Advertisment

କୁକୁର ଓ ଗୋଧି ମଧ୍ୟରେ ଲଢ଼େଇ, ଜିତିଲା କିଏ?

ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ବିଭିନ୍ନ ପଶୁପକ୍ଷୀଙ୍କ କୌତୁହଳ ଭିଡିଓ ଦେଖିଥିବେ । କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରାୟ ଦୁଇ ମିନିଟ୍‌ର ଏହି ଭିଡିଓଟିରେ ଦୁଇଟି କୁକୁର ଏବଂ ଗୋଟିଏ ବଡ଼ ଗୋଧି ମଧ୍ୟରେ ଘମାଘୋଟ ଲଢ଼େଇ ଚିଲିଛି । ଏହି ଭିଡିଓଟି ଏବେ ଇଣ୍ଟରନେଟ୍‌ରେ ଟ୍ରେଣ୍ଡ ହେଉଛି ଏବଂ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି । ଏହି ଭିଡିଓଟିକୁ ଫେସବୁକର ଜଣେ ୟୁଜର ଶେୟାର କରିଛନ୍ତି। ତାଙ୍କ ନାଁ ହିମାନସୁ […]

author-image
Mahasweta Baral
କୁକୁର ଓ ଗୋଧି ମଧ୍ୟରେ ଲଢ଼େଇ, ଜିତିଲା କିଏ?

dog

ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ବିଭିନ୍ନ ପଶୁପକ୍ଷୀଙ୍କ କୌତୁହଳ ଭିଡିଓ ଦେଖିଥିବେ । କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରାୟ ଦୁଇ ମିନିଟ୍‌ର ଏହି ଭିଡିଓଟିରେ ଦୁଇଟି କୁକୁର ଏବଂ ଗୋଟିଏ ବଡ଼ ଗୋଧି ମଧ୍ୟରେ ଘମାଘୋଟ ଲଢ଼େଇ ଚିଲିଛି । ଏହି ଭିଡିଓଟି ଏବେ ଇଣ୍ଟରନେଟ୍‌ରେ ଟ୍ରେଣ୍ଡ ହେଉଛି ଏବଂ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି । ଏହି ଭିଡିଓଟିକୁ ଫେସବୁକର ଜଣେ ୟୁଜର ଶେୟାର କରିଛନ୍ତି। ତାଙ୍କ ନାଁ ହିମାନସୁ ଭଟ୍ଟ ।

Advertisment

ଭିଡିଓଟି ଉତ୍ତରାଖଣ୍ଡର ବୋଲି ଜଣାପଡିଛ। ଭିଡିଓରେ ଦୁଇଟି କୁକୁର ଗଛରେ ଚଢ଼ୁଥିବା ଏକ ଗୋଧିକୁ ଆକ୍ରମଣ କରୁଛନ୍ତି। କୁକୁର ଦୁଇଟି ଗୋଧିର ଲାଞ୍ଜକୁ କାମୁଡି ତଳକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ଗୋଧିଟି ମଧ୍ୟ ନିଜ ଜୀବନ ବଞ୍ଚାଇବାକୁ ବିକଳରେ ଗଛ ଉପରକୁ ଚଢ଼ିଯାଉଛି। କୁକୁର ଦୁହେଁ ଏଭଳି ବାରମ୍ୱାର ଗୋଧିକୁ ଟାଣି ତଳେ ପକାଉଛନ୍ତି।

ବାରମ୍ବାର ଚଢ଼ିବାକୁ ଚେଷ୍ଟା କରି ଗୋଧି ସେହି ସ୍ଥାନରୁ ଖସିଯିବାକୁ ଅସମର୍ଥ ହେଉଥିଲା । ଗୋଧିର ପଞ୍ଝା ଗଛରୁ ଖସି ଯାଉଥିଲା । ଶେଷରେ କ୍ଳାନ୍ତ ହୋଇ ଗୋଧିଟି ତଳକୁ ଖସି ପଡ଼ିଲା । କୁକୁରମାନେ କିନ୍ତୁ ଅଟକି ନଥିଲେ ଓ ତା ଲାଞ୍ଜକୁ କାମୁଡ଼ିବାରେ ଲାଗିଥିଲେ । ଗୋଧି ମଧ୍ୟ ସେମାନଙ୍କ ସହ ଯୁଦ୍ଧ କରିବାକୁ ଚେଷ୍ଟା କରୁଥିଲା ହେଲେ ପାରୁନଥିଲା ।

Advertisment
Advertisment
Advertisment