captain
ନୂଆଦିଲ୍ଲୀ: ମା’ ଜନ୍ମଦିନରେ ଲୁଚି ଲୁଚି ଆସି ମାଆକୁ ହଠାତ୍ ଚମକାଇ ଦେବ, ଓ ସର୍ପ୍ରାଇଜ୍ ଦେଇ କହିବ ହ୍ୟାପି ବାର୍ଥ ଡେ ମା।’ ଏଥିପାଇଁ ମାଆକୁ ନ ଜଣାଇ ଲୁଚି ଲୁଚି ବିଦେଶରୁ ଫେରୁଥିଲା ପୁଅ। କିନ୍ତୁ ଦଇବ ଯେ ଏମିତି ଦାଉ ସାଧିବ ତାହା କିଏ ଜାଣିଥିଲା। ପୁଅ ସିନା ଦେଶକୁ ଫେରିଲା, ହେଲେ ମାଆକୁ ଦେଖିପାରିଲା ନାହିଁ।
ଆମେ କହୁଛୁ କେରଳ କୋଝିକୋଡେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଇଲଟ କ୍ୟାପଟେନ୍ ଦୀପକ ବସନ୍ତ ସାଥେଙ୍କ କଥା।
ଆଜି ଦୀପକଙ୍କ ମା’ଙ୍କର ୮୪ ତମ ଜନ୍ମ ଦିନ। ତେଣୁ କେରଳରୁ ନାଗପୁର ଆସି ମା’ଙ୍କୁ ସରପ୍ରାଇଜ ଦେବାକୁ ସ୍ୱପ୍ନ ଦେଖିଥିଲେ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ କ୍ୟାପ୍ଟେନ ଦୀପକ ବସନ୍ତ ସାଥେ। ହେଲେ ମାଆ ପାଖକୁ ଆସିବା ପୂର୍ବରୁ ଅଧା ବାଟରୁ ଆୟୁଶ ସୁତା ଝିଙ୍କି ଦେଲା ଯମ। ବିମାନ ଦୁର୍ଘଟଣାରେ ସବୁଦିନ ପାଇଁ ଆଖି ବୁଜିଦେଲେ ଦୀପକ।/odishatv-khabar/media/post_attachments/2014/03/keralaaircrash1.jpg)
ଗତକାଲି ଦୁବାଇରୁ କେରଳର କୋଝିକୋଡ ଆସୁଥିବା ବିମାନ ରନୱେରେ କ୍ରାଶ ଲ୍ୟାଣ୍ଡିଂ କରିଥିଲା। ଏଥିରେ ଦୁଇ ପାଇଲଟଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁଇ ପାଇଲଙ୍କ ମଧ୍ୟରେ ଥିଲେ ୫୮ ବର୍ଷୀୟ କ୍ୟାପଟେନ୍ ଦୀପକ ବସନ୍ତ ସାଥେ। ଏୟାର ଇଣ୍ଡିଆରେ ଯୋଗାଦେବା ପୂର୍ବରୁ ସେ ଭାରତୀୟ ବାୟୁସେନାରେ ଦକ୍ଷ ଓ୍ୱିଙ୍ଗ କମାଣ୍ଡର ଭାବେ କାର୍ଯ୍ୟ କରିଥିଲେ। ବିମାନ ଉଡ଼ାଣରେ ତାଙ୍କର ଥିଲା ୧୦ ହଜାର ଘଣ୍ଟାରୁ ଅଧିକ ଅଭିଜ୍ଞତା।
/odishatv-khabar/media/post_attachments/images/2020/aug/Air India Express Pilot1596874606943.jpg)
ଦୀର୍ଘ ୩୬ ବର୍ଷ ହେଲା ସେ ବିମାନ ଉଡ଼ାଇବାର ଅଭିଜ୍ଞତା ରଖିଛନ୍ତି। ଏୟାର ଇଣ୍ଡିଆ ଏକ୍ସପ୍ରେସ ଉଡ଼ାଇବା ପୂର୍ବରୁ ସେ ଏୟାରବସ୍ ୩୧୦ ଉଡ଼ାଉଥିଲେ। ବାୟୁସେନାରେ ଥିବାବେଳେ ଏୟାରଫୋର୍ସ ଏକାଡେମିରେ ତାଙ୍କୁ ସୋଡ୍ ଅଫ୍ ଅନର ସମ୍ମାନ ବି ମିଳିଥିଲା। ୧୯୯୦ରେ ସେ ବାୟୁସେନାରେ ଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ୬ ମାସ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ।
କ୍ୟାପଟେନ୍ ସାଥେ ମୁମ୍ବାଇରେ ସ୍ତ୍ରୀ ଓ ୨ ପୁଅଙ୍କ ସହ ରହୁଥିବାବେଳେ ତାଙ୍କ ବାପା ମା’ ନାଗପୁରରେ ରୁହନ୍ତି। ପୂର୍ବରୁ ସାଥେଙ୍କ ଭାଇ ବିକାଶ ସାଥେ ଦେଶ ପାଇଁ ସହିଦ ହୋଇଥିଲେ। ତାଙ୍କ ବାପା ବସନ୍ତ ସାଥେ ମଧ୍ୟ ଭାରତୀୟ ସେନାରେ ବ୍ରିଗେଡିୟର ଭାବେ କାର୍ଯ୍ୟ କରିଛନ୍ତି।
/odishatv-khabar/media/post_attachments/img/2020/08/08/600x338/20200808070L_1596887053896_1596887067670.jpg)
ନିଜ ଆଖି ଆଗରେ ଦୁଇ ପୁଅ ଦେଶ ପାଇଁ ପ୍ରାଣବଳି ଦେଇଥିବାରୁ ଏହି ଘଟଣା ପରେ ବାସ୍ପରୁଦ୍ଧ ହୋଇଯାଇଛି ସାଥେଙ୍କ ୮୫ ବର୍ଷୀୟ ମାଙ୍କ ସ୍ୱର। ଏପଟେ ପରିତାପର ବିଷୟ ଯେ ନିଜ ମାଙ୍କ ୮୪ତମ ଜନ୍ମଦିନ ପାଳନ ପାଇଁ ଆଜି ସେ ଘରେ ପହଞ୍ଚି ସରପ୍ରାଇଜ୍ ଦେବା ପୂର୍ବରୁ ତାଙ୍କର ଏ ସ୍ୱପ୍ନ ଅଧା ରହି ଯାଇଛି।/odishatv-khabar/media/post_attachments/2020/08/kerala-crash.jpg)
କ୍ୟାପ୍ଟେନ ସାଥେଙ୍କ ସମ୍ପର୍କୀୟ ଭାଇ ନିଲେଶ ସାଥେ କହିଛନ୍ତି, ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ମୋ ଭାଇ ଓ ବନ୍ଧୁ ଦୀପକ ଆଉ ଏ ଦୁନିଆରେ ନାହିଁ। ଦୀପକ ୩୬ ବର୍ଷ ହେଲା ବିମାନ ଉଡ଼ାଣର କ୍ଷମତା ରଖିଥିଲେ। ସେ ୨୧ ବର୍ଷ ଧରି ଭାରତୀୟ ବାୟୁସେନା ପାଇଁ କାର୍ଯ୍ୟ କରିଛନ୍ତି।
/odishatv-khabar/media/post_attachments/wp-content/uploads/2020/08/deepak-vasant-sathe-1.jpg)
୨୦୦୫ରେ ହିଁ ସେ ଏୟାର ଇଣ୍ଡିଆରେ ସାମିଲ ହୋଇଥିଲେ। ସେ ମୋତେ ମାତ୍ର ଗୋଟିଏ ସପ୍ତାହ ତଳେ ଫୋନ କରିଥିଲା। ଏବେ ସେ ନାହିଁ ବୋଲି ମୁଁ ବିଶ୍ୱାସ କରିପାରୁ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/captain_1625455173.jpg)