/odishatv-khabar/media/post_attachments/uploadimage/library/16_9/16_9_0/tirandaz_1626174089.jpg)
dhanbad
ଧାନବାଦ: ଅବହେଳିତ ଅବସ୍ଥାରେ ମହିଳା ତୀରନ୍ଦାଜ। ପରିବାରର ପେଟକୁ ଦାନା ଦେବା ପାଇଁ କରୁଛନ୍ତି ସଂଘର୍ଷ । ଜାତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହୋଇ ରାଜ୍ୟ ତଥା ଜିଲ୍ଲା ପାଇଁ ସୁନାମ ଆଣିଥିବା ଝାଡ଼ଖଣ୍ଡର ୨୩ ବର୍ଷୀୟ ମମତା ଟୁଡ଼ୁ ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ତାଲାବନ୍ଦର ପ୍ରଭାବରେ ଲକ୍ଷ ଲକ୍ଷ ଲୋକ ବେକାର ହୋଇଯାଇଛନ୍ତି। କିଏ ରୋଜଗାର ହରାଇଛି ତ ଭୋକ ଓପାସରେ ଦିନ କାଟୁଛି। ଅନେକ ଲୋକଙ୍କ ପାଇଁ ଦୁଇ ଓଳି ଦୁଇ ମୁଠା ଖାଇବା ମଧ୍ୟ କଷ୍ଟକର ହୋଇପଡ଼ୁଛି । ଏପରି ସମୟରେ ମମତା ଓ ତାଙ୍କ ପରିବାର ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ପରିବାର ଚଳାଇବା ପାଇଁ ଏବେ ପକୋଡ଼ା ଓ ଝାଲମୁଢ଼ି ବିକ୍ରି କରୁଛନ୍ତି ତୀରନ୍ଦାଜ।
ଝାରଖଣ୍ଡର ମମତା ଜଣେ ଜାତୀୟ ସ୍ତରର ତୀରନ୍ଦାଜ। ଧାନବାଦ ମୁଖ୍ୟାଳୟଠାରୁ କିଛି ଦୂରରେ ଥିବା ସମ୍ଭାଲଟୋଲାରେ ପିତାମାତା ଏବଂ ଦୁଇ ସାନ ଭାଇଙ୍କ ସେ ସହିତ ରୁହନ୍ତି। ସେ ବିଜୟୱାଡାର ଅଣ୍ଡର -୧୩ ତୀରନ୍ଦାଜର ଜାତୀୟ ଚାମ୍ପିଅନ୍ ପୁରସ୍କାର ଜିତିଛନ୍ତି। ୨୦୧୦ ଓ ୨୦୧୪ ରେ ଜୁନିୟର ଏବଂ ସବ୍-ଜୁନିୟର ବର୍ଗରେ ମମତା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେବେଠାରୁ ଲୋକମାନେ ତାଙ୍କୁ 'Golden Girl ' ନାମରେ ଜାଣନ୍ତି। ମହାମାରୀ ପୂର୍ବରୁ ସେ ରାଞ୍ଚି ଏକ୍ସଲେନ୍ସରେ ଅଭ୍ୟାସ ଜାରି ରଖିଥିଲେ । ହେଲେ ଏବେ ତାଙ୍କର ଅବସ୍ଥା ବିଗାଡି ଦେଇଛି ମହାମାରୀ । କରୋନା ପାଇଁ ସବୁ ବନ୍ଦ ହୋଇଗଲା ପରେ ମମତା ଘରକୁ ଫେରିବାକୁ ବାଧ୍ୟ ହେଲେ।
ମମତାଙ୍କ ବାପା ଜଣେ ଦିନ ମଜୁରିଆ। କାମ କଲେ ପେଟକୁ ଦାନା ଯାଏ, ନେହେଲେ ଖାଡ଼ା ଉପାସ। ପିଲାଦିନରୁ ତୀରନ୍ଦାଜ ପ୍ରତି ମମତାଙ୍କର ପ୍ରବଳ ଦୁର୍ବଳତା ଥିଲା। ମାତ୍ର ୧୩ ବର୍ଷ ବୟସରେ ବାପା ଦେଇଥିବା ବାଉଁଶ ଧନୁତୀରରେ ତୀରନ୍ଦାଜି ଆରମ୍ଭ କରିଥିଲେ । ଆର୍ଥିକ ଅନଟନ ଭିତରେ ମମତାଙ୍କ ଭଳି ଜଣେ ପ୍ରତିଭାବାନ ଖେଳାଳି ଏବେ ରାସ୍ତା କଡ଼କୁ ଟାଣି ହୋଇ ଆସିଛନ୍ତି । ମହାମାରୀ ପରେ ଘରକୁ ଆସିବା ପରେ ଚାରିପ୍ରାଣୀ କୁଟୁମ୍ବକୁ ପୋଷିବା ମଧ୍ୟ ତେଣୁ ବାପାଙ୍କୁ ସାହାଯ୍ୟ କରିବା ପାଇଁ ପକୋଡ଼ା ବିକ୍ରି କରି କିଛି ଟଙ୍କା ରୋଜଗାର କରୁଛନ୍ତି। ହେଲେ ଏତିକି ଟଙ୍କାରେ ପରିବାର ଚଳିବା ନିଅଣ୍ଟ ହେଉଛି।
ଏତେ ଅସୁବିଧା ସତ୍ତ୍ୱେ ମମତା ତୀରନ୍ଦାଜିରେ ରାଜ୍ୟ ପାଇଁ ଓ ଦେଶ ପାଇଁ ଗୌରବ ଅର୍ଜନ କରିବାକୁ ଚାହୁଁଛନ୍ତି । ସରକାରୀ ସାହାଯ୍ୟ ମିଳିଲେ ତୀରନ୍ଦାଜି ଜାରି ରଖିବାରେ ସାହାଯ୍ୟ ହେବ ବୋଲି ମମତା କହିଛନ୍ତି।
ଏବେ କରୋନାର ପ୍ରାଦୁର୍ଭାବ ଟିକିଏ କମିଯାଇଥିବା ବେଳେ ବି ତାଙ୍କୁ ଏଯାଏଁ କ୍ରୀଡା ପାଇଁ ପ୍ରୋତ୍ସାହନ କିମ୍ବା ସରକାରୀ ସୁବିଧା ମିଳିପାରିନି। କ୍ରୀଡ଼ାର ପ୍ରଚାର ପ୍ରସାର ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ମମତାଙ୍କ ଭଳି ବହୁ ଖେଳାଳି ଆଜି ବି ଅବହେଳିତ । ଖେଳାଳିଙ୍କ ପ୍ରତି ସରକାରଙ୍କ କେତେ ଆନ୍ତରିକତା ରହିଛି, ତାହା ସ୍ପଷ୍ଟ କରୁଛି । ଏବେ ଦୁର୍ଦ୍ଦିନରେ କଟୁଛି ତାଙ୍କର ଜୀବନ। ଯେମିତି ସୁଖ ହଜି ଯାଇଛି ମମତାଙ୍କ ଜୀବନରୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)