Advertisment

ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

ମୁମ୍ୱାଇ: ମହାରାଷ୍ଟ୍ରର କଲ୍ୟାଣରୁ ଏକ ଦୁଇ ମୁଣ୍ଡିଆ ସାପକୁ ଉଦ୍ଧାର କରାଯାଇଛି। ବିରଳ ପ୍ରଜାତିର ଏହି ଦୁଇ ମୁଣ୍ଡିଆ ସାପର ନାଁ ରସେଲ ଭାଇପର (Russell Viper) । ଏହି ସାପର ଲମ୍ୱ ୧୧ ସେଣ୍ଟିମିଟର। ସାପର ଯାଆଁଳା ମୁଣ୍ଡର ଲମ୍ୱ ୨ସେମି ପାଖାପାଖି ବୋଲି ଜଣାପଡ଼ିଛି। Double danger😳😳 Two headed Russell’s Viper rescued in Maharashtra. Genetic abnormality and hence low survival rates in the wild. The Russell’s […]

author-image
Mahasweta Baral
ଅଦ୍ୟତନ ହୋଇଛି
ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

two

ମୁମ୍ୱାଇ: ମହାରାଷ୍ଟ୍ରର କଲ୍ୟାଣରୁ ଏକ ଦୁଇ ମୁଣ୍ଡିଆ ସାପକୁ ଉଦ୍ଧାର କରାଯାଇଛି। ବିରଳ ପ୍ରଜାତିର ଏହି ଦୁଇ ମୁଣ୍ଡିଆ ସାପର ନାଁ ରସେଲ ଭାଇପର (Russell Viper) । ଏହି ସାପର ଲମ୍ୱ ୧୧ ସେଣ୍ଟିମିଟର। ସାପର ଯାଆଁଳା ମୁଣ୍ଡର ଲମ୍ୱ ୨ସେମି ପାଖାପାଖି ବୋଲି ଜଣାପଡ଼ିଛି।

Advertisment

ଏକ ଗଣମାଧ୍ୟମ ରିପୋର୍ଟ  ଅନୁଯାୟୀ, ସାପଟିକୁ ମହାରାଷ୍ଟ୍ରର କଲ୍ୟାଣର ଗାନ୍ଧାରା ରୋଡ ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଭାରତ ବର୍ଷରେ ଥିବା ବିଷାକ୍ତ ସାପମାନଙ୍କ ମଧ୍ୟରୁ ରସେଲ ଭାଇପର ହେଉଛି ଅନ୍ୟତମ।

Advertisment

ଖବର ଅନୁଯାୟୀ, ଏହି ଦୁଇ ମୁଣ୍ଡିଆ ବିଷାକ୍ତ ସାପକୁ କଲ୍ୟାଣରେ ରହୁଥିବା ଡିମ୍ପଲ ଶାହା ପ୍ରଥମେ ଦେଖିଥିଲେ। ଏହାପରେ ଡିମ୍ପଲ୍ ବିଳମ୍ବ ନକରି ୱାର ରେସ୍‌କ୍ୟୁ ଫାଉଣ୍ଡେସନ୍‌କୁ ଜଣାଇଥିଲେ। ଖବର ପାଇଁ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଦୁଇ ଜଣ ଉଦ୍ଧାରକାରୀ ଟିମ୍‌ ପହଞ୍ଚି, ଏହି ବିରଳ ପ୍ରଜାତିର ଦୁଇ ମୁଣ୍ଡିଆ ସାପକୁ ଉଦ୍ଧାର କରିଥିଲେ।

ଏହିପରି ଏକ ଭିଡିଓକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ମଧ୍ୟ ନିଜ ଟ୍ୱିଟରରେ ଶେୟାର କରିଥିଲେ। ସେ କ୍ୟାପସନରେ ଲେଖିଥିଲେ,‘ ମହାରାଷ୍ଟ୍ରରେ ଦୁଇ ମୁଣ୍ଡିଆ ବାଲା ସାପକୁ ଉଦ୍ଧାର କରାଯାଇଛି। ଅସ୍ୱାଭାବିକ  ଦେଖାଯିବା ଯୋଗୁ ଏମାନଙ୍କର ଜଙ୍ଗଲରେ ବଞ୍ଚିବାର ଆଶା ବହୁତ କମିଯାଇଥାଏ। ରସେଲ ଭାଇପର ହେଉଛି ଏକ ବିଷଧର ସାପ।

ମହାରାଷ୍ଟ୍ରର କଲ୍ୟାଣରେ ଗାନ୍ଧାରା ରୋଡରେ ମିଳିଥିବା ଏହି ସାପକୁ ହାଫକିନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପାରେଲକୁ ହସ୍ତାନ୍ତର କରାଯିବ। ଦୁଇ ମୁଣ୍ଡର ସାପ ବହୁତ କ୍ୱଚିତ ଦେଖାଯାନ୍ତି। ଚଳିତ ବର୍ଷ ମେ ମାସରେ ମଧ୍ୟ ଓଡିଶାରେ ଦୁଇ ମୁଣ୍ଡିଆ ରସେଲ ଭାଇପର ଦେଖିବାକୁ ମିଳିଥିଲା।

Advertisment
Advertisment