loot
ଗୁଜରାଟ: ପତ୍ନୀଙ୍କ ସହ ସବୁବେଳେ ଲାଗୁଥିଲା ଝଗଡ଼ା। ବାରମ୍ବାର ତାଗିଦ୍ ସତ୍ତ୍ୱେ ସ୍ତ୍ରୀ ହେଉଥିଲେ ନଛୋଡ଼ବନ୍ଦା। ବାଧ୍ୟ ହୋଇ ଚୋର ସାଜିଲେ ସ୍ୱାମୀ। ବନିଗଲେ କୁଖ୍ୟାତ ବାଇକ୍ ଲୁଟେରା। ବିଭିନ୍ନ ସ୍ଥାନରୁ ଉଠାଇ ଆଣିଲେ ୩୦ରୁ ଊର୍ଦ୍ଧ୍ୱ ବାଇକ୍। ଏଭଳି ଏକ ଘଟଣା ଘଟିଛି ଗୁଜରାଟ ସୁରତ ସହରରେ।ଖାଲି ଏତିକି ନୁହେଁ ଚୋରା ବାଇକ୍ କାଳେ ପୋଲିସ ଧରିନେବ, ସେହି ବାଇକଗୁଡିକୁ ଏକ ବ୍ରିଜ୍ ତଳେ ଲୁଚାଇ ରଖିଥିଲା ଲୁଟେରା। କିଛି ଦିନ ପରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୋଲିସ ତନାଘନା କଲାବେଳେ ଜାଣିପାରିଲା ଲୁଟେରାର ଅଜବ ଲୁଟ୍ ତରିକା।
ସୁରତ ସହରର ଏକ ହୀରା ଦୋକାନରେ କାମ କରୁଥିବା ଏହି ଲୁଟେରା ଜଣକର ବୟସ ୩୭ ବର୍ଷ। ତାର ନାଁ ବଲୱନ୍ତ ଚୌହାନ୍। ଯୁବକଙ୍କ ଠାରୁ ବାଇକ୍ ଚୋରିର କାରଣ ଜାଣିବା ପରେ ପୋଲିସ ତାଜୁବ ହୋଇଗଲା। ଲୁଟେରାର ସ୍ତ୍ରୀ ଅଧିକ ଟଙ୍କା ରୋଜଗାର କରିବା ପାଇଁ ବାଧ୍ୟ କରୁଥିଲା
‘ତୁମ ସଢୁ ଏତେ ଟଙ୍କା କମାଉଛନ୍ତି, ତମେ ଗୋଟିଏ ଛୋଟିଆ ଦୋକାନରେ କାମ କରି କ’ଣ ଟଙ୍କା କମାଉଛ, ତୁମକୁ ଲାଜ ଲାଗୁନି’ କହି ତାଚ୍ଛଲ୍ୟ କରୁଥିଲେ ଲୁଟେରାର ସ୍ତ୍ରୀ। ଏହା ପରେ ଦୁହିଁଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ଲାଗିଥିଲା। ପତ୍ନୀଙ୍କୁ ମୋଟା ଅଙ୍କର ଅର୍ଥ ଉପାର୍ଜନ କରି ଦେଖାଇଦେବ ବୋଲି ଲୁଟେରା ଜମକ ପ୍ରତିଜ୍ଞାବଦ୍ଧ ହୋଇଥିଲା। ପରବର୍ତ୍ତୀ ସମୟରେ ବନିଗଲା ବଡ଼ ବାଇକ୍ ଚୋର। ଲୁଟ୍ ବାଇକ୍ ବିକ୍ରି କରି ଲକ୍ଷାଧିକ ଟଙ୍କା ସ୍ତ୍ରୀ ହାତରେ ଧରାଇଲା। ଅର୍ଜିତ ଟଙ୍କା ସେ ବ୍ୟବସାୟରୁ କମାଇଛି ବୋଲି ସଫେଇ ଦେଲା।
ଚୋର ଘର ସଦାବେଳେ ଅନ୍ଧାର ନ ଥାଏ। ବିପୁଳ ଟଙ୍କା ଆୟ ନିଶାରେ ଶେଷରେ ପୋଲିସ ହାତରେ ଧରାପଡ଼ି ଜେଲ୍ ଗଲା ଅଭିଯୁକ୍ତ। ଏବେ ଜେଲରେ ବିତୁଛି ଜୀବନ। ଜାମିନରେ ଯିବା ପାଇଁ କୋର୍ଟରେ କରିଛି ଆବେଦନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/loot_1625059757.jpg)