/odishatv-khabar/media/post_attachments/uploadimage/library/16_9/16_9_0/mohan_1622876086.jpg)
mohan
କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ପୁଣି ଥରେ ବିବାଦ ସୃଷ୍ଟି ହୋଇପାରେ । ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବାକୁ ନେଇ ଉତ୍ତେଜନା ସୃଷ୍ଟି ହେବାର ପୂରା ସମ୍ଭାବନା ରହିଛି । ଶନିବାର ସକାଳେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦିଆଯାଇଥିଲା ଆଉ ଏବେ ଆରଏଏସ୍ ମୁଖ୍ୟ ମୋହନ ଭାଗବତ୍ ଆକାଉଣ୍ଟକୁ ଅନଭେରିଫାଏଡ୍ କରିଦିଆଯାଇଛି । ଅନ୍ୟପଟେ ଭେଙ୍କିୟା ନାଇଡୁଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିବାର ଦୁଇ ଘଣ୍ଟା ପରେ ପୁଣି ଥରେ ଭେରିଫାଏ କରିଛି ଟ୍ୱିଟର । କିନ୍ତୁ ଆରଏଏସ ସଂଘ ମୁଖ୍ୟ ସମେତ ଆରଏଏସଏସର ଅନେକ ନେତାଙ୍କ ଟ୍ୱିଟର ଆକାଉଣ୍ଟ ଅନଭେରିଫାଏ ହୋଇଯାଇଛି ।
ଭେଙ୍କିୟା ନାଇଡୁଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବା ପରେ ଟ୍ୱିଟର ଯୁକ୍ତି ବାଢ଼ିଥିଲା, ଲମ୍ବା ସମୟ ଧରି ଟ୍ୱିଟର ଆକାଉଣ୍ଟ୍ ଲଗ ଇନ୍ ହୋଇନଥିବାରୁ ଆପେ ଆପେ ବ୍ଲୁ ଟିକ୍ ହଟିଯାଇଛି । ମୋହନ ଭାଗବତଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିବା ପଛରେ ମଧ୍ୟ ଏହି କାରଣ ଥାଇପାରେ । ୨୦୧୯ରେ ମୋହନ ଭାଗବତଙ୍କ ଟ୍ୱିଟର ଆକାଉଣ୍ଟ୍ ତିଆରି ହୋଇଥିଲା । ଆକାଉଣ୍ଟ୍ ଖୋଲିବା ଠାରୁ ଏବେ ଯାଏଁ ଗୋଟିଏ ବି ଟ୍ୱିଟ କରିନାହାନ୍ତି ଆରଏସଏସ ମୁଖ୍ୟ । ମୋହନ ଭାଗବତଙ୍କ ପୂର୍ବରୁ ଅନେକ ବଡ଼ ବଡ଼ ଆରଏସଏସ ନେତାଙ୍କ ଟ୍ୱିଟରକୁ ଅନଭେରିଫାଏଡ୍ କରିଛି ଟ୍ୱିଟର । ଏଥିରେ ସୁରେଶ ସୋନୀ, ସୁରେଶ ଯୋଶୀ ଓ ଅରୁଣ କୁମାର ପରି ନେତା ସାମିଲ ଅଛନ୍ତି ।
ସୂଚନାଯୋଗ୍ୟ ଶନିବାର ତଥା ଆଜି ସକାଳେ ସୋସିଆଲ ମିଡିଆ ସାଇଟ୍ ଟ୍ୱିଟର ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟକୁ ଅନଭେରିଫାଏଡ୍ କରିଦେଇଥିଲା । ଯଦ୍ୱାରା ଉପରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିଯାଇଥିଲା । ବ୍ଲୁ ଟିକ୍ ହଟିବା ପରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲେ । ଏହି ଖବର ପ୍ରଘଟ ହେବା ପରେ ଟ୍ୱିଟରରେ ଟ୍ରେଣ୍ଡ କରୁଥିଲା ‘ଭାରତର ଉପରାଷ୍ଟ୍ରପତି’। ସୋସିଆଲ ମିଡିଆରେ ଅନେକ ଲୋକ ଟ୍ୱିଟରର ଏହି ପଦକ୍ଷେପକୁ ବିରୋଧ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)