Advertisment

ମନ୍ତ୍ରୀପରିଷଦରୁ ଇସ୍ତଫା ଦେଲେ ହରସିମରତ୍ କୌର୍ ବାଦଲ

ନୂଆଦିଲ୍ଲୀ: କେନ୍ଦ୍ରର ମୋଦି ସରକାରରେ ଏନଡିଏର ସହଯୋଗୀ ଥିବା ଶିରୋମଣି ଅକାଳି ଦଳର କେନ୍ଦ୍ରମନ୍ତ୍ରୀ ହରସିମରତ କୌର୍ ବାଦଲ ମନ୍ତ୍ରୀପରିଷଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ସତ୍ତ୍ୱେ ମୋଦି ସରକାରଙ୍କୁ ଅକାଳି ଦଳର ସମର୍ଥନ ଜାରି ରହିବ। ଅକାଳି ଦଳର ଅଧ୍ୟକ୍ଷ ଏବଂ ହରସିମରତ୍ କୌରଙ୍କ ପତି ସୁଖବୀର ବାଦଲ୍ ସଂସଦରେ ପାରିତ ହୋଇଥିବା କୃଷି ବିଲକୁ ବିରୋଧ କରିଥିଲେ। ତେବେ ଏହି ବିଲ୍‌ ବିରୋଧରେ ହରସିମରତ୍ କୌର୍ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ଟୁଇଟ୍ କରି […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ମନ୍ତ୍ରୀପରିଷଦରୁ ଇସ୍ତଫା ଦେଲେ ହରସିମରତ୍ କୌର୍ ବାଦଲ

harsirat

ନୂଆଦିଲ୍ଲୀ: କେନ୍ଦ୍ରର ମୋଦି ସରକାରରେ ଏନଡିଏର ସହଯୋଗୀ ଥିବା ଶିରୋମଣି ଅକାଳି ଦଳର କେନ୍ଦ୍ରମନ୍ତ୍ରୀ ହରସିମରତ କୌର୍ ବାଦଲ ମନ୍ତ୍ରୀପରିଷଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ସତ୍ତ୍ୱେ ମୋଦି ସରକାରଙ୍କୁ ଅକାଳି ଦଳର ସମର୍ଥନ ଜାରି ରହିବ। ଅକାଳି ଦଳର ଅଧ୍ୟକ୍ଷ ଏବଂ ହରସିମରତ୍ କୌରଙ୍କ ପତି ସୁଖବୀର ବାଦଲ୍ ସଂସଦରେ ପାରିତ ହୋଇଥିବା କୃଷି ବିଲକୁ ବିରୋଧ କରିଥିଲେ। ତେବେ ଏହି ବିଲ୍‌ ବିରୋଧରେ ହରସିମରତ୍ କୌର୍ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି।

Advertisment

ହରସିମରତ୍ କହିଛନ୍ତି, 'ମୁଁ କୃଷି ବିରୋଧୀ ଅଧ୍ୟାଦେଶ ଏବଂ ଆଇନର ବିରୋଧରେ କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଛି। ମୁଁ ଗର୍ବିତ ଯେ କିଷାନଙ୍କ ସହ ମୁଁ ତାଙ୍କ ଝିଅ ଓ ଭଉଣୀ ଭାବେ ଛିଡ଼ା ହୋଇଛି।' ଏହା ପୂର୍ବରୁ ଶିରୋମଣି ଅକାଳି ଦଳର ସାଂସଦ ଏବଂ ପାର୍ଟିର ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ ଲୋକସଭାରେ ହରସିମରତଙ୍କ ଇସ୍ତଫା ଦେବା କଥା କହିଥିଲେ।

ଚାଷ ଓ ଚାଷୀଙ୍କ ଉଦ୍ଦେଶ୍ୟରେ ମୋଦି ସରକାର ତିନୋଟି ଅଧ୍ୟାଦେଶ ଜାରି କରିଥିଲେ। ଏବେ ସଂସଦ ଅଧିବେଶନରେ ଏ ସମ୍ପର୍କିତ ବିଲକୁ ଆଇନରେ ପରିଣତ କରିବାକୁ ଆଗତ କରାଯାଇଛି। ଅକାଳି ଦଳ ପ୍ରଥମେ ଏହି ବିଲକୁ ସମର୍ଥନ କରୁଥିଲା। କିନ୍ତୁ ପଞ୍ଜାବ ଓ ହରିଆଣାରେ ଏହି ପ୍ରସ୍ତାବିତ ବିଲ୍‌ ବିରୋଧରେ ସପ୍ତାହେ ଧରି ଜୋରଦାର ଆନ୍ଦୋଚନ ଚାଲିଥିବାରୁ ଦଳ ରାଜନୀତିକ ଉଦ୍ଦେଶ୍ୟରେ ମତ ପରିବର୍ତ୍ତନ କରିଛି। ପଞ୍ଜାବ ଓ ହରିଆଣା ଚାଷୀମାନଙ୍କର ମତ ହେଉଛି ଏହି ବିଲ୍‌ ଆଇନରେ ପରିଣତ ହେଲେ ଚାଷୀମାନେ ଅଧିକ କ୍ଷତିର ସମ୍ମୁଖୀନ ହେବେ।

Advertisment
Advertisment
Advertisment