Advertisment

ସାଧାରଣ ବଜେଟରେ କ’ଣ ଗୁରୁତ୍ୱ ପାଇବା ଆବଶ୍ୟକ ? ଟୁଇଟ କରି କହିଲେ ରାହୁଲ୍‌

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଉପସ୍ଥାପନ କରୁଛନ୍ତି ତାଙ୍କର ତୃତୀୟ ସାଧାରଣ ବଜେଟ ୨୦୨୧-୨୨। କରୋନା ମହାମାରୀରେ ଦେଶ ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବାବେଳେ ସମସ୍ତଙ୍କ ନଜର ନିର୍ମଳାଙ୍କ ବଜେଟ ଉପରେ । ଏପରି ପରିସ୍ଥିତିରେ ବଜେଟ ତିଆରି କରିବା ମଧ୍ୟ ଅର୍ଥମନ୍ତ୍ରୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ। ଯାହା ବି ହେଉ, ଆଜି ପୂର୍ବହ୍ନ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ତାଙ୍କର ପେପରଲେସ ବଜେଟ ଉପସ୍ଥାପନ କରିଛନ୍ତି। ନିର୍ମଳାଙ୍କ […]

ସାଧାରଣ ବଜେଟରେ କ’ଣ ଗୁରୁତ୍ୱ ପାଇବା ଆବଶ୍ୟକ ? ଟୁଇଟ କରି କହିଲେ ରାହୁଲ୍‌

rahul

Advertisment

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଉପସ୍ଥାପନ କରୁଛନ୍ତି ତାଙ୍କର ତୃତୀୟ ସାଧାରଣ ବଜେଟ ୨୦୨୧-୨୨। କରୋନା ମହାମାରୀରେ ଦେଶ ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବାବେଳେ ସମସ୍ତଙ୍କ ନଜର ନିର୍ମଳାଙ୍କ ବଜେଟ ଉପରେ । ଏପରି ପରିସ୍ଥିତିରେ ବଜେଟ ତିଆରି କରିବା ମଧ୍ୟ ଅର୍ଥମନ୍ତ୍ରୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ। ଯାହା ବି ହେଉ, ଆଜି ପୂର୍ବହ୍ନ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ତାଙ୍କର ପେପରଲେସ ବଜେଟ ଉପସ୍ଥାପନ କରିଛନ୍ତି।

Advertisment

ନିର୍ମଳାଙ୍କ ବଜେଟ ଉପସ୍ଥାପନ ପୂର୍ବରୁ ରାହୁଲ ଗାନ୍ଧି ଟ୍ୱିଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି। ୨୦୨୧-୨୨ ବଜେଟ କିପରି ହେବା ଉଚିତ୍‌ ସେ ସମ୍ପର୍କରେ ଅବଗତ କରାଇଛନ୍ତି। ରାହୁଲ ତାଙ୍କ ଟ୍ୱିଟ୍‌ରେ କହିଛନ୍ତି, ଚଳିତ ବଜେଟ୍‌ରେ  କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପକୁ ପ୍ରୋତ୍ସାହନ ଦେବା,   ଚାଷୀ, ଶ୍ରମିକଙ୍କୁ କାମ ଯୋଗାଇବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ।

ସେତିକି ନୁହେଁ, ଜୀବନ ବଞ୍ଚାଇବା ପାଇଁ ସ୍ୱାସ୍ଥ୍ୟ ସମ୍ପର୍କିତ ବ୍ୟୟ ଅଟକଳକୁ ବୃଦ୍ଧି କରାଯିବା ଆବଶ୍ୟକ ବୋଲି କହିଛନ୍ତି ରାହୁଲ। ସୀମା ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରତିରକ୍ଷା ବଜେଟ ଅଟକଳ ବୃଦ୍ଧି ନିଶ୍ଚୟ ହେବା ଆବଶ୍ୟକ ବୋଲି ରାହୁଲ ତାଙ୍କ ବଜେଟରେ  କହିଛନ୍ତି।

Advertisment

ବଜେଟ ପୂର୍ବରୁ ରାହୁଲଙ୍କର ଏହି ଟୁଇଟକୁ ନେଇ ବେଶ ପ୍ରତିକ୍ରିୟା ପ୍ରକାଶ କରିଛନ୍ତ ୟୁଜର୍ସ। ମାତ୍ର ଏକ ଘଣ୍ଟା ମଧ୍ୟରେ ୩ ହଜାରରୁ ଅଧିକ ରିଟୁଇଟ ହୋଇଥିବାବେଳେ  ୧୨ ହଜାରରୁ ଅଧିକ ଲାଇକ ମିଳିଛି।

ରାହୁଲ୍‌ଙ୍କ ଟୁଇଟ୍‌ର ମାତ୍ର କେଇ ମିନିଟ୍‌ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି। ଏଥିରେ ନିର୍ମଳା ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଥିବାବେଳେ ଜାତୀୟ ରାଜପଥ ନିର୍ମଣ ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସୁସ୍ଥ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଏହି ଯୋଜନା ପାଇଁ ୬୪,୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ୬ ବର୍ଷ ପାଇଁ ସ୍ୱାସ୍ଥ୍ୟ ବିଭାଗର ଭିତ୍ତିଭୂମି ବିକାଶ ପାଇଁ ୬୪, ୧୮୪ କୋଟିର ବ୍ୟୟବରାଦ କରାଯାଇଛି।

Advertisment

Union Budget 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ