dhanraj
ନୂଆଦିଲ୍ଲୀ: ସୁନାର ପୋଟ୍ରେଟ୍ ତିଆରି କରିଛନ୍ତି ଧନରାଜ ସାଗର ଶେଲକେ । ୨୪ କ୍ୟାରେଟ୍ ଗୋଲ୍ଡ ପ୍ଲେଟିଂରେ, ଅଭିନେତ୍ରୀ ମାଧୁରୀ ଦିକ୍ଷୀତ୍ ଓ ତାଙ୍କ ସ୍ୱାମୀଙ୍କ ପୋଟ୍ରେଟ୍ ତିଆରି ବେଶ ପ୍ରଶଂସା ସାଉଁଟିଥିବା ବେଳେ ସଲମାନ୍ ଖାନ୍ ଓ ତାଙ୍କ ବାପାଙ୍କ ପୋଟ୍ରେଟ୍ ମଧ୍ୟ ସେ ପ୍ରସ୍ତୁତ କରିଛନ୍ତି । ଏହି ଅଏଲ ପୋଟ୍ରେଟ୍ସ ଏବେ ଫିଲ୍ମ ଜଗତରେ ବେସ୍ ପ୍ରଂଶସା ସାଉଁଟୁଛି । ଭାରତର ସବୁଠୁ ଲୋକପ୍ରିୟ କଳାକାରଙ୍କ ପେଣ୍ଟିଂ ତିଆରି କରି, ଧନରାଜ ସାଗର ଶେଲକେ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି । ଶୁଦ୍ଧ ୨୪ କ୍ୟାରେଟ୍ ସୁନାରେ ତିଆରି ପୋଟ୍ରେଟ୍କୁ ଜନ ସାଧାରଣଙ୍କ ଆଗରେ ଉପସ୍ଥାପିତ କରିବା ଏକ ଦୁର୍ଲ୍ଲଭ ଅନୁଭବ ବୋଲି ସେ କହିଛନ୍ତି ।
ପୂର୍ବରୁ ମଧ୍ୟ ଧନରାଜ ଅନେକ ବଲିଉଡ୍, ହଲିଉଡ୍ କଳାକାର, କ୍ରୀଡ଼ାବିତ୍ଙ୍କ ପେଣ୍ଟିଂ ତିଆରି ଚର୍ଚ୍ଚାକୁ ଆସିଛନ୍ତି । ବହୁ କଳାକାର ଧନରାଜଙ୍କ କାମକୁ ଖୁବ୍ ପସନ୍ଦ କରିଛନ୍ତି । ଏହାସହ ଧନରାଜ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସମ୍ମାନିତ କରାଯାଇଛି । ଏହାଛଡା ବଡ଼ ବଡ଼ ପ୍ରଦର୍ଶନୀରେ ବି ତାଙ୍କ ଫଟୋ ପ୍ରଦର୍ଶିତ କରାଯାଇଛି । କୋହ୍ଲାପୁରର ବାସିନ୍ଦା ଧନରାଜ ଏହି କଳା ମହାରାଷ୍ଟ୍ରର ଜାତୀୟ ପୁରସ୍କାର ବିଜେତା କଳାକାର ମୋହନରାଓ ଗଣପତରାଓ ଭଣ୍ଡାରେକରଙ୍କ ଠାରୁ ପ୍ରଶିକ୍ଷଣ ନେଇଥିଲେ । ଛୋଟବେଳୁ ଧନରାଜ ଚିତ୍ର ଆଙ୍କିବାକୁ ଭଲ ପାଉଥିବା ବେଳେ ଏହି ଚିତ୍ରକଳା ପ୍ରତି ଅଧିକ ଆକର୍ଷିତ ହେଉଥିବା କହିଛନ୍ତି । ଧନରାଜ ଦୀର୍ଘ ୧୧ ବର୍ଷ ଏହି କଳାକୁ ଦେଇଛନ୍ତି । ଖାସ୍ କରି କ୍ରିଷ୍ଟାଲ, ଧାତୁ, ରତ୍ନ, ସୁନା ଓ ହୀରା ଆଦି ବ୍ୟବହାର କରି ପେଣ୍ଟିଂ କରିଛନ୍ତି । ତେବେ ଆଗକୁ ଧନରାଜ ଅନ୍ୟ କଳାକାରଙ୍କ ଚିତ୍ର ତିଆରି କରିବେ ବୋଲି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/dhanraj_1625144327.jpg)