Advertisment

ଏହିସବୁ ରାଜ୍ୟରେ ଜୁଲାଇ ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ ୫.୦ର ଅବଧି ଜୁନ୍‌ ୩୦ରେ ଶେଷ ହେବ। ଏତେ ଦିନର ଲକ୍‌ଡାଉନ ସତ୍ତ୍ୱେ ଦେଶରେ କରୋନା ଭାଇରସ୍‌ ନିୟନ୍ତ୍ରଣ ହୋଇପାରି ନାହିଁ। ବରଂ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି। ପୁଣିଥରେ ଦେଶରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ହେବ ନା ନାହିଁ ସେନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ। ତେବେ ଏହା ପୂର୍ବରୁ କିଛି […]

ଏହିସବୁ ରାଜ୍ୟରେ ଜୁଲାଇ ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

lockdown

Advertisment

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ ୫.୦ର ଅବଧି ଜୁନ୍‌ ୩୦ରେ ଶେଷ ହେବ। ଏତେ ଦିନର ଲକ୍‌ଡାଉନ ସତ୍ତ୍ୱେ ଦେଶରେ କରୋନା ଭାଇରସ୍‌ ନିୟନ୍ତ୍ରଣ ହୋଇପାରି ନାହିଁ। ବରଂ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି।

Advertisment

ପୁଣିଥରେ ଦେଶରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ହେବ ନା ନାହିଁ ସେନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ। ତେବେ ଏହା ପୂର୍ବରୁ କିଛି ରାଜ୍ୟ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଛନ୍ତି।

ପୂର୍ବରୁ ପଶ୍ଚିମବଙ୍ଗ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଅବଧି ବୃଦ୍ଧି କରିଥିବାବେଳେ ଏବେ ଝାଡ଼ଖଣ୍ଡ ସରକାର ମଧ୍ୟ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଅବଧି ବୃଦ୍ଧି କରିଛନ୍ତି।

Advertisment

ଝାଡ଼ଖଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଲାଗୁ ହୋଇଥିବା ସମସ୍ତ କଟକଣା ଜୁଲାଇ ୩୧ ଯାଏ ବଳବତ୍ତର ରହିବ ବୋଲି ରାଜ୍ୟ ମୁଖ୍ୟ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି।

କେନ୍ଦ୍ର ସରକାରଙ୍କ COVID-19 Dashboardରେ ଦିଆଯାଇଥିବା ସୂଚନା ନୁସାରେ, ଜୁନ୍‌ ୨୬ ତାରିଖ ସୁଦ୍ଧା ଝାଡ଼ଖଣ୍ଡରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୬୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୬୦୫ଜଣ ସୁସ୍ଥ ହୋଇଥିବାବେଳେ ୬୪୫ଜଣ ଚିକିତ୍ସାଧୀନ ଅଛନ୍ତି। ୧୨ଜଣଙ୍କ ମୃତ୍ୟୁ ଘଟିଛି।

Advertisment

publive-image

ଅନ୍ୟପକ୍ଷରେ ତାମିଲନାଡୁରେ ସବୁଠାରୁ ଅଧିକ ସଂକ୍ରମିତ ହୋଇଥିବା ଜିଲ୍ଲାଗୁଡିକରେ ଲକ୍‌ଡାଉନ୍ ଅବଧି ବୃଦ୍ଧି ହୋଇଛି। ଦିଲ୍ଲୀରେ ଜୁଲାଇ ୩୧ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।

Lockdown Latest Lockdown News Lockdown News Latest Lockdown Extend News Lockdown Extend In Jharkhand Lockdown Extend In Westbengal Lockdown Extend News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ