Advertisment

କରୋନାକୁ ଜିତିଲେ ୧୦୦ ବର୍ଷର ବୃଦ୍ଧା, ଘରେ ପହଞ୍ଚିଲାବେଳକୁ ପଡ଼ୋଶୀ କଲେ ଏପରି ସ୍ୱାଗତ

ଇନ୍ଦୋର: କରୋନା ଭାଇରସ୍ ସଂକ୍ରମଣ ଯୋଗୁ ମଧ୍ୟପ୍ରଦେଶରେ ଭୟର ବାତାବରଣ ଦେଖାଦେଇଛି। ଏନେଇ ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାକୁ କୋଭିଡ -୧୯ ର ହଟ୍‌ସ୍ପଟ୍‌ ଅଞ୍ଚଳଭାବେ ଘୋଷଣା କରାଯାଇଛି। ଏଭଳି ପରିସ୍ଥିତିରେ ସେଠାରୁ ଏକ ଖୁସି ଖବର ମଧ୍ୟ ସାମ୍ନାକୁ ଆସିଛି। ସେଠାରେ ଜଣେ ୧୦୦ବର୍ଷର ବୃଦ୍ଧା କରୋନା ବିରୁଦ୍ଧରେ ଲଢ଼ି ଯୁଦ୍ଧରେ ଜିତିଥିବା ଜଣାପଡିଛି। ଖବର ଅନୁଯାୟୀ, ବୃଦ୍ଧା ଜଣଙ୍କ ଇନ୍ଦୋରର ନେହେରୁ ନଗର ଅଞ୍ଚଳର ବାସିନ୍ଦା। ତାଙ୍କ ନାଁ ଚନ୍ଦାବାଇ ପରମାର। ବୃଦ୍ଧାଙ୍କୁ କରୋନା ହୋଇଥିବା […]

କରୋନାକୁ ଜିତିଲେ ୧୦୦ ବର୍ଷର ବୃଦ୍ଧା, ଘରେ ପହଞ୍ଚିଲାବେଳକୁ ପଡ଼ୋଶୀ କଲେ ଏପରି ସ୍ୱାଗତ

corona

Advertisment

ଇନ୍ଦୋର: କରୋନା ଭାଇରସ୍ ସଂକ୍ରମଣ ଯୋଗୁ ମଧ୍ୟପ୍ରଦେଶରେ ଭୟର ବାତାବରଣ ଦେଖାଦେଇଛି। ଏନେଇ ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାକୁ କୋଭିଡ -୧୯ ର ହଟ୍‌ସ୍ପଟ୍‌ ଅଞ୍ଚଳଭାବେ ଘୋଷଣା କରାଯାଇଛି। ଏଭଳି ପରିସ୍ଥିତିରେ ସେଠାରୁ ଏକ ଖୁସି ଖବର ମଧ୍ୟ ସାମ୍ନାକୁ ଆସିଛି। ସେଠାରେ ଜଣେ ୧୦୦ବର୍ଷର ବୃଦ୍ଧା କରୋନା ବିରୁଦ୍ଧରେ ଲଢ଼ି ଯୁଦ୍ଧରେ ଜିତିଥିବା ଜଣାପଡିଛି।

Advertisment

ଖବର ଅନୁଯାୟୀ, ବୃଦ୍ଧା ଜଣଙ୍କ ଇନ୍ଦୋରର ନେହେରୁ ନଗର ଅଞ୍ଚଳର ବାସିନ୍ଦା। ତାଙ୍କ ନାଁ ଚନ୍ଦାବାଇ ପରମାର। ବୃଦ୍ଧାଙ୍କୁ କରୋନା ହୋଇଥିବା ଜଣାପଡିବା ପରେ ତାଙ୍କୁ ମେ’ ୧୦ ତାରିଖରେ ଅରବିନ୍ଦୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଗୁରୁବାର ଦିନ ଚନ୍ଦାବାଇ ପରମାରଙ୍କ ତୃତୀୟ ରିପୋର୍ଟ କରୋନାରେ ନେଗେଟିଭ ଥିବା ଜଣାପଡିଛି। ଏହା ପରେ ତାଙ୍କୁ ଅରବିନ୍ଦୋ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଡିସଚାର୍ଜ କରାଯିବା ପରେ ପରିବାର ଲୋକେ ତାଙ୍କୁ ଘରକୁ ଆଣିବା ସମୟରେ, ସେମାନଙ୍କ ପାଖ ପଡ଼ୋଶୀ ଓ ପରିବାରର ସଦସ୍ୟମାନେ ତାଳି ମାରି ସ୍ୱାଗତ କରିଥିଲେ।

Advertisment

ଅନ୍ୟପଟେ ଚନ୍ଦାବାଇଙ୍କ ନାତୁଣୀ ବୋହୂ ଦୀପା କହିଛନ୍ତି ଯେ ବୃଦ୍ଧାଙ୍କ ୭୦ ବର୍ଷର ପୁଅ ମେ’୪ ତାରିଖରେ ମୃତ୍ୟୁ ବରଣ କରିଥିଲେ। ତାଙ୍କର ଜ୍ୱର ଏବଂ ଥଣ୍ଡା ଭଳି ଲକ୍ଷଣ ଥିଲା।  କରୋନା ହୋଇଛି କି ନାହିଁ ,ସେନେଇ ତାଙ୍କର ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା।  ଏହାପରେ ହଠାତ୍‌ ତାଙ୍କର ଶରୀର ଅସୁସ୍ଥ ହୋଇଥିଲା। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୀପା କହିଛନ୍ତି ଯେ ‘ ତାଙ୍କର ମୃତ୍ୟୁ ପରେ ପରିବାର ଲୋକଙ୍କୁ ଥଣ୍ଡା ଜ୍ୱର ହୋଇଥିଲା। ଏନେଇ ଆମ ପରିବାରର ସମସ୍ତ ସଦସ୍ୟ ସରକାରୀ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବା ସହ କରୋନା ଭାଇରସର ପରୀକ୍ଷା କରିଥିଲୁ। ପରୀକ୍ଷା ପରେ ଆମ ପରିବାରର ୬ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ