Advertisment

"ଆମକୁ ଭୋଟ ଦିଅ, ନଚେତ୍‌ ସ୍ଥିତି ସଙ୍ଗୀନ ହେବ"

ବିଭିନ୍ନ ରାଜନୈତିକ ଦଳର ନେତା ନିଜ ସପକ୍ଷରେ ଭୋଟ ଗୋଟାଇବାକୁ ଭୋଟରଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଉଥିବା ଦେଖିବାକୁ ମିଳିଛି।

author-image
Sarbeswar

tmc-election

କଲିକତା: ପଶ୍ଚିମବଙ୍ଗ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜନୈତିକ ବୟାନ ବାଜି ମଧ୍ୟ ସେତିକି ବଢୁଛି। ବିଭିନ୍ନ ରାଜନୈତିକ ଦଳର ନେତା ନିଜ ସପକ୍ଷରେ ଭୋଟ ଗୋଟାଇବାକୁ ଭୋଟରଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଉଥିବା ଦେଖିବାକୁ ମିଳିଛି। କିନ୍ତୁ ଭୋଟରଙ୍କୁ ଭାଷଣ ଦେବା ପରେ ତୃଣମୂଳ କଂଗ୍ରେସ ନେତା ହମିଦୁଲ ରହମାନ ଯେପରି ଭାବରେ ଭୋଟରଙ୍କୁ ଭୋଟ ଦେବାକୁ ବାଧ୍ୟ କରୁଛନ୍ତି ଓ ଭୋଟ ନଦେଲେ ସ୍ଥିତି ଭୟଙ୍କର ହେବ କହୁଛନ୍ତି ତାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି।

Advertisment

ଭାଇରାଲ ହେଉଥିବା ଭିଡ଼ିଓରେ ସେ କହୁଛନ୍ତି ଯେ, ତୃଣମୂଳ କଂଗ୍ରେସକୁ ଭୋଟ୍‌ ନେଦେଲ ସ୍ଥିତି ଭୟଙ୍କର ହେବ। ଯଦି ଆପଣ ମାନେ TMC ସପକ୍ଷରେ ଭୋଟ୍‌ ନଦିଅନ୍ତି ତେବେ ପରିସ୍ଥିତି ସଙ୍ଗୀନ ହେବ ବୋଲି ସେ କହିଛନ୍ତି। ଏହାସହ ସେ ରହମାନ ଆହୁରି ମଧ୍ୟ କହୁଛନ୍ତି ଯେ, ନିର୍ବାଚନ ପରେ ଦେଶଦ୍ରୋହୀଙ୍କ ସହ ମୁକାବିଲା କରାଯିବ। ତେବେ ଏହି ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି।

ରାହମାନ ଆହୁରି ମଧ୍ୟ କହିଛନ୍ତି ଯେ, ବଙ୍ଗରେ ଦିଦି ସାଧାରଣ ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ତାହାର ଲାଭ ମଧ୍ୟ ସାଧାରଣ ଜନତା ପାଉଛନ୍ତି। ଆପଣମାନେ ଯେଉଁ ଦଳର ହୋଇଥାଆନ୍ତୁ ନା କାହିଁ? କିନ୍ତୁ ଆପଣଙ୍କୁ ରାଜ୍ୟରେ ଶାସନ କରୁଥିବା ମମତାଙ୍କ ସରକାର ସବୁ ପ୍ରକାର ସୁବିଧା ଯୋଗାଉଛି। ଆଉ ଏବେ ନିର୍ବାଚନର ବେଳ। ତେଣୁ ଯେଉଁ ଦଳ ଆପଣଙ୍କୁ ଏତେ ପ୍ରକାର ସୁବିଧା ସୁଯୋଗ ଦେଉଛି ଆପଣ ମାନେ ତାଙ୍କୁ ଭୋଟ ଦେବା ନିହାତି ଦରକାର ବୋଲି ସେ କହିଛନ୍ତି।

Advertisment

ତେବେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିକ୍ରିୟା ପାଇଛି। ବିଜେପି କହିଛି ଯେ, ଭୋଟର ମାନେ କାହାକୁ ଭୋଟ ଦେବେ ତାହା ସେମାନଙ୍କ ନିଜସ୍ୱ ମତ। କିନ୍ତୁ ସର୍ବସାଧାରଣ ସ୍ଥାନରେ ଏପରି ଭାବରେ ଏକ ନିର୍ଧିଷ୍ଟ ଦଳକୁ ଭୋଟ ଦେବା ପାଇଁ କହିବା ଓ ଭୋଟ ନଦେଲେ ସ୍ଥିତି ଭୟଙ୍କର ହେବ ବୋଲି କହିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା।

ତେବେ କିଛି ସମୟ ପୂର୍ବରୁ ପଶ୍ଚିମବଙ୍ଗ ନିର୍ବାଚନ ଲାଗି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଚଳିତ ନିର୍ବାଚନରେ ୨୯୧ଟି ସିଟରେ TMC ଲଢିବ, ଏହାସହ ଅନ୍ୟ ୩ଟି ସିଟରେ ସହଯୋଗୀ ଦଳ ଲଢ଼ିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଏଥର TMCର ୨୮ ପୁରୁଣା ବିଧାୟକଙ୍କୁ ମମତା ବାନାର୍ଜୀ ଟିକେଟ୍‌ ଦେଇନଥିବା ସୂଚନା ମିଳିଛି। କେବଳ ଏତିକି ନୁହେଁ ବରଂ ଚଳିତଥର ୫୦ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ଟିଏମସି। ଆଉ ଚଳିତ ନିର୍ବାଚନରେ ମମତା ଭବାନୀପୁର ନୁହେଁ ବରଂ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ। ଏହାସହ ହାୱାଡ଼ାର ଶିବପୁରରୁ କ୍ରିକେଟର ମନୋଜ ତିୱାରୀ ନିର୍ବାଚନ ଲଢିବେ ବୋଲି ପ୍ରେସମିଟ୍‌ କରି ସୂଚନା ଦେଇଛି ଦଳ।

West Bengal Election 2021
Advertisment
Advertisment