଜ୍ୟ ପ୍ରାୟୋଜିତ ଆତଙ୍କବାଦୀରେ ସାମିଲ୍ ଥିଲେ ବୋଲି ପାକିସ୍ତାନ ଲଗାତର ଜାତିସଂଘକୁ କହିଆସୁଥିଲା। ଏହାସହ ପାକିସ୍ତାନ ଅଭିଯୋଗ ଆଣିଥିଲା ଯେ ଏସବୁଥିରେ ଆଫଗାନିସ୍ତାନର ଏକ ସମୂହ ଗୋଷ୍ଠୀ ମଧ୍ୟ ସାମିଲ୍ ଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)