/odishatv-khabar/media/post_attachments/uploadimage/library/16_9/16_9_0/pm-modi-2_1625931297.jpg)
pm modi
ନୂଆଦିଲ୍ଲୀ: ଆସନ୍ତାକାଲି ସାଧାରଣ ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୫୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୩ଟି ଲେଖାଏ ଆସନ ଲାଗି ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ପଶ୍ଚିମବଙ୍ଗର ୯ଟି, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏ, ହିମାଚଳ ପ୍ରଦେଶର ୪ଟି, ଝାଡ଼ଖଣ୍ଡର ୩ଟି ଏବଂ ଚଣ୍ଡିଗଡ଼ର ଗୋଟିଏ ଆସନରେ ମତଦାନ ହେବ।
୫୯ଟି ଲୋକସଭା ଆସନର ୯୧୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପ୍ରାୟ ୬ କୋଟିରୁ ଅଧିକ ଭୋଟର ନିର୍ଦ୍ଧାରଣ କରିବେ। ଆସନ୍ତାକାଲିର ଭୋଟ୍ ସହିତ ଶେଷ ହେବ ସାଧାରଣ ନିର୍ବାଚନ। ୨୩ ତାରିଖରେ ଭୋଟ୍ ଗଣତି ହେବ।
ଶେଷ ପର୍ଯ୍ୟାୟରେ ହେବାକୁ ଥିବା ମତଦାନରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରାଣସୀ ଆସନ। ଏହି ଆସନରୁ ମୋଦିଙ୍କୁ ଏସ୍ପି-ବିଏସ୍ପି ମେଣ୍ଟର ସମାଜବାଦୀ ପାର୍ଟି ପ୍ରାର୍ଥୀ ଶାଳିନୀ ଯାଦବ କଡ଼ା ଟକ୍କର ଦେଉଛନ୍ତି।
ଏହା ସହ ୨୦୧୪ ଲୋକସଭା ଆସନରେ ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଅଜୟ ରାୟଙ୍କ ଉପରେ ପୁଣି ଥରେ କଂଗ୍ରେସ ଭରସା କରିଛି। ଉତ୍ତର ପ୍ରଦେଶର ଗାଜିପୁର ଆସନରେ ମଧ୍ୟ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ବିଏସ୍ପି ପ୍ରାର୍ଥୀ ଅଫଜଲ୍ ଅନସାରୀ କଡ଼ା ଟକ୍କର ଦେଉଛନ୍ତି। ଗତବର୍ଷ ଗୋରଖପୁର ଉପ ନିର୍ବାଚନରେ ବିଜେପିଠାରୁ ମହାମେଣ୍ଟ ଏହି ଆସନକୁ ଛଡ଼ାଇ ନେଇଥିଲା। ଏଥର ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ ଭୋଜପୁରୀ ଅଭିନେତା ରବି କିଷାନଙ୍କୁ ବିଜେପି ପ୍ରାର୍ଥୀ କରିଛି।
ଅନ୍ୟପକ୍ଷେ, ବିହାର ପାଟଳୀପୁତ୍ରରୁ ବିଜେପି ପ୍ରାର୍ଥୀ ରାମ କୃପାଲ ଯାଦବ, ସାସାରାମ ଆସନରୁ କଂଗ୍ରେସ ପ୍ରାର୍ଥୀ ମୀରା କୁମାର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପଞ୍ଜାବର ଗୁରୁଦାସପୁରରୁ ସନ୍ନି ଦେଓଲ କଂଗ୍ରେସ ପ୍ରାର୍ଥୀ ସୁନିଲ ଜାଖଡ଼ଙ୍କ ବିରୋଧରେ ଲଢୁଛନ୍ତି। ଚଣ୍ଡୀଗଡ ଆସନରେ ବିଜେପିର କିରନ ଖେର ଏବଂ କଂଗ୍ରେସର ପଓ୍ୱନ ବଂଶଲଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)