Advertisment

ବଜେଟ ୨୦୨୧ରେ କୃଷକଙ୍କ ପାଇଁ ବଡ଼ ଘୋଷଣା : ଏମଏସପି ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ,ପାରଦୀପରେ ଖୁବଶୀଘ୍ର ସ୍ଥାପନ ହେବ ଫିସେରୀ ହାର୍ବର

ନୂଆଦିଲ୍ଲୀ: କୃଷକଙ୍କ ପାଇଁ  ବଡ଼ ଘୋଷଣା। ଚାଷୀଙ୍କ ହିତରେ ପେଡ଼ି ଖୋଲିଦେଲେ।  ପ୍ରଥମ ଥର ପାଇଁ ଟ୍ୟାବରେ ବଜେଟ ଉପସ୍ଥାପନ କରିଛନ୍ତି ସୀତାରମଣ। ଭାରତ ଏକ କୃଷିଭିତ୍ତିକ ଦେଶ ହୋଇଥିବା ବେଳେ କୃଷକଙ୍କ ହିତରେ  ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ବଜେଟରେ ଚାଷୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚାଷୀଙ୍କୁ ୧୬.୫ ଲକ୍ଷ କୋଟି ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି । କୃଷକଙ୍କ ପାଇଁ ପ୍ରତିଶ୍ରୁତିବଦ୍ଧ ମୋଦି ସରକାର। MSP ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯିବ ବୋଲି କୁହାଯାଇଛି। […]

author-image
Prangyan Parimita
ବଜେଟ ୨୦୨୧ରେ କୃଷକଙ୍କ ପାଇଁ ବଡ଼ ଘୋଷଣା : ଏମଏସପି ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ,ପାରଦୀପରେ ଖୁବଶୀଘ୍ର ସ୍ଥାପନ ହେବ ଫିସେରୀ ହାର୍ବର

EtH82FUW8AAaLEn

ନୂଆଦିଲ୍ଲୀ: କୃଷକଙ୍କ ପାଇଁ  ବଡ଼ ଘୋଷଣା। ଚାଷୀଙ୍କ ହିତରେ ପେଡ଼ି ଖୋଲିଦେଲେ।  ପ୍ରଥମ ଥର ପାଇଁ ଟ୍ୟାବରେ ବଜେଟ ଉପସ୍ଥାପନ କରିଛନ୍ତି ସୀତାରମଣ। ଭାରତ ଏକ କୃଷିଭିତ୍ତିକ ଦେଶ ହୋଇଥିବା ବେଳେ କୃଷକଙ୍କ ହିତରେ  ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ବଜେଟରେ ଚାଷୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚାଷୀଙ୍କୁ ୧୬.୫ ଲକ୍ଷ କୋଟି ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି ।

Advertisment

କୃଷକଙ୍କ ପାଇଁ ପ୍ରତିଶ୍ରୁତିବଦ୍ଧ ମୋଦି ସରକାର। MSP ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯିବ ବୋଲି କୁହାଯାଇଛି। ଚାଷୀଙ୍କ ଖର୍ଚ୍ଚର ଦେଢ଼ ଗୁଣା ଦେବା ପାଇଁ ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର। ସ୍ୱାମୀତ୍ୱ ଯୋଜନାକୁ ଏବେ ସାରା ଦେଶରେ ଲାଗୁ କରାଯିବ।ଚଳିତ ବର୍ଷ ଏହି ଯୋଜନା ସବୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ। ବର୍ତ୍ତମାନ ଏହା କେବଳ ଆସାମରେ କାର୍ଯ୍ୟକାରୀ ହେଉଛି।

ଭାରତ ସରକାର ୫ଟି ମେଗା ଫିସେରୀ ହାର୍ବର ପାଇଁ ବ୍ୟୟବରାଦ କରିଛନ୍ତି। ୫ଟି ପ୍ରସ୍ତାବିତ ମେଗା ଫିସେରୀ ହାର୍ବର ମଧ୍ୟରେ ପାରାଦୀପ ମଧ୍ୟ ରହିଛି। ପାରଦୀପରେ ଖୁବଶୀଘ୍ର ଫିସେରୀ ହାର୍ବର ସ୍ଥାପନ କରାଯିବ।  ଅପରେସନର ଗ୍ରୀନର ଘୋଷଣା କରାଯାଇଛି, ଯେଉଁଥିରେ ଅନେକ ଫସଲକୁ ସାମିଲ କରାଯାଇଥିବାବେଳେ ଏହା କୃଷକଙ୍କ ପାଇଁ ହିତକାରୀ ସାବ୍ୟସ୍ତ ହେବ।

Advertisment

ମତ୍ସ୍ୟ ଓ ପଶୁପାଳନ ପାଇଁ ବଡ଼ ଘୋଷଣା କରାଯାଇଛି। ୟୁପିଏ ସରକାରଙ୍କ ତୁଳନାରେ ପାଖାପାଖି ୩ ଗୁଣା ଅଧିକ ରାଶି ମୋଦି ସରକାର କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପହଞ୍ଚାଇଛନ୍ତି। ସରକାରଙ୍କ ପକ୍ଷରୁ ଡାଲି, ଗହମ ଓ ଧାନ ସମେତ ଅନେକ ଫଲସକୁ MSP ବୃଦ୍ଧି କରିଛନ୍ତି।

ସେହିପରି ଅର୍ଥମନ୍ତ୍ରୀ କହିଛନ୍ତି, ସର୍ବନିମ୍ନ ସହାୟକ ମୂଲ୍ୟରେ କୃଷକମାନଙ୍କ ଠାରୁ ଫସଲ କିଣିବା ପ୍ରକ୍ରିୟା ଜାରି ରହିବ। ଗହମ ଚାଷୀଙ୍କ ସମ୍ପର୍କରେ ଆଲୋଚନା କରି ଅର୍ଥମନ୍ତ୍ରୀ କହିଛନ୍ତି, ୨୦୧୩-୧୪ରେ କୃଷକଙ୍କୁ ପାଖାପାଖି ୩୩,୮୭୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ୨୦୧୯-୨୦ରେ ଏହି ରାଶି ବୃଦ୍ଧି କରି ୬୨ କୋଟିରୁ ଅଧିକ କରାଯାଇଥିଲା। ସେହିପରି ୨୦୨୦-୨୧ରେ ଏହି ରାଶିକୁ ଆହୁରି ବୃଦ୍ଧି  କରାଯାଇ ୭୫,୦୫୦ କୋଟି କରାଯାଇଛି । ଫଳରେ ସିଧାସଳଖ ଭାବେ ୪୩.୩୬ ଲକ୍ଷ ଚାଷୀ ଉପକୃତ ହୋଇପାରିବେ।

ସେହିପରି ୨୦୧୩-୧୪ରେ ଧାନ ବିହନ କିଣିବା ପାଇଁ କୃଷଙ୍କୁ ପାଖାପାଖି ୬୪ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଯାହାକି ୨୦୧୯-୨୦ରେ ବୃଦ୍ଧି ପାଇ ୧.୪୧ ଲକ୍ଷରେ କରିଦେଇଥିଲେ ମୋଦି ସରକାର ।  ୨୦୨୦-୨୧ରେ ଏହି ରାଶିକୁ ଆହୁରି ବୃଦ୍ଧି କରାଯାଇ ୧.୭୨ ଲକ୍ଷରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି। ଆଶା ଆଉ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଫଳରେ ୧.୫୪ କୋଟି ଧାନ ଚାଷୀଙ୍କୁ ଲାଭ ମିଳିବ ।

ପ୍ରବାସୀ ନାଗରିକଙ୍କ ପାଇଁ ସାରାଦେଶରେ ଏକ ରାସନ୍ ଯୋଜନା ଆରମ୍ଭ କରାଯାଇଛି। ଏଥିପାଇଁ ଏକ ପୋର୍ଟାଲର ଆରମ୍ଭ କରାଯିବ, ଯେଉଁଥିରେ ପ୍ରବାସୀ ଶ୍ରମିକଙ୍କ ସହ ଜଡ଼ିତ ସମସ୍ତ ଡାଟା ଗଚ୍ଛିତ ରହିବ।

ଆହୁରି ପଢନ୍ତୁ: ରେଲୱେ ବଜେଟ ୨୦୨୧: ଟ୍ରାକ୍‌ରେ ଗଡ଼ିବ ନୂଆ, ଅତ୍ୟାଧୁନିକ କୋଚ୍‌

Union Budget 2021
Advertisment
Advertisment