/odishatv-khabar/media/post_attachments/uploadimage/library/16_9/16_9_0/7-11_1625078808.jpg)
7
ଆସାମ: ଆସାମର ସୋନତିପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ବାଘ ତିନି ଜଣ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛି। ଯାହାର ଭିଡିଓ ଏବେ ସୋଶିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଏହି ଘଟଣା ସୋନିତପୁର ଜିଲ୍ଲାର ତେଜପୁର ସହରର ବୋର୍ଗୁରୀ ନାପାମ ଅଞ୍ଚଳରେ ଘଟିଛି। ଗତ ମଙ୍ଗଳବାର ଦିନ ଗୋଟିଏ ବାଘ ପାଖ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସି ଥିଲା। ଲୋକମାନେ ବାଘଟିକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବାଘଟି ଜଙ୍ଗଲକୁ ଯିବା ପରିବର୍ତ୍ତେ ଲୋକଙ୍କୁ ଆକ୍ରମଣ କରିଥିଲା।
/odishatv-khabar/media/post_attachments/wp-content/uploads/2020/11/1-18.jpg)
ଏହି ଘଟଣାକୁ ସେଠାକାର ଜଣେ ଯୁବକ ନିଜ ମୋବାଇଲ୍ରେ କଏଦ୍ କରି ସୋଶିଆଲ୍ ମିଡିଆରେ ଭାଇରାଲ୍ କରିଥିଲେ। ଯେଉଁଥିରେକି ବାଘଟି କିଛି ଲୋକଙ୍କ ଉପରେ ଆକ୍ରମଣ କରୁଥିବାର ଦେଖିବାକୁ ମିଳିଥିଲା।
/odishatv-khabar/media/post_attachments/aajtak/images/photo_gallery/202011/tiger-attack_2.jpg)
ଘଟଣାଟି ଗୋଟିଏ ପୋଖରୀ କୂଳରେ ଘଟିଥିଲା। ଏହି ସମୟରେ ବାଘଟି ଜଣେ ବ୍ୟକ୍ତିଙ୍କୁ କାମୁଡ଼ିବା ବେଳେ ପୋଖରୀକୁ ଖସି ପଡ଼ିଥିବାର ଭିଡିଓଟିରେ ଦେଖିବାକୁ ମିଳିଥିଲା।
ତେବେ ବାଘ ଆକ୍ରମଣରେ ୩ ଜଣ ଲୋକ ଆହାତ ହୋଇଛନ୍ତି। ସେମାନଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)