/odishatv-khabar/media/post_attachments/uploadimage/library/16_9/16_9_0/gargi_1626691954.jpg)
gargi
ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ଗାର୍ଗି କଲେଜରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁର୍ବୃତ୍ତମାନେ ପ୍ରବେଶ କରି ଛାତ୍ରୀମାନଙ୍କୁ ସାମୂହିକ ଅସଦାଚରଣ କରିବା ଘଟଣା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ପୁଲିସ୍ ଉପସ୍ଥିତିରେ ଶତାଧିକ ବାହାର ଯୁବକ ଏଠାରେ ପ୍ରବେଶ କରି ଛାତ୍ରୀଙ୍କୁ କ୍ୟାମ୍ପସ ମଧ୍ୟରେ ଏଭଳି ଅଭଦ୍ର ବ୍ୟବହାର କରିବା ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି।
ଆଜି ଏହାର ପ୍ରତିବାଦରେ ଗାର୍ଗି କଲେଜର ହଜାର ହଜାର ଶିକ୍ଷାର୍ଥୀ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦିନକୁ ଦିନ ଚାପ ବଢ଼ିବାରୁ ପୁଲିସ୍ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ପର୍ଯ୍ୟାୟରେ ପୁଲିସ୍ ନିଜ ଆଡ଼ୁ ମାମଲା ରୁଜୁ କରିବା ସହ କ୍ୟାମ୍ପସରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି। ସୋଶାଲ ମିଡିଆରେ ମଧ୍ୟ ଏହି ଘଟଣାକୁ ନେଇ ଝଡ଼ ସୃଷ୍ଟି ହୋଇଛି। ସମସ୍ତେ ଦିଲ୍ଲୀ ପୁଲିସ୍ର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ରବିବାର ସନ୍ଧ୍ୟା ୬.୩୦ ବେଳେ କଲେଜ କ୍ୟାମ୍ପସରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ଶାନ୍ତିଶୃଙ୍ଖଳା ବଜାୟୀ ରଖିବା ପାଇଁ ରାପିଡ ଆକ୍ସନ ଟିମ ଓ ଦିଲ୍ଲୀ ପୁଲିସ୍ର କର୍ମକର୍ତ୍ତା ଉପସ୍ଥିତ ଥିଲେ। ତେବେ ଏହି ସମୟରେ ୫୦ରୁ ଅଧିକ ମଦୁଆ ଦୁର୍ବୃତ୍ତ ବେଶ ଆରାମରେ କଲେଜ କ୍ୟାମ୍ପସରେ ପ୍ରବେଶ କରି ଭିଡ଼ ମଧ୍ୟରେ ମହିଳାଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲେ।
ପୁଲିସ୍ ସେଠାରେ ଉପସ୍ଥିତ ଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ ହୋଇଛି। ଘଟଣା ପରେ ଆଜି ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲିୱାଲ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖି ଛନ୍ତି। ଡେପୁଟି କମିଶନର ଅଫ ପୁଲିସ(ଦକ୍ଷିଣ) ଅତୁଲ ଠାକୁର କହିଛନ୍ତି, “ଘଟଣାରେ ସାମିଲ ଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଆମେ ଏଯାଏ ବିଧିବଦ୍ଧ ଭାବେ ଏ ସମ୍ପର୍କରେ କୌଣସି ଲିଖିତ ଅଭିଯୋଗ ପାଇନାହୁଁ। କିନ୍ତୁ ନିଜ ଆଡ଼ୁ ଘଟଣାର ତଦନ୍ତ ଆରମ୍ଭ କରିଛୁ। ପୁଲିସ୍ ସିସିଟିଭି ଯାଞ୍ଚ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରୁଛି। ଅତିରିକ୍ତ ଡିସିପି(ଦକ୍ଷିଣ) ଗୀତାଞ୍ଜଳୀ ଖଣ୍ଡେଲୱାଲଙ୍କ ନେତୃତ୍ୱରେ ପୁଲିସ ଟିମ ଘଟଣାର ତଦନ୍ତ ଆରମ୍ଭ କରିଛି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)