harley-davidson
ନୂଆଦିଲ୍ଲୀ: ହାର୍ଲେ ଡେଭିଡ୍ସନ ବାଇକ୍ ଫ୍ୟାନଙ୍କ ପାଇଁ ଖରାପ ଖବର। ଭାରତରେ ଥିବା ଆସେମ୍ବଲ୍ଡ ପ୍ଲାଣ୍ଟ ବନ୍ଦ କରିବାକୁ ଯାଉଛି ଏହି ଆମେରିକୀୟ କମ୍ପାନୀ। ବାଇକ୍ର ବିକ୍ରି କମ୍ ହେଉଥିବା ଯୋଗୁ କମ୍ପାନୀ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।
ପ୍ଲାଣ୍ଟ ବନ୍ଦ କରିଦେଲେ ବି କମ୍ପାନୀ ଭାରତୀୟ ବଜାରରେ ବାଇକ୍ ବିକ୍ରି ଜାରି ରଖିବ। ବିଦେଶରୁ ଅମଦାନୀ କରି ଭାରତରେ ବିକ୍ରି କରାଯିବ। କେବଳ ଭାରତରେ ନୁହେଁ ଉତ୍ତର ଆମେରିକା, ୟୁରୋପ ଓ ଏସିଆରେ ଯେଉଁ ସ୍ଥାନମାନଙ୍କର ବାଇକ୍ ବିକ୍ରି କମିଛି, ସେଠାରୁ ପ୍ଲାଣ୍ଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି କମ୍ପୀନୀ।
ମିଳିଥିବା ବିଶେଷ ସୂଚନା ଅନୁସାରେ, କମ୍ପାନୀ ଭାରତରେ କେବଳ ପ୍ଲାଣ୍ଟ ବନ୍ଦ କରିବ, କିନ୍ତୁ ବାଇକ ବିକ୍ରି ଜାରି ରଖିବ। ଥାଇଲାଣ୍ଡରୁ ବାଇକ ଅମଦାନୀ କରାଯାୟୀ ଭାରତରେ ବିକ୍ରି କରାଯିବ। ଯଦି ଏପରି ହୁଏ, ତେବେ ବାଇକ୍ର ଦାମ୍ ୪୦ରୁ ୫୦ ଟଙ୍କା ଅଧିକ ବଢ଼ିଯିବ।
ତେବେ ଭାରତରେ ବିକ୍ରି ବଢ଼ାଇବା ପାଇଁ କମ୍ପାନୀ ତରଫରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଡିସ୍କାଉଣ୍ଟ ମଧ୍ୟ ଦିଆଯାଉଛି। ଗତବର୍ଷ ଦେଶରେ ମାତ୍ର ୨୫୦୦ ବାଇକ ବିକ୍ରି ହୋଇଥିଲା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା।
ସୂଚନା ଥାଉକି ଦେଶରେ ହାର୍ଲେ ଡେଭିଡ୍ସନ ବାଇକ୍ କମ୍ପାନୀର ପ୍ରାୟ ୨୦ ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ଯଦି ପ୍ଲାଣ୍ଟ ବନ୍ଦ ହୋଇଯାଏ ତେବେ ବେକାରୀ ସଂଖ୍ୟା ବଢ଼ିବା ସୁନିଶ୍ଚିତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/harley-davidson_1625407082.jpg)