/odishatv-khabar/media/post_attachments/uploadimage/library/16_9/16_9_0/tru_1626689383.jpg)
tru
ୱାଶିଂଟନ୍ : ବର୍ତ୍ତମାନ ପାଇଁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଟଳି ଯାଇଛି। ଆମେରିକା-ଇରାନ ଯୁଦ୍ଧ ହେବାର ଆଶଙ୍କା କମ୍ । କାରଣ ସଂଯମତା ଦେଖାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ଆମେରିକା ଉତ୍ତେଜନାକୁ ବୃଦ୍ଧି କରିବାକୁ ଚାହୁଁନାହିଁ କିମ୍ବା ଆଉ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନେବ ନାହିଁ ।
ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ଦରକାର । ଇରାନର ହିଂସା ଯୋଗୁଁ ମଧ୍ୟପ୍ରାଚ୍ୟରେ ଶାନ୍ତି ଆସିବନି । ତେଣୁ ଏହି ଦେଶକୁ ଏକଘରିକିଆ କରି ଚାପ ପକାଇବାକୁ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛନ୍ତି ଟ୍ରମ୍ପ ।
ଇରାକରେ ଥିବା ଆମେରିକାର ଏୟାର ବେସ୍ ଉପରେ ଇରାନର ମିସାଇଲ ମାଡ଼ ପରେ ପ୍ରଥମ ଥର ପ୍ରତିକ୍ରିୟା ଦେଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଏହି ଆକ୍ରମଣରେ କୌଣସି ଆମେରିକୀୟଙ୍କ ମୃତ୍ୟୁ ହୋଇନାହିଁ । କେବଳ ଏୟାରବେସ୍ର ସାମାନ୍ୟ କ୍ଷତି ହୋଇଛି ।
ତେହେରାନ ଉପରେ ନୂଆ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଛନ୍ତି ଟ୍ରମ୍ପ । ଏହି ଦେଶକୁ ଆଣବିକ ଶକ୍ତି ହେବାକୁ ଦିଆଯିବ ନାହିଁ । ଏହା ସହିତ ମିଲିଟାରି କମାଣ୍ଡର ସୋଲେମାନିର ହତ୍ୟାକୁ ଯଥାର୍ଥ ଦର୍ଶାଇଛନ୍ତି ଟ୍ରମ୍ପ । ସେ କହିଛନ୍ତି, ସୋଲେମାନ ଥିଲେ ବିଶ୍ୱର ସବୁଠୁ ବଡ଼ ଆତଙ୍କବାଦୀ । ତାଙ୍କୁ ବହୁ ଆଗରୁ ମାରିଦେବାର ଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)