rohit
ମୁମ୍ବାଇ: ଟିମ୍ ଇଣ୍ଡିଆର ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ବିରୋଧରେ ମନ୍ତବ୍ୟ ଦେଇ ବିଦାଦ ଘେରକୁ ଆସିଛନ୍ତି ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାୱତ। ଏଥିପାଇଁ ସୋସିଆଲ୍ ମିଡିଆରେ କଡ଼ା ସମାଲୋଚନାର ଶିକାର ହେବା ପରେ ଶେଷରେ ବାଧ୍ୟ ହୋଇ କଙ୍ଗନାଙ୍କ ଟ୍ୱିଟ୍କୁ ଡିଲିଟ୍ କରିଛି ଟ୍ୱିଟର। ତା ସହିତ ତାଙ୍କ ଆକାଉଣ୍ଟ ବ୍ୟାନ୍ କରିବାକୁ ମଧ୍ୟ ଟ୍ୱିଟର ଚେତାବାନୀ ଦେଇଛି। ଏନେଇ ସୂଚନା ଦେଇଛନ୍ତି ନିଜେ କଙ୍ଗନା ରାଣାୱତ।
ଗୁରବାର ରାତିରେ ଏନେଇ ଟ୍ୱିଟ୍ କରି କଙ୍ଗନା କହିଛନ୍ତି “ ଯଦିଓ ମୁଁ କୌଣସି ନିୟମ ଭଙ୍ଗ କରିନାହିଁ, ତଥାପି ଚାଇନା ହାତରେ କଣ୍ଡେଇ ସାଜିଥିବା ଟ୍ୱିଟର ମୋ ଆକାଉଣ୍ଟ ବ୍ୟାନ୍ କରିବାକୁ ଧମକ ଦେଇଛି। ମନେ ରଖ ଯେଉଁଦିନ ମୁଁ ଯିବି ତୁମମାନଙ୍କୁ ସାଙ୍ଗରେ ନେଇ ଯିବି। ଯେମିତି ଚାଇନିଜ୍ ଟିକ୍ଟକ୍ ବ୍ୟନ୍ ହେଲା ଟ୍ୱିଟର ବି ସେମିତି ବ୍ୟାନ୍ ହେବ। @Jack #conspiracyAgainstIndia ।”
ସୂଚନା ଅନୁସାରେ, ଗୁରୁବାର ରାତିରେ କଙ୍ଗନାଙ୍କ ବିବାଦୀୟ ଟ୍ୱିଟ୍ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଟ୍ୱିଟର। ନିୟମ ଉଲ୍ଲଂଘନ ଦର୍ଶାଇ କଙ୍ଗନାଙ୍କର କିଛି ଟ୍ୱିଟ୍କୁ ଡିଲିଟ୍ କରିଦେଇଥିଲା କମ୍ପାନୀ।
ପୂରା ଘଟଣା ଥିଲା ଏମିତି...
ସାରା ଦେଶରେ ଚାଷୀ ଆନ୍ଦୋଳନ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିବାରୁ ଏ ସମ୍ପର୍କରେ ଭାରତୀୟ କ୍ରିକେଟରମାନେ ମଧ୍ୟ ମତ ରଖି ଟ୍ୱିଟ୍ କରିଥିଲେ। ଟିମ୍ ଇଣ୍ଡିଆର ହିଟ୍ ମ୍ୟାନ୍ ରୋହିତ ଶର୍ମା ମଧ୍ୟ ଏନେଇ ଟ୍ୱିଟ୍ କରିଥିଲେ। ଆଉ ରୋହିତଙ୍କୁ ରିପ୍ଲାଏ ଦେଇ ବିବାଦୀୟ ଟ୍ୱିଟ୍ କରିଥିଲେ କଙ୍ଗନା।
ରୋହିତ ଟ୍ୱିଟ୍ କରି ଲେଖିଥିଲେ “ଯେତେବେଳେ ଆମେ ସମସ୍ତେ ଏକଜୁଟ୍ ହୋଇ ସମୟ ଅନୁସାରେ ସମାଧାନ ଖୋଜିଛୁ, ସେତେବେଳେ ଭାରତ ଅଧିକ ମଝଭୁତ ହୋଇ ଛିଡ଼ା ହୋଇଛି। ଆମ ଦେଶର ମଙ୍ଗଳ ପାଇଁ କୃଷକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାନ୍ତି। ତେଣୁ ମୁଁ ନିଶ୍ଚିତ ଯେ ସମସ୍ତେ ସେମାନଙ୍କର ନିୟମ ପାଳନ କରିବେ ଏବଂ ସମସ୍ତେ ମିଳିମିଶି ସମାଧାନ ବାହାର କରିବେ। #IndiaTogether ।”
ରୋହିତଙ୍କ ଏହି ଟ୍ୱିଟ୍ରେ ଉତ୍ତର ଦେଇ କଙ୍ଗନା ଲେଖିଥିଲେ “ ସବୁ କ୍ରିକେଟର କାହିଁକି ଧୋବାର କୁକୁର ନା ଘରର ନା ଘାଟର ଭଳି ହେଉଛ। କାହିଁକ କୃଷକମାନେ ଆଇନ ବିରୋଧରେ ଯାଉଛନ୍ତି, ଯଦିବା ଏହି ଆଇନ୍ ତାଙ୍କ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଯେଉଁମାନେ ହିଂସାର କାରଣ ହୋଇଛନ୍ତି ସେମାନଙ୍କୁ ଆତଙ୍କବାଦୀ ବୋଲି କହୁନ ! ଏତେ ଡର କାହିଁକି ?। ” କଙ୍ଗନାଙ୍କ ଏହି ଟ୍ୱିଟ୍ ପରେ ଅନେକ ଟୁଇଟରାଟୀ(ଟ୍ୱିଟର ବ୍ୟବହାରକାରୀ) ତାଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହାପରେ ସୋସିଆଲ୍ ମିଡିଆରେ ଏହାକୁ ନେଇ ଅନେକ ଗର୍ଜନତର୍ଜନ ଦେଖିବାକୁ ମିଳିଥିଲା। ଫଳରେ ବାଧ୍ୟ ହୋଇ କଙ୍ଗନାଙ୍କ ଟ୍ୱିଟ୍କୁ ଡିଲିଟ୍ କରିଦେଇଛି ଟ୍ୱିଟର୍। ତେବେ ଟ୍ୱିଟର ନିୟମ ଉଲ୍ଲଂଘନ କରିଥିବା ଟ୍ୱିଟ୍ଗୁଡ଼ିକୁ ଆମେ ଡିଲିଟ୍ କରିଛୁ ବୋଲି କହିଛନ୍ତ ଭାରତର ଟ୍ୱିଟର ପ୍ରବକ୍ତା।।
କଙ୍ଗନା ବିରୋଧର ଟ୍ୱିଟ୍ରର ଏପରି କାର୍ଯ୍ୟାନୁଷ୍ଠାନ ପ୍ରଥମଥର ନୁହେଁ। ଏହାପୂର୍ବରୁ ଜାନୁଆରୀ ମାସରେ କିଛି ଘଣ୍ଟା ପାଇଁ କଙ୍ଗନାଙ୍କ ଆକାଉଣ୍ଟକୁ ସସ୍ପେଣ୍ଡ କରିଥିଲା ଟ୍ୱିଟର। ୱେବ୍ ସିରିଜ୍ ତାଣ୍ଡବ ଉପରେ ବିବାଦୀୟ ବୟାନ ଦେବା ପରେ କଙ୍ଗାନାଙ୍କ ଟ୍ୱିଟ୍ ଡିଲିଟ୍ କରିଥିଲା କମ୍ପାନୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rohit_1627366911.jpg)