Amit Shah
ନୂଆଦିଲ୍ଲୀ: ୫ ରାଜ୍ୟରେ ନିର୍ବାଚନ ନେଇ ଦିଲ୍ଲୀରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଦଳର ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ୨୦୨୨ରେ ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ବିଚାରବିମର୍ଷ ହୋଇଥିବା ଜଣାପଡିଛି । ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ନିର୍ବାଚନ ନେଇ ବୈଠକରେ ଆଲୋଚନା ହୋଇଛି ।
ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଦଳୀୟ ଉପସଭାପତି, ସଚିବ ଓ ବରିଷ୍ଠ ମନ୍ତ୍ରୀଙ୍କୁ ନେଇ ବିଚାରବିମର୍ଷ କରିଥିଲେ ଦଳର ପ୍ରମୁଖ ନେତା । ବୈଠକରେ ବିଜେପି ବରିଷ୍ଠ ନେତା ରାଜନାଥ ସିଂହ, ଅମିତ ଶାହା, ଧର୍ମେନ୍ଦ୍ର ପ୍ରଧାନ, ନରେନ୍ଦ୍ର ସିଂ ତୋମାର, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସହସମ୍ପାଦକ ଭୂପେନ୍ଦ୍ର ଯାଦବ ସାମିଲ ହୋଇଥିଲେ ।
ତେବେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ-କାଶ୍ମୀରରେ ନିର୍ବାଚନ ନେଇ ମଧ୍ୟ ଏକ ବୈଠକ ଡକାଇଥିଲେ । ଜାମ୍ମୁ-କାଶ୍ମୀରର ନେତାମାନଙ୍କୁ ଦିଲ୍ଲୀ ଡକାଇ ଏକ ଗୁରୁତ୍ୱପୂଣ୍ଣ ବୈଠକ କରିଥିଲେ । ଆଗକୁ କିଭଳି ଶାନ୍ତି ସୃଙ୍ଖଳାର ସହ ନିର୍ବାଚନ ହେବ ଏବଂ ଲୋକଙ୍କୁ ସମସ୍ତ ସୁବିଧା ସୁଯୋଗ ଦିଆଯାଇପାରିବ, ସେନେଇ ବୈଠକରେ ଆଲୋଚନା କରିଥିଲେ । ଏହାସହ ସୀମା ନିର୍ଦ୍ଧାରଣ କଥା ମଧ୍ୟ ଉଠିଥିଲା । ସୀମା ନିର୍ଦ୍ଧାରଣ ପରେ ଏହାକୁ ପୁର୍ଣ୍ଣ ରାଜ୍ୟର ମାନ୍ୟତା ମିଳିପାରିବ ବୋଲି ବୈଠକରେ ଆଲୋଚନା ହୋଇଛି ।
ବୈଠକ ପରେ ଅମିତ ଶାହ ଟ୍ୱିଟ୍ କରି କହିଥିଲେ ଯେ, ପୁର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପୂର୍ଣ୍ଣ ରାଜ୍ୟ ମାନ୍ୟତା ପାଇଁ ସୀମା ନିର୍ଦ୍ଧାରଣ ଶେଷ ହେବା ଜରୁରୀ । ତେଣୁ ଏହାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହା ଶେଷ ହେବା ପରେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ନେଇ ପଦକ୍ଷେପ ମଧ୍ୟ ନିଅଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-27_1624703108.jpg)