Advertisment

ରାଜ୍ୟସଭାରେ ପାରିତ ହେଲା ଏୟାରକ୍ରାଫ୍ଟ ବିଲ୍

ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା ଏୟାରକ୍ରାଫ୍ଟ ବିଲ୍। ଭାରତରେ ଥିବା ବିଭିନ୍ନ ବିମାନବନ୍ଦରର ଉନ୍ନତିକରଣ ସହ ଘରୋଇକରଣ ପାଇଁ ବିଲରେ ବ୍ୟବସ୍ଥା ରହିଛି। ସେପଟେ ରାଜ୍ୟସଭାରେ ଉଠିଛି ଚୀନ୍ ସରକାରଙ୍କ ଗୁଇନ୍ଦାଗିରି ପ୍ରସଙ୍ଗ। ଦେଶର ୧୦ ହଜାର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଉପରେ ଚୀନ ସରକାର ତୀକ୍ଷଣ ନଜର ରଖିବା ଉପରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ନୋଟିସ ଆଣିଥିଲେ। କଂଗ୍ରେସ ସାଂସଦ ମାଣିକମ୍ ଟାଗୋର କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା […]

author-image
Ranjeet Kumar Jena
ରାଜ୍ୟସଭାରେ ପାରିତ ହେଲା ଏୟାରକ୍ରାଫ୍ଟ ବିଲ୍

aircraft-bill

ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା ଏୟାରକ୍ରାଫ୍ଟ ବିଲ୍। ଭାରତରେ ଥିବା ବିଭିନ୍ନ ବିମାନବନ୍ଦରର ଉନ୍ନତିକରଣ ସହ ଘରୋଇକରଣ ପାଇଁ ବିଲରେ ବ୍ୟବସ୍ଥା ରହିଛି। ସେପଟେ ରାଜ୍ୟସଭାରେ ଉଠିଛି ଚୀନ୍ ସରକାରଙ୍କ ଗୁଇନ୍ଦାଗିରି ପ୍ରସଙ୍ଗ। ଦେଶର ୧୦ ହଜାର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଉପରେ ଚୀନ ସରକାର ତୀକ୍ଷଣ ନଜର ରଖିବା ଉପରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ନୋଟିସ ଆଣିଥିଲେ।

Advertisment

କଂଗ୍ରେସ ସାଂସଦ ମାଣିକମ୍ ଟାଗୋର କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବି ପ୍ରସ୍ତାବ ଆଣିଥିଲେ। ଚୀନ ସରକାରଙ୍କ ଅଧିନରେ ଥିବା ଆଇଟି କମ୍ପାନୀ ଜେନ୍ ୱାଙ୍ଗ ଭାରତର ପ୍ରମୁଖ ବ୍ୟକ୍ତିଙ୍କ ଗତିବିଧି ସମ୍ପର୍କରେ ଟିକନିକ୍ ତଥ୍ୟ ସଂଗ୍ରହ କରୁଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସଭାପତି ସୋନିଆ ଗାନ୍ଧି, ସିଡିଏସ୍ ବିପିନ ରାୱତଙ୍କ ସମେତ ଦେଶର ୧୫ ପୂର୍ବତନ ସ୍ଥଳ, ବାୟୁ ଏବଂ ନୌସେନା ମୁଖ୍ୟଙ୍କ ଉପରେ ଚୀନ ଗୁଇନ୍ଦାଗିରି କରୁଥିବା ନେଇ ଏକ ପ୍ରମୁଖ ଇଂରାଜୀ ଖବର କାଗଜରେ ତଦନ୍ତମୂଳକ ଖବର ପ୍ରକାଶିତ ହୋଇଥିଲା। ସେହିପରି ଏୟାର ଇଣ୍ଡିଆ ବିକ୍ରି ପ୍ରସଙ୍ଗ ରାଜ୍ୟସଭାରେ ଉଠାଇଛନ୍ତି ଟିଏମସି ସାଂସଦ ଦିନେଶ ତ୍ରିଭେଦୀ।

Advertisment

ବନ୍ଦେ ଭାରତ ମିଶନରେ ସରକାର ଦେଶ ବାହାରେ ଥିବା ଭାରତୀୟଙ୍କୁ ସଫଳତାର ସହ ସ୍ୱଦେଶ ଫେରାଇ ଆଣିଛନ୍ତି। ଏଥିଲାଗି ସେ ସରକାରଙ୍କୁ ଧନ୍ୟବାଦ ଜଣାଉଛନ୍ତି। ମାତ୍ର ଏହି କାମ କରିଥିବା ଏୟାର ଇଣ୍ଡିଆକୁ ସରକାର ବିକିବାକୁ ଚାହୁଁଛନ୍ତି। ତେବେ ସରକାର ଏଭଳି ଉଦ୍ୟମରୁ ବିରତ ରୁହନ୍ତୁ ବୋଲି ସେ କହିଛନ୍ତି। ଯେ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ରହିଛି, ସେପର୍ଯ୍ୟନ୍ତ ହିନ୍ଦୁସ୍ତାନ ରହିଛି ବୋଲି କହିଛନ୍ତି ଦିନେଶ। ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ କାର୍ଯ୍ୟକାଳ ସରିବା ପରେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବି ରଖାଯାଇଛି।

Advertisment
Advertisment