/odishatv-khabar/media/post_attachments/uploadimage/library/16_9/16_9_0/ani_1626174117.jpg)
dinesh-trivedi
କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାଧାରୀ ଟିଏମସିକୁ ଜୋରଦାର ଝଟକା। ଜଣେ ପରେ ଜଣେ ବିଧାୟକ ଓ ବରିଷ୍ଠ ନେତା ଗେରୁଆ ରଙ୍ଗରେ ରଙ୍ଗେଇ ହେଉଛନ୍ତି। ଆଜି ପୁଣି ଦଳ ଛାଡ଼ିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିନେଶ ତ୍ରିବେଦୀ । ନୂଆଦିଲ୍ଲୀରେ ଦଳ ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଦିନେଶ ତ୍ରିବେଦୀ ହାତ ଧରିଛନ୍ତି । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ଲୋକପ୍ରିୟ ନେତାମାନଙ୍କ ପଦ୍ମ ଧରିବା ଶାସକଦଳ ପାଇଁ ଆଦୌ ଶୁଭଙ୍କର ନୁହେଁ ।
ଟିଏମସିରେ ଦୀର୍ଘ ଦିନ ଧରି ଦିନେଶ ତ୍ରିବେଦୀଙ୍କୁ ଅବହେଳା କରାଯାଇଥିଲା। ରାଜ୍ୟରେ ହତ୍ୟା, ହିଂସା ବଢ଼ିଛି ତେଣୁ ଏହାକୁ ଦୂର କରିବା ସହ ସୁଶାସନ ଆଣିଥିବା ପାଇଁ ସେ ବିଜେପି ସହ ସାମିଲ ହୋଇଥିବା କହିଛନ୍ତି । ମମତାଙ୍କ ସମୟ ସରିଛି, ନିର୍ବାଚନରେ ଲୋକେ ଠିକ୍ ଲୋକଙ୍କୁ ଭୋଟ୍ ଦେବେ ବୋଲି କହିଛନ୍ତି ଦିନେଶ ।
ସେପଟେ ଦିନେଶ ତ୍ରିବେଦୀ ଦଳରେ ସାମିଲ ହେବାପରେ ଦଳକୁ ସ୍ୱାଗତ କରି ଜେପି ନଡ୍ଡା କହିଛନ୍ତି, ଜଣେ ବରିଷ୍ଠ ତଥା ଦକ୍ଷ ନେତାଙ୍କୁ ଦଳକୁ ସ୍ୱାଗତ । ଅନୁପଯୁକ୍ତ ଦଳରେ ଜଣେ ଉପଯୁକ୍ତ ବ୍ୟକ୍ତି ଥିଲେ, କିନ୍ତୁ ଏବେ ସେ ଉପଯୁକ୍ତ ଦଳରେ ସାମିଲ ହୋଇଛନ୍ତି। ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନରେ ଦିନେଶ ତ୍ରିବେଦୀ ନିଶ୍ଚିତ ଭାବେ ସକ୍ରିୟ ଭୂମିକା ଗ୍ରହଣ କରିବେ।
ଏହାପୂର୍ବରୁ ତୃଣମୂଳ କଂଗ୍ରେସ ଉପରେ ଅସନ୍ତୁଷ୍ଟ ହୋଇ ଅନେକ ଟିଏମସି ନେତା ବିଜେପିରେ ଯୋଗ ଦେଇ ଦଳକୁ ମଜବୁତ କରିବାରେ ସହାୟକ ହୋଇଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗର ଅନେକ ବଡ ଚେହେରା ବିଜେପିରେ ସାମିଲ ହୋଇପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଠାରୁ ଆରମ୍ଭ କରି ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପର୍ଯ୍ୟନ୍ତ ବିଜେପିରେ ଯୋଗଦେଇପାରନ୍ତି।
I'll be active in election process, irrespective of whether I contest or not. Bengal has rejected TMC. They want progress, not corruption or violence. They're ready for real change. Politics isn't 'khela', it's serious. She (CM) forgot her ideals while playing: Dinesh Trivedi pic.twitter.com/JiRMlo2xrW
— ANI (@ANI) March 6, 2021
ସେପଟେ ଶୁକ୍ରବାର ବିଳମ୍ବିତ ରାତିରେ ଦକ୍ଷିଣ ୨୪ ପ୍ରଗଣାର ରାମପୁରରେ ବିଜେପି କର୍ମକର୍ତ୍ତାଙ୍କ ଉପରେ ପେଟ୍ରୋଲ ବମ୍ ପକାଇବାର ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ୬ଜଣ କର୍ମକର୍ତ୍ତା ଆହତ ହୋଇଛନ୍ତି । ଟିଏମସି ଏଭଳି କରିଥିବା ଅଭିଯୋଗ ରହିଛି। ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)