Advertisment

ସୁଧୁରୁଛି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା: ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ୱାଶିଂଟନ: ସୁଧୁରୁଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା। ଭଲ ଅନୁଭବ କରୁଛି, ଖୁବ୍‌ଶୀଘ୍ର ଫେରିବି, ଆଗକୁ ଅସଲ ପରୀକ୍ଷା ବୋଲି ଏକ ଭିଡିଓ ଟୁଇଟ୍ କରି କହିଛନ୍ତି ଟ୍ରମ୍ପ। ସେ କରୋନା ଆକ୍ରାନ୍ତ ହୋଇ ଓ୍ୱାଶିଂଟନ୍ ନିକଟସ୍ଥ ୱାଲଟର ରିଡ୍ ଆର୍ମି ମେଡିକାଲ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ଗୁରୁତର ହେବା ପରେ ଅକ୍ସିଜେନ୍ ସପୋର୍ଟରେ ଥିଲେ ଟ୍ରମ୍ପ। ତେବେ ବର୍ତ୍ତମାନ ଅକ୍ସିଜେନ୍ ସପୋର୍ଟର ଆବଶ୍ୟକତା ପଡ଼ୁନଥିବା ବେଳେ, ରେମ୍‌ଡେସିଭିର୍ ଥେରାପି ଆରମ୍ଭ ହୋଇଥିବା ସୂଚନା […]

ଅଦ୍ୟତନ ହୋଇଛି
ସୁଧୁରୁଛି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା: ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

trump

Advertisment

ୱାଶିଂଟନ: ସୁଧୁରୁଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା। ଭଲ ଅନୁଭବ କରୁଛି, ଖୁବ୍‌ଶୀଘ୍ର ଫେରିବି, ଆଗକୁ ଅସଲ ପରୀକ୍ଷା ବୋଲି ଏକ ଭିଡିଓ ଟୁଇଟ୍ କରି କହିଛନ୍ତି ଟ୍ରମ୍ପ। ସେ କରୋନା ଆକ୍ରାନ୍ତ ହୋଇ ଓ୍ୱାଶିଂଟନ୍ ନିକଟସ୍ଥ ୱାଲଟର ରିଡ୍ ଆର୍ମି ମେଡିକାଲ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି।

Advertisment

ଗତକାଲି ଗୁରୁତର ହେବା ପରେ ଅକ୍ସିଜେନ୍ ସପୋର୍ଟରେ ଥିଲେ ଟ୍ରମ୍ପ। ତେବେ ବର୍ତ୍ତମାନ ଅକ୍ସିଜେନ୍ ସପୋର୍ଟର ଆବଶ୍ୟକତା ପଡ଼ୁନଥିବା ବେଳେ, ରେମ୍‌ଡେସିଭିର୍ ଥେରାପି ଆରମ୍ଭ ହୋଇଥିବା ସୂଚନା ମିଳିଛି। ତେବେ ଆସନ୍ତା ୪୮ ଘଣ୍ଟା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ହ୍ୱାଇଟହାଉସ ପକ୍ଷରୁ କୁହାଯାଇଛି।

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ହ୍ୱାଇଟହାଉସ ସୂତ୍ରରୁ ଜଣାପଡ଼ିଥିଲା। ତେବେ ଆଗକୁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଏବଂ ଟ୍ରଂପ୍ ସେଥିରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ଏଭଳି ସ୍ୱାସ୍ଥ୍ୟ ସ୍ଥିତି ରାଜନୀତି ଉପରେ କଣ ପ୍ରଭାବ ପକାଇବ, ସେନେଇ ଚର୍ଚ୍ଚା ଲାଗିରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ