Advertisment

ଆଜି ଶୁଭାରମ୍ଭ ହେବ PM-SYM ଯୋଜନା

ନୂଆଦିଲ୍ଲୀ: ଆଜି ‘ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ’ ଯୋଜନାର ଶୁଭାରମ୍ଭ ହେବ। ଗୁଜରାଟ ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଶୁଭାରମ୍ଭ କରିବେ। ଅଣସଙ୍ଗଠିତ ଶ୍ରମିକ ଯେଉଁମାନଙ୍କ ଆୟ ୧୫ ହଜାର ଟଙ୍କାରୁ କମ୍ ସେମାନଙ୍କୁ ମାସିକ ପେନ୍‌ସନ୍‌ ମିଳିବ। ଏହି ଯୋଜନାରେ ମାସିକ ୩ ହଜାର ଟଙ୍କା ଲେଖାଏ ପେନ୍‌ସନ୍‌ ମିଳିବାର ବ୍ୟବସ୍ଥା ରହିଛି। ଅଣ ସଙ୍ଗଠିତ ଶ୍ରମିକ ଯେପରିକି ରିକ୍ସା ଚାଳକ, ଫେରିବାଲା, ଘରୋଇ ଶ୍ରମିକ, ପାନବାଲା ଓ ଚା’ ଦୋକାନୀ ଏହି ଯୋଜନାରେ […]

ଆଜି ଶୁଭାରମ୍ଭ ହେବ PM-SYM ଯୋଜନା

narendra-modi

Advertisment

ନୂଆଦିଲ୍ଲୀ: ଆଜି ‘ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ’ ଯୋଜନାର ଶୁଭାରମ୍ଭ ହେବ। ଗୁଜରାଟ ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଶୁଭାରମ୍ଭ କରିବେ। ଅଣସଙ୍ଗଠିତ ଶ୍ରମିକ ଯେଉଁମାନଙ୍କ ଆୟ ୧୫ ହଜାର ଟଙ୍କାରୁ କମ୍ ସେମାନଙ୍କୁ ମାସିକ ପେନ୍‌ସନ୍‌ ମିଳିବ। ଏହି ଯୋଜନାରେ ମାସିକ ୩ ହଜାର ଟଙ୍କା ଲେଖାଏ ପେନ୍‌ସନ୍‌ ମିଳିବାର ବ୍ୟବସ୍ଥା ରହିଛି।

Advertisment

ଅଣ ସଙ୍ଗଠିତ ଶ୍ରମିକ ଯେପରିକି ରିକ୍ସା ଚାଳକ, ଫେରିବାଲା, ଘରୋଇ ଶ୍ରମିକ, ପାନବାଲା ଓ ଚା’ ଦୋକାନୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ଯାହାର ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥିବ। ସେମାନେ ଏହି ଯୋଜନାରେ ସାମିଲ ହୋଇପାରିବେ।

ସେହିପରି ବିଭିନ୍ନ ବୟସ ବର୍ଗର ଶ୍ରମିକ ମାସକୁ ୫୫ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କାର ପ୍ରିମିୟମ୍ ଦେବେ। ଯେତେ ପ୍ରିମିୟମ୍‌ ଦେବେ ସରକାର ମଧ୍ୟ ସେତେ ଟଙ୍କା ଦେବେ।  ୬୦ ବର୍ଷ ହେବା ପରେ ହିତାଧିକାରୀଙ୍କୁ ମାସକୁ ୩ ହଜାର ଟଙ୍କା ଲେଖାଏ ପେନସନ୍‌ ମିଳିବ। ହିତାଧିକାରୀଙ୍କ ମୃତ୍ୟୁ ହେଲେ ତାଙ୍କ ପତି ବା ପତ୍ନୀଙ୍କୁ ୫୦ ପ୍ରତିଶତ ପରିବାର ପେନସନ୍‌ ମିଳିବ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ